ଫୁଲବାଣୀ ଅଫିସ, ୨୭ା୧୧-ଦିଲ୍ଲୀ ଏମ୍ସ(ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ)ର ଆକାଉଣ୍ଟରୁ ୪ କୋଟି ୭୬ ଲକ୍ଷ ୪୬ ହଜାର ୬୨୫ ଟଙ୍କା ଚେକ୍ ଜରିଆରେ ଫୁଲବାଣୀ ଷ୍ଟେଟ ବ୍ୟାଙ୍କ ଶାଖାରୁ ଉଠାଣ ହେବା ଘଟଣା ଚର୍ଚ୍ଚା ଜୋର ଧରିଛି। ଏ ପର୍ଯ୍ୟନ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ କେଉଁଠି ଅଭିଯୋଗ ନ କରିବା ଘଟଣାକୁ ଆହୁରି ରହସ୍ୟାବୃତ୍ତ କରୁଛି। ସବୁଠୁ ବଡ କଥା, ସତ୍ୟସାଇ ମେଡିସିନ ଷ୍ଟୋର ଆକାଉଣ୍ଟର ଲିମିଟ ୭ ଲକ୍ଷ ଟଙ୍କା। ୪.୭୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଚେକ୍ ଏହି ଆକାଉଣ୍ଟରେ କ୍ରେଡିଟ ହେଲା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ କିପରି ଜାଣି ପାରିଲେନି ତାହା ସନ୍ଦେହ ସୃଷ୍ଟି ହେଉଛି। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଜାଣତରେ ଏହା ହୋଇଥିବା ଓ ଚେକ୍କୁ ଇନ କ୍ୟାଶ କରିବା ପାଇଁ ପ୍ରାୟ ୫୦ଲକ୍ଷ ଟଙ୍କା କାରବାର ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।
ବ୍ୟାଙ୍କରେ କେଉଁ ଆକାଉଣ୍ଟଧାରୀ କେତେଟଙ୍କା ଟ୍ରାଞ୍ଜାକସନ କରନ୍ତି ତାହା ବ୍ୟାଙ୍କ କର୍ତ୍ତୃପକ୍ଷ ଭଲ ଭାବେ ଜାଣନ୍ତି। ସତ୍ୟସାଇ ମେଡିସିନ ଷ୍ଟୋର ଆକାଉଣ୍ଟଧାରୀ ଚନ୍ଦ୍ରଶେଖର ପଣ୍ଡା ଯେତେବଳେ ୪.୭୬ କୋଟି ଟଙ୍କାର ଚେକ ଡିପୋଜିଟ କଲେ ସେତବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରଥମେ ଉକ୍ତ ଟଙ୍କା ବିଷୟରେ ତାଙ୍କ ସହ ଆଲୋଚନା କରିବା କଥା। ଅନ୍ୟପକ୍ଷରେ ଯେଉଁ ପାର୍ଟି ଚେକ ଦେଇଛନ୍ତି ତାଙ୍କୁ ପଚାରି ଅବଗତ ହେବା କଥା। ତାହା କରାଯାଇନାହିଁ। ସର୍ବୋପରି ୭ ଲକ୍ଷ କ୍ରେଡିଟ ଲିମିଟ ଥିବା ଆକାଉଣ୍ଟରେ ଏତେ ଟଙ୍କାର ଚେକ୍ ଯଦି ବି କ୍ୟାଶ ପାଇଁ ପଡିଲା, ସେତେବେଳେ ତାହାକୁ ଲକ କରି ଆକାଉଣ୍ଟଧାରୀଙ୍କୁ ଡାକି ତର୍ଜମା କରିବା କଥା ଏବଂ ସନ୍ତୁଷ୍ଟ ନ ହେଲେ ଅପରାଧ ଶାଖାର ଆଶ୍ରୟ ନେବାକୁ ବ୍ୟାଙ୍କ ନିୟମାବଳୀ ରହିଛି। ଯାହାକୁ ଏହି କ୍ଷେତ୍ରରେ ଅନୁସରଣ କରାଯାଇନାହିଁ। ସେହିପରି ଚେନ୍ନାଇର ଭିଏମ୍ଏକ୍ସ ଇମ୍ପେକ୍ସ ପ୍ରାଇଭେଟ ଲିମିଟେଡ ଆକାଉଣ୍ଟକୁ ୪ କୋଟି ୧୦ ଲକ୍ଷ ଟଙ୍କା ଟ୍ରାନ୍ସଫର ହେବା ଘଟଣାକୁ ଆହୁରି ରହସ୍ୟାବୃତ କରୁଛି। ଏ ନେଇ ବ୍ୟାଙ୍କ ମୁଖ୍ୟ ପ୍ରବନ୍ଧକ ଦୀପକ ମଲ୍ଲିକ ଘଟଣା ବିଷୟରେ ସେ କହି ପାରିବେ ନାହିଁ, ଭୁବନେଶ୍ୱରରେ ଥିବା କର୍ତ୍ତୃପକ୍ଷ କହି ପାରିବେ ବୋଲି କହିଛନ୍ତି।
ଦିଲ୍ଲୀ ଏମ୍ସ ଆକାଉଣ୍ଟରୁ ୪.୭୬ କୋଟି ଠକେଇ ଘଟଣା: ବ୍ୟାଙ୍କ କର୍ତ୍ତୃପକ୍ଷ ସାମିଲ ସୂଚନା
Posted inଆମ ଜିଲା ଖବର, ଗଞ୍ଜାମ View All
ନୂଆବର୍ଷରେ ଅଘଟଣ: ଦ୍ରୁତଗତିରେ ଆସି ମହିଳାଙ୍କୁ ଧକ୍କା ଦେଲା କାର୍, ୧୦ ମିଟର ଦୂରରେ ଯାଇ…
ଲାଞ୍ଜିଗଡ଼,୧ା୧(ରମେଶ ଚନ୍ଦ୍ର ନାୟକ): ବର୍ଷ ଆରମ୍ଭରୁ ଏକ ଦୁଃଖଦ ଘଟଣା ଘଟିଛି। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଆଶ୍ରମପଡ଼ା ନିକଟରେ ଏକ ଅଜଣା ଗାଡ଼ି...
ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା
ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...
ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି
ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...
ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..
ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...
ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା
ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...
ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…
ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍ଡ଼ ଡିଏସ୍ୱାଇଏସ୍ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍ଯାପିତ ହୋଇଛି।...
ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ
କୃଷ୍ଣପ୍ରସାଦ,୧।୧(କୈଳାଶ ଚନ୍ଦ୍ର ପଟନାୟକ ): ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ଫଳରେ ମଝି ଚିଲିକାରେ ୫୦ ଯାତ୍ରୀ,...
Archives


