ଦିଲ୍ଲୀ ଏମ୍‌ସ ଆକାଉଣ୍ଟରୁ ୪.୭୬ କୋଟି ଠକି ନେଲେ ବ୍ୟବସାୟୀ: ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସମ୍ପୃକ୍ତି ସନ୍ଦେହ

ଫୁଲବାଣୀ ଅଫିସ, ୨୫ା୧୨- ୪ କୋଟି ୭୬ ଲକ୍ଷ ୪୬ ହଜାର ୬୨୫ ଟଙ୍କା ଦିଲ୍ଲୀ ଏମ୍‌ସ(ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ)ର ଆକାଉଣ୍ଟରୁ ଚେକ୍‌ ଜରିଆରେ ଫୁଲବାଣୀ ଷ୍ଟେଟ୍‌ ବ୍ୟାଙ୍କ ଶାଖାରୁ ଉଠାଣ ହୋଇଛି। ଫୁଲବାଣୀର ମାଦିକୁନ୍ଦା ଛକରେ ଥିବା ସତ୍ୟସାଇ ମେଡିସିନି ଷ୍ଟୋର ଆକାଉଣ୍ଟକୁ ଏହି ଟଙ୍କା କ୍ରେଡିଟ ହେବା ପରେ ସେଥିରୁ ୧୩ ଟ୍ରାନଜାକ୍ସନରେ ୪ କୋଟି ୬୪ ଲକ୍ଷ ୫୩ ହଜାର ଟଙ୍କା ବିଭିନ୍ନ ଆକଉଣ୍ଟକୁ ପଠାଯାଇଛି । ସେଥିରୁ ୫୦ ଲକ୍ଷ ଟଙ୍କା କ୍ୟାସ ଉଠାଣ ହୋଇଥିବା ବେଳେ ବାକି ଟଙ୍କା ଟ୍ରାନ୍ସଫର କରାଯାଇଛି। ଚେନ୍ନାଇର ଭିଏମ୍‌ଏକ୍ସ ଇମ୍ପେକ୍ସ ପ୍ରାଇଭେଟ ଲିମିଟେଡ ଆକାଉଣ୍ଟକୁ ୪ କୋଟି ୧୦ ଲକ୍ଷ ଟଙ୍କା ଆରଟିଜିଏସ୍‌ ମାଧ୍ୟମରେ ଟ୍ରାନ୍ସଫର କରାଯାଇଛି । ବଡ କଥା ହେଉଛି, ଏସବୁ ଟ୍ରାନଜାକ୍ସନ ଗୋଟିଏ ଦିନରେ ହୋଇଛି । ଏତେ ଟଙ୍କା ଗୋଟିଏ ଦିନରେ ଜଣକ ଆକାଉଣ୍ଟରେ ଚେକ୍‌ ଜରିଆରେ ଜମା ହେବା ଏବଂ ଉଠାଣ ହୋଇ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର ହେବା ଘଟଣା କିପରି ବ୍ୟାଙ୍କ କର୍ତ୍ତୃୃପକ୍ଷଙ୍କ ଦୃଷ୍ଟିକୁ ଆସିଲା ନାହିଁ ତାହା ସନ୍ଦେହ ସୃଷ୍ଟି କରିଛି । ଦିଲ୍ଲୀ ଏମ୍‌ସ କର୍ତ୍ତୃପକ୍ଷ ଘଟଣା ବିଷୟରେ ବ୍ୟାଙ୍କ କର୍ତ୍ତୃୃପକ୍ଷଙ୍କୁ ଚିଠି ମାଧ୍ୟମରେ ଏହା ଜଣାଇବା ପରେ ଉକ୍ତ ଆକାଉଣ୍ଟକୁ ବ୍ୟାଙ୍କ ଅଧିକାରୀ ଅଚଳ କରିଛନ୍ତି । ଅନ୍ୟପକ୍ଷରେ ସତ୍ୟସାଇ ମେଡିସିନି ଷ୍ଟୋର ଆକାଉଣ୍ଟଧାରୀ ଚନ୍ଦ୍ରଶେଖର ପଣ୍ଡା କେଉଁଆଡେ ଫେରାର ହୋଇଯାଇଛନ୍ତି ା ତାଙ୍କର ପତ୍ତା ମିଳୁନାହିଁ । ଘଟଣାକୁ ନେଇ ବ୍ୟାଙ୍କ ପକ୍ଷରୁ ତନାଘନା ଚାଲିଥିବା ବେଳେ ଏ ପର୍ଯ୍ୟନ୍ତ ଥାନା, କ୍ରାଇମବ୍ରାଞ୍ଚ, ସିବିଆଇ କି ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରାଯାଇନାହିଁ ।
ଅକ୍ଟୋବର ୨୩ ରେ ଫୁଲବାଣୀ ମୁଖ୍ୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଚନ୍ଦ୍ରଶେଖରଙ୍କ ସତ୍ୟସାଇ ମେଡିସିନି ଷ୍ଟୋର ଆକାଉଣ୍ଟ ନଂ. ୩୨୮୮୦୪୭୯୪୦୧ରେ ନୂଆଦିଲ୍ଲୀସ୍ଥିତ ଏମସ୍‌ର ଚେକ୍‌ ନଂ. ୮୮୯୩୮୭ ଜମା କରାଯାଇଥିଲା । ଏହାପରେ ଚେକ୍‌ରେ ୪ କୋଟି ୭୬ ହଜାର ୬୭୫ ଟଙ୍କା କ୍ରେଡିଟ ହୋଇଥିଲା। ସେହିଦିନ ପଣ୍ଡା ଏକ ଚେକ୍‌ ଜରିଆରେ ୨୦ ଲକ୍ଷ ଓ ଅନ୍ୟ ୩୦ ଲକ୍ଷ ସୀମାଞ୍ଚଳ ମିଶ୍ର ଏକ ଚେକ୍‌ ମାଧ୍ୟମରେ ଉଠାଇ ଥିଲେ । କଥା ଏତିକିରେ ସରି ନ ଥିଲା। ୧୧ ଟ୍ରାନଜାକ୍ସନ ଅନ୍‌ଲାଇନ ଜରିଆରେ ହୋଇଥିଲା। ସେଥିରୁ ଗୋଟିଏ ଟ୍ରନ୍‌ଜାକ୍ସନ ୪ କୋଟି ୧୦ ଲକ୍ଷ ଟଙ୍କା ଚେନ୍ନାଇର ଭିଏମ୍‌ଏକ୍ସ ଇମ୍ପେକ୍ସ ପ୍ରାଇଭେଟ ଲିମିଟେଡ ଆକାଉଣ୍ଟକୁ ଯାଇଥିଲା ା ପଣ୍ଡାଙ୍କ ସହ ଏହି କମ୍ପାନୀର ସମ୍ପର୍କ କ’ଣ ତାହାକୁ ନେଇ ଏବେ ବ୍ୟାଙ୍କ କତ୍ତର୍ର୍ୃପକ୍ଷ ତନାଘନା ଚଳାଇଛନ୍ତି।
ଏ ନେଇ ବ୍ୟାଙ୍କ ଆଞ୍ଚଳିକ ପ୍ରବନ୍ଧକ(ରିଜିଓନାଲ ମ୍ୟାନେଜର) ବିକ୍ରମ କେଶରୀ ମାନ୍ଧାତାଙ୍କୁ ପଚାରିବାରୁ ସେ ଘଟଣାକୁ ପ୍ରଥମେ ଅସ୍ବୀକାର କରିଥିଲେ। ଏହାପରେ ଘଟଣାର ତଦନ୍ତ ଚାଲିଛି ବୋଲି ପ୍ରକାଶ କରିଛନ୍ତି। ସେହିପରି ସତ୍ୟସାଇ ମେଡିସିନି ଷ୍ଟୋର ମାଲିକ ଚନ୍ଦ୍ର ଶେଖର ପଣ୍ଡାଙ୍କୁ ତାଙ୍କ ଫୋନ ନମ୍ବରରେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା ା ହେଲେ ତାହା ବନ୍ଦ ଥିବାରୁ ପ୍ରତିକ୍ରିୟା ନିଆଯାଇ ପାରିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭାୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri