Categories: ଜାତୀୟ

ଦିଲ୍ଲୀରେ ଦଙ୍ଗା ଭିଆଇବା ପାଇଁ ଉତ୍ତରପ୍ରଦେଶରୁ ଆସିଥିଲେ ୩୦୦ରୁ ଅଧିକ ଲୋକ: ଶାହା

ନୂଆଦିଲ୍ଲୀ, ୧୧।୩: ଦିଲ୍ଲୀ ଦଙ୍ଗା ଏକ ଷଡ଼ଯନ୍ତ୍ର ଥିଲା। ଦଙ୍ଗା ଭିଆଇବା ପାଇଁ ଉତ୍ତରପ୍ରଦେଶରୁ ୩୦୦ରୁ ଅଧିକ ଲୋକ ଆସିଥିଲେ। ଉତ୍ତର-ପୂର୍ବ ଦିଲ୍ଲୀର ସୀମା ଉତ୍ତରପ୍ରଦେଶକୁ ଲାଗିଥିବାରୁ ଦଙ୍ଗାକାରୀ ସହଜରେ ସହରରେ ପ୍ରବେଶ କରିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଲୋକ ସଭାରେ ସୂଚନା ଦେଇଛନ୍ତି। ଇତିମଧ୍ୟରେ ୭୦୦ରୁ ଅଧିକ ମାମଲା ଦାଏର କରାଯାଇଛି। ସେହିପରି ୧୦୦ରୁ ଅଧିକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସିଏଏକୁ ନେଇ ଦଙ୍ଗା ହୋଇଥିବା କହି ଲୋକଙ୍କୁ ଭ୍ରମିତ କରାଯାଉଛି। ଦଙ୍ଗା ଉପରେ କମ୍‌ ସମୟ ମଧ୍ୟରେ ନିୟନ୍ତ୍ରଣ ଅଣାଯାଇଥିବା ଶାହା କହିଛନ୍ତି।

Share