Categories: ଜାତୀୟ

ଦିଲ୍ଲୀରେ ଏନ୍‌ଆର୍‌ସି ଲାଗୁ ପାଇଁ ଭାଜପାର ଦାବି

ନୂଆଦିଲ୍ଲୀ,୩୧।୮: ଆସାମର ଏନ୍‌ଆର୍‌ସି ତାଲିକା ଶନିବାର ପ୍ରକାଶ ପାଇବା ପରେ ଭାଜପା ପକ୍ଷରୁ ଦିଲ୍ଲୀରେ ଏନ୍‌ଆର୍‌ସି ଲାଗୁ ପାଇଁ ଦାବି କରାଯାଇଛି। ଭାଜପା ପକ୍ଷରୁ ମନୋଜ ତିଓ୍ବାରୀ ଏନେଇ ଟୁଇଟ୍‌ କରି ଜଣାଇଛନ୍ତି। ବିଦେଶୀମାନେ ବିନା ଅନୁମତିରେ ଦେଶରେ ବାସ କରିବା ଅତି ବିପଦଜନକ ବୋଲି ସେ କହିଛନ୍ତି। ଦିଲ୍ଲୀରେ ଏହା ଲାଗୁ ହେବାର ଆବଶ୍ୟକତା ନେଇ ମନୋଜ ଗୁରୁତ୍ୱାରୋପ କରିଛନ୍ତି। ମନୋଜଙ୍କ ଏଭଳି ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଜାରି ରହିଛି।

Share