Posted inଖେଳ

ଦିବାରାତ୍ର ଟେଷ୍ଟ: କାଉଣ୍ଟ ଡାଉନ୍‌ ଆରମ୍ଭ

କୋଲକାତା,୧୮ା୧୧ (ପି.ଟି.)-ଭାରତର ପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟ ମ୍ୟାଚ ପାଇଁ କାଉଣ୍ଟଡାଉନ୍‌ ରବିବାରଠାରୁ ଆରମ୍ଭ ହୋଇଛି। ହର୍ଷ ଉଲ୍ଲାସର ସହରକୁ ଗୋଲାପୀ କରାଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ବହୁ ପ୍ରତିକ୍ଷୀତ ଇଭେଣ୍ଟର ଅଫିସିଆଲ ମାସ୍କଟ ‘ପିଙ୍କୁ ଟିଙ୍କୁ’ର ଉନ୍ମୋଚନ କରିଛନ୍ତି। ଗାଙ୍ଗୁଲି ମ୍ୟାଚ ଟିକେଟ ସହ ପୋଜ୍‌ ଦେଇଛନ୍ତି। ବାଂଲାଦେଶ ବିପକ୍ଷ ଏହି ଐତିହାସିକ ଟେଷ୍ଟ ପୂର୍ବରୁ ଇଡେନଗାର୍ଡେନରେ ଏହି ମାସ୍କଟଟି କୁନି କୁନି ପିଲାଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଷ୍ଟାଡିୟମର ଆକାଶ ମାର୍ଗରେ ଏକ ବୃହତ୍‌କାୟ ବେଲୁନ ଶୋଭା ପାଉଛି। ଭାରତ-ବାଂଲାଦେଶ ଟେଷ୍ଟ ମ୍ୟାଚ ଶେଷ ହେବା ପର୍ଯ୍ୟନ୍ତ ଏହି ବେଲୁନ୍‌ଟି ରହିବ। ସହରର ସବୁଠାରୁ ଉଚ୍ଚ ଅଟ୍ଟାଳିକା ଶହିଦ ମିନାର ‘୪୨’ ଏବଂ କୋଲକାତା ମ୍ୟୁନିସିପାଲିଟି କର୍ପୋରେଶନର କେତୋଟି ପାର୍କକୁ ଗୋଲାପୀ ଆଲୋକରେ ସଜ୍ଜା ଯାଇଛି। ହୁଗ୍‌ଳୀ ନଦୀରେ ଚଳପ୍ରଚଳ କରୁଥିବା ଏକ ଡଙ୍ଗାରେ ଏକ ଆଲୋକିତ ଗୋଲାପୀ ବଲ ଶୋଭା ପାଉଛି। ଏହି ଡଙ୍ଗା ମ୍ୟାଚ ଆରମ୍ଭ ଅର୍ଥାତ ନଭେମ୍ବର ୨୨ ପର୍ଯ୍ୟନ୍ତ ପ୍ରତ୍ୟେକ ସନ୍ଧ୍ୟାରେ ଆଇକନିକ ହାଓ୍ବଡ଼ା ଏବଂ ବିଦ୍ୟାସାଗର ସେତୁ ମଧ୍ୟରେ ଯିବା ଆସିବା କରିବ। ନଭେମ୍ବର ୨୦ରୁ ଟାଟା ଷ୍ଟିଲ ବିଲଡିଂରେ ଥ୍ରିଡି ମ୍ୟାପିଂ ଶୋଭାପାଇବ। ମେଜର୍ସ କ୍ଲବ ଗୋଲାପୀ ଆଲୋକମାଳାରେ ସଜ୍ଜିତ ହୋଇଛି। ଅନ୍ୟ କେତେକ ଏହି ଯୋଜନାରେ ନିଜକୁ ସାମିଲ କରିଛନ୍ତି। ଏହାଛଡ଼ା ସୋମବାରଠାରୁ ସମଗ୍ର ସହରରେ ବିଲ୍‌ବୋର୍ଡ, ୬ଟି ଏଲ୍‌ଇଡି ବୋର୍ଡ ଏବଂ କେତେକ ବସ୍‌ ଜରିଆରେ ଟେଷ୍ଟ କ୍ରିକେଟ ପ୍ରତି ଆଗ୍ରହ ଏବଂ ସଚେତନତା ସୃଷ୍ଟି କରାଯିବ। ଇଡେନଗାର୍ଡେନ ଭିତରପଟ ପାଚେରୀରେ କ୍ରିକେଟ ଖେଳ ସମ୍ପର୍କିତ ଚିତ୍ର ସ୍ଥାନ ପାଇବ। ଏଥିପାଇଁ ବେଙ୍ଗଲ କ୍ରିକେଟ ଆସୋସିଏଶନ (ସିଏବି) ସ୍ଥାନୀୟ କ୍ରେଓକ୍ରାଫ୍ଟ ନାମକ ଏକ ଏଜେନ୍ସିର ସହାୟତା ନେଇଛି। ୨୦ ଜଣ ଚିତ୍ର ଶିଳ୍ପୀ ଦିନରାତି ଲାଗିପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

ଗୋଟିଏ ଦଳରେ ସ୍ଥାନ ପାଇଲେ ବିରାଟ କୋହଲି ଓ ଋଷଭ ପନ୍ତ, ଏପଟେ BCCI ଦେଲା ବଡ ଖବର

ନୂଆଦିଲ୍ଲୀ,୧୧।୧୨: ଆଗାମୀ ବିଜୟ ହଜାରେ ଟ୍ରଫି ପାଇଁ ଦିଲ୍ଲୀର ସମ୍ଭାବ୍ୟ ଦଳରେ ଭାରତର ଦୁଇ ଷ୍ଟାର ଖେଳାଳି ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କୁ ସାମିଲ...

ଟସ୍‌ ଜିତିଲା ଭାରତ: ସୂର୍ଯ୍ୟକୁମାରଙ୍କୁ ମିଳିଲା ବଡ଼…

ଚଣ୍ଡିଗଡ,୧୧।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ...

କୋହଲିଙ୍କ ସହ ରିଲ୍ସ କରି ରାତାରାତି ସୋସିଆଲ ମିଡିଆ ଷ୍ଟାର ପାଲଟିଗଲେ ଅର୍ଶଦୀପ, ଜାଣନ୍ତୁ କାହିଁକି ଆରମ୍ଭ କରିଥିଲେ YouTube

ନୂଆଦିଲ୍ଲୀ,୧୧।୧୨: ଟିମ ଇଣ୍ଡିଆର ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂହ କେବଳ ପଡ଼ିଆରେ ନୁହେଁ ବରଂ ସୋସିଆଲ ମିଡିଆରେ ମଧ୍ୟ ଲୋକପ୍ରିୟତା ହାସଲ କରିଛନ୍ତି। ତାଙ୍କର...

ପୁଣି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ କେବେ, କେଉଁଠି ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ କ୍ରିକେଟ ଏସିଆ କପ ୨୦୨୫ ଡିସେମ୍ବର ୧୨ରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଦିନରେ ଦୁଇଟି ମ୍ୟାଚ ଖେଳାଯିବ। ଆୟୁଷ...

IPL Auctionରେ ଏହି ୩ ଖେଳାଳିଙ୍କୁ କିଣିବା ପାଇଁ କୌଣସି ସୀମା ପର୍ଯ୍ୟନ୍ତ ଯାଇପାରେ CSK

ନୂଆଦିଲ୍ଲୀ,୧୧।୧୨: IPL ୨୦୨୬ ପାଇଁ ମିନି ନିଲାମ ଡିସେମ୍ବର ୧୬ରେ ଆବୁଧାବିରେ ଅନୁଷ୍ଠିତ ହେବ। ଚେନ୍ନାଇ ସୁପର କିଙ୍ଗ୍ସ ନିଲାମରେ ୪୩.୪କୋଟି ଟଙ୍କା ଉପଲବ୍ଧ ଅଛି,...

କିଏ ଜିତିବ ଦ୍ୱିତୀୟ ଟି-୨୦ ମ୍ୟାଚ? ଅଙ୍କରେ କିଏ ପଡ଼ିଲା ଭାରି ଭାରତ ନା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ,୧୧।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଆଜି, ଗୁରୁବାର, ଡିସେମ୍ବର ୧୧, ମୁଲାନପୁରର ନୂତନ ଚଣ୍ଡିଗଡ଼ସ୍ଥିତ ମହାରାଜା ଯାଦବୀନ୍ଦ୍ର ସିଂହ...

ଟିମ ଇଣ୍ଡିଆ ଖେଳାଳିଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ଜାଡେଜାଙ୍କ ସ୍ତ୍ରୀ: କହିଦେଲେ ଏମିତି, କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ,୧୧।୧୨: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ଏବଂ ଗୁଜରାଟ ସରକାରଙ୍କ ମନ୍ତ୍ରୀ ରିଭାବା ଜାଡେଜା ପୁଣିଥରେ ତାଙ୍କ ମନ୍ତବ୍ୟ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri