ଦିନ ମଜୁରିଆଙ୍କୁ ଖାଦ୍ୟ ପହଞ୍ଚାଇବାକୁ ସରକାରଙ୍କୁ ସୁରଙ୍କ ନିବେଦନ, ଯୁବ ସମାଜକୁ ଘରେ ରହିବାକୁ ଦେଲେ ପରାମର୍ଶ

ଭୁବନେଶ୍ୱର,୨୮।୨(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ସରକାର ୨୧ ଦିନ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ତେବେ ଏଥିରେ ବିଶେଷଭାବେ ପ୍ରଭାବିତ ହୋଇଛନ୍ତି ଗରିବ ଏବଂ ଖଟିଖିଆ ଶ୍ରମିକ। ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଦିନ ମଜୁରିଆଙ୍କୁ ଖାଦ୍ୟ ପହଞ୍ଚାଇବାକୁ ରାଜ୍ୟ ସରକାରଙ୍କୁ ଏକ ଖବରଦାତା ସମ୍ମିଳନୀ କରି ଆହ୍ବାନ ଦେଇଛନ୍ତି ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ଏଥିସହ କରୋନାର ମୁକାବିଲା ପାଇଁ ଯୁବ ସମାଜକୁୁ ଘରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି ୩ ଦିନ ପରେ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଥିବା ବେଳେ ତାହାକୁ ସୁରୁଖୁରୁରେ କରିବା ପାଇଁ ସରକାରଙ୍କୁ ସେ ନିବେଦନ ମଧ୍ୟ କରିଛନ୍ତି।