Posted inରାଜ୍ୟ

ଦିନକ ପରେ ୫ମ ପାଳି ଆରମ୍ଭ

ଭୁବନେଶ୍ୱର,୨୮ା୫(ବ୍ୟୁରୋ): ଚଳିତ ସାଧାରଣ ନିର୍ବାଚନରେ ବିଜେଡିକୁ ରାଜ୍ୟରେ ବିପୁଳ ବିଜୟ ମଳିଛି। ୧୧୨ଟି ବିଧାନସଭା ଆସନ ଦଖଲ କରି ୫ମଥର ପାଇଁ ରାଜ୍ୟ ଶାସନ ମଙ୍ଗ ଧରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ବିଜେଡି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇ ସାରିଛି। ରାଜ୍ୟପାଳ ମଧ୍ୟ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ନିମନ୍ତ୍ରଣ କରିଛନ୍ତି। ଅପେକ୍ଷା କେବଳ ଶପଥ ଗ୍ରହଣକୁ । ନବୀନ ଓ ତାଙ୍କ ମନ୍ତ୍ରିମଣ୍ଡଳ ସଦସ୍ୟମାନେ ଆସନ୍ତା ବୁଧବାର ୧୦ଟା ୩୦ ମିନିଟ୍‌ରେ ଶପଥ ନେବେ। ରାଜ୍ୟପାଳ ଗଣେଶୀ ଲାଲ ଶପଥ ପାଠ କରାଇବେ। ଗତ ୪ ପାଳିରୁ ଏଥର ଶପଥ ଗ୍ରହଣ ସମ୍ପୂର୍ଣ୍ଣ ଭିନ୍ନ ହେବ। ବାତ୍ୟା ଫନୀ ପାଇଁ ପୂର୍ବରୁ ନିରାଡମ୍ବର ଶପଥ ଉତ୍ସବ ପାଳିବା ନେଇ ବିଜେଡି ପକ୍ଷରୁ ସଙ୍କେତ ଦିଆଯାଇଥିଲେ ମଧ୍ୟ ପରେ ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି। ଖୋଲା ମଇଦାନରେ ବଡ଼ ଧୁମ୍‌ଧାମରେ ହେବ ଶପଥ ଗ୍ରହଣ ଉତ୍ସବ। ସେଥିପାଇଁ ରାଜଭବନ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆକୁ ଶପଥ ଗ୍ରହଣ କାର୍ଯ୍ୟକ୍ରମ ପାଇଁ ବଛାଯାଇଛି।
ସେଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଛି। ବାତ୍ୟା ଫନୀ ପରେ ପ୍ରଦର୍ଶନୀ ପଡ଼ିଆରେ ଗଦାହୋଇ ରହିଥିବା ଭଙ୍ଗାକାଠ ଏବଂ କୁଢ଼କୁଢ଼ ଅଳିଆକୁ ଯୁଦ୍ଧକାଳୀନ ଭିତ୍ତିରେ ସଫା କରାଯାଇ ଚାଲିଛି ମଞ୍ଚ ପ୍ରସ୍ତୁତି। ମୁଣ୍ଡଫଟା ଖରା ସାଙ୍ଗକୁ ପ୍ରଚଣ୍ଡ ଗରମରେ ଶ୍ରମିକମାନେ ଜୀବନକୁ ବାଜି ଲଗାଇ ଦିନରାତି ମଞ୍ଚ ତିଆରିରେ ଲାଗିଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ନେତାଙ୍କଠାରୁ ଆରମ୍ଭକରି ବହୁ ଜନତାଙ୍କର ସମାଗମ ହେବ। କଂଗ୍ରେସ, ଭାଜପା, ସିପିଆଇ, ସିପିଆଇ(ଏମ୍‌), ସମାଜବାଦୀ ପାର୍ଟି, ବହୁଜନ ସମାଜପାର୍ଟି, ତୃଣମୂଳ କଂଗ୍ରେସ, ଫରଓ୍ବାର୍ଡ ବ୍ଲକ ଆଦି ରାଜ୍ୟର ସମସ୍ତ ରାଜନୈତିକ ଦଳର ସଭାପତିମାନଙ୍କୁ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଅନୁରୋଧ କରାଯାଇଛି। ଗତ ନିର୍ବାଚନରେ ନବୀନଙ୍କୁ ବିପୁଳ ବିଜୟ କରାଇଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ବିଭିନ୍ନ ଶିକ୍ଷକ ସଂଗଠନ, ନବ ନିର୍ମାଣ କୃଷକ ସଂଗଠନ ଭଳି ବହୁ ଚାଷୀ ସଂଗଠନ, ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭରେ ଯୋଗ ଦେଇଥିବା ସମସ୍ତ ଶିଳ୍ପସଂସ୍ଥାକୁ ଏହି ଉତ୍ସବରେ ଯୋଗ ଦେବାକୁ ଡକରା ହୋଇଛି। ଏଥିସହିତ ଦଳର ଛାମୁଆ ସଂଗଠନଗୁଡ଼ିକ ମଧ୍ୟ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବାଜା, ବାଣରେ ଫାଟିପଡ଼ିବ ସଭାସ୍ଥଳ। ଏଥିପାଇଁ ଦଳର ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ଭିତିରିଆ ପ୍ରସ୍ତୁତ ଚାଲିଛି। ଶପଥ ଗ୍ରହଣ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସକାଳୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ସେଠାରୁ ଫେରି ସିଧା ପ୍ରଦର୍ଶନୀ ପଡ଼ିଆରେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ସମସ୍ତ ବିଧାୟକ, ଏମ୍‌ପି ଓ ଦଳୀୟ ନେତାମାନଙ୍କୁ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ବାଚିତ ବିଧାୟକମାନଙ୍କ ମଧ୍ୟରୁ ଅନେକ ମନ୍ତ୍ରୀ ପଦବୀ ପାଇବା ଆଶାରେ ରହିଛନ୍ତି। କାଳେ କେତେବେଳେ ନବୀନ ନିବାସରୁ ଫୋନ୍‌ ଆସିବ ସେ ନେଇ ଚାହିଁ ରହିଛନ୍ତି। ମନ୍ତ୍ରୀ ତାଲିକା ମଧ୍ୟ ପ୍ରସ୍ତୁତ ହୋଇସାରିଛି। ନୂଆ ମନ୍ତ୍ରିମଣ୍ଡଳରେ କେତେଜଣ ବରିଷ୍ଠ ବିଧାୟକ, ପୂର୍ବତନ ମନ୍ତ୍ରୀ ଏବଂ ନବାଗତଙ୍କୁ ମନ୍ତ୍ରୀ ପଦବୀ ମିଳିବା ସମ୍ଭାବନା ରହିଛି। ତେବେ ଦଳ ପ୍ରତି ଆନୁଗତ୍ୟ, ନିର୍ବିବାଦୀୟ, ଦକ୍ଷ ସଂଗଠକ, ବିଜୟ ବ୍ୟବଧାନ ଆଦିକୁ ମୁଖ୍ୟ ମାନଦଣ୍ଡ ଧରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri