ବ୍ରହ୍ମପୁର ଅଫିସ,୨୬ା୧୦-ଦିନକ ପରେ ରବିବାର ପବିତ୍ର ଦୀପାବଳି। ଦକ୍ଷିଣ ଓଡ଼ିଶାର ଏକମାତ୍ର ବୃହତମ ବାଲୁଙ୍କେଶ୍ୱର ବାଣ ବଜାର ଏ ଯାଏ ଖୋଲିନାହିଁ। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ବାଲୁଙ୍କେଶ୍ୱର ବ୍ୟବସାୟୀଙ୍କୁ ଜିଲା ପ୍ରଶାସନ ତରଫରୁ ବାଣ ବିକ୍ରି ପାଇଁ ଲାଇସେନ୍ସ ମିଳିନି। ତେଣୁ ବାଣ ବଜାର ଖୋଲିବ କି ନାହିଁ ଅନିଶ୍ଚିତତା ମଧ୍ୟରେ ରହିଛି। ଅନ୍ୟପଟେ ବାଲୁଙ୍କେଶ୍ୱର ବାଣ ବଜାର ବ୍ୟତୀତ ସହରରେ ଅନ୍ୟ କେଉଁଠି ବାଣ ବିକ୍ରୟ ହୋଇପାରିବ ନାହିଁ ବୋଲି ଗତବର୍ଷଠାରୁ ଜିଲା ପ୍ରଶାସନ କଡା ନିର୍ଦ୍ଦେଶ ଜାରି କରିଛି। ଏଥିଯୋଗୁ ଚଳିତ ବର୍ଷ ସହରରେ ବାଣ ଫୁଟିବା ଦେଖିବାକୁ ମିଳିବ ନାହିଁ ବୋଲି ଚର୍ଚ୍ଚା ହେଉଛି। ବିନା ଲାଇସେନ୍ସରେ ବେଆଇନ ଭାବେ ବାଲୁଙ୍କେଶ୍ୱର ବାଣ ବଜାରରେ ବ୍ୟବସାୟୀମାନେ ବାଣ ମହଜୁଦ ରଖିବା ସହ ବିକ୍ରୟ କରୁଥିବା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ଗୋଷାଣିନୂଆଗାଁ ପୋଲିସ ବାଣ ବଜାରକୁ ଗତ ସୋମବାର ନିଜ ହେପାଜତକୁ ନେବା ସହ ଦୋକାନୀଙ୍କୁ ହାଜର ପାଇଁ ନୋଟିସ ଜାରି କରିଥିଲା। ବାଣବଜାରରେ ବ୍ୟବସାୟୀ ମାନେ ହାଜର ନ ହେବାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଗୋଟିଏ ପରେ ଗୋଟିଏ ଏପରି ୪୭ଟି ଦୋକାନ ତାଲା ଭାଙ୍ଗି ସେଠାରେ ଥିବା ବାଣ ଯାଞ୍ଚ କରିଥିଲା। ପରେ ସେହି ଦୋକାନଗୁଡିକୁ ସିଲ କରିଦେଇଥିଲା। ଏ ନେଇ ୧୧୦/୧୯ରେ ୪୯ ବ୍ୟବସାୟୀଙ୍କ ନାମରେ ଏକ ମାମଲା ରୁଜୁ କରିଥିଲା। ଅନ୍ୟପଟେ ବ୍ୟବସାୟମାନେ ନ୍ୟାୟ ପାଇଁ ଏସଡ଼ିଜେଏମ କୋର୍ଟରେ ଆବେଦନ କରିଥିଲେ। ଏସଡ଼ିଜେଏମ ଶୁକ୍ରବାର ଏହାର ଶୁଣାଣି କରି ଗୋଷାଣିନୁଆଗାଁ ଥାନାଧିକାରୀଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିବା ଥାନାଧିକାରୀ ସୁମିତ କୁମାର ସୋରେନ କହିଛନ୍ତି। ବାଲୁଙ୍କେଶ୍ୱର ବଜାରରେ ୪୯ ବ୍ୟବସାୟୀ ବାଣ ବେପାର କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦ ଜଣଙ୍କୁ ଶୁକ୍ରବାର ଯାଏ ବାଣ ବିକ୍ରି ପାଇଁ ଲାଇସେନ୍ସ ମିଳିନାହିଁ ବୋଲି ପୋଲିସ କହିଛି। ବାଣ ବଜାର ସିଲ୍ କରାଯାଇଥିବା ବେଳେ ଏବେ ସେଠାରେ ଦୁଇ ସେକ୍ସନ ଫୋର୍ସ ମୁତୟନ ହୋଇଥିବା ଥାନାଧିକାରୀ ସୋରେନ କହିଛନ୍ତି । ଏନେଇ ବାଣବଜାର କମିଟି ସଭାପତି ରିଙ୍କୁ ଗୌଡ଼ କୁହନ୍ତି ବ୍ୟବସାୟୀ ସଂଘ ଜିଲାପାଳଙ୍କ ଠାରୁ ବାଣ ବିକ୍ରୟ ଲାଇସେନ୍ସ ପାଇବା ପାଇଁ ଆଶା ରଖିଥିଲା। ଜିଲା ପ୍ରଶାସନ ତରଫରୁ ଲାଇସେନ୍ସ ମିଳି ନ ଥିବା ସେ କହିଛନ୍ତି ।
ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…
ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା ୨୬ ନଂ…
ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ
ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…
୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା
ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…
ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା
ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…
ଭାଲିଡେସନ ଆକ୍ଟକୁ ନେଇ ପେନସନଭୋଗୀଙ୍କ ମନରେ ଭୟ: ବିରୋଧ କଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ
ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ…
ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ
ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…
ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ
ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…
ଫୁଲବାଣୀରୁ ବେଙ୍ଗାଲୁରୁକୁ ଗଞ୍ଜେଇ ଚାଲାଣ କରୁଥିଲେ ଭାଇ-ଭଉଣୀ, ଅଚାନକ ପହଞ୍ଚିଗଲା ପୋଲିସ, ତା’ପରେ…
ଛତ୍ରପୁର, ୧୦।୪(ଦିଲ୍ଲୀପ ସାମଲ): ବେଆଇନ ଭାବେ ଫୁଲବାଣୀରୁ ବେଙ୍ଗାଲୁରୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ଥାନା । ଗୁରୁବାର ଅପରାହ୍ନରେ ଏକ…
Archives

