ଭୁବନେଶ୍ୱର,୨୭ା୫(ବ୍ୟୁରୋ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବର୍ତ୍ତମାନ ଦିନକୁ ୧୦ ଲକ୍ଷ ଶ୍ର୍ରମଦିବସ ସୃଷ୍ଟି ହୋଇଥିବା ବେଳେ ଏହାକୁ ୨୦ ଲକ୍ଷକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ସମୀକ୍ଷା ବୈଠକରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବିଭିନ୍ନ ଜୋନ୍ ନିର୍ଣ୍ଣୟ କ୍ଷେତ୍ରରେ ପଞ୍ଚାୟତଗୁଡ଼ିକୁ ୟୁନିଟ୍ କରିବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ। ଏହା ଲକ୍ଡାଉନ, କ୍ୱାରାଣ୍ଟାଇନ ନିୟମ ପାଳନ କରିବାରେ ଯଥେଷ୍ଟ ସହାୟକ ହୋଇଛି। ଓଡ଼ିଶାରେ କ୍ୱାରାଣ୍ଟାଇନ ପାଇଁ ଯେତିକି ସୁବିଧା ଅଛି ତା’ର ମାତ୍ର ୩୦ ପ୍ରତିଶତ ବ୍ୟବହୃତ ହୋଇଛି। ତେଣୁ ଅଧିକ ପ୍ରବାସୀଙ୍କ ପାଇଁ କୌଣସି ସମସ୍ୟା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୮୦ ହଜାର ପ୍ରବାସୀ ହୋମ କ୍ୱାରାଣ୍ଟାଇନକୁ ଯାଇସାରିଛନ୍ତି। ରାଜ୍ୟକୁ ଯେଉଁମାନେ ମାତ୍ର ୭୨ ଘଣ୍ଟା ପାଇଁ ଆସୁଛନ୍ତି ସେମାନଙ୍କୁ କୌଣସି କ୍ୱାରାଣ୍ଟାଇନ୍ରେ ରଖାଯିବ ନାହିଁ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ବର୍ତ୍ତମାନ ୧୭ ଜିଲାରେ ୩.୮୫ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି। ଯାହା କି ଗତବର୍ଷ ଠାରୁ ୪୦ ପ୍ରତିଶତ ଅଧିକ। ଚାଷୀମାନଙ୍କ ଆକାଉଣ୍ଟକୁ ୫୨୧ କୋଟି ଟଙ୍କା ପ୍ରଦାନ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। କୋଭିଡ୍-୧୯ରେ ଓଡ଼ିଶାର ସୁସ୍ଥତା ହାର ୪୨.୭୮ ପ୍ରତିଶତ ରହିଛି। ଯାହା କି ଜାତୀୟ ହାରଠାରୁ ଭଲ ରହିଛି। ମୃତ୍ୟୁ ହାର ୦.୪୨ ପ୍ରତିଶତ। ରାଜ୍ୟର ବର୍ତ୍ତମାନ ୧୪ଟି ପରୀକ୍ଷାଗାରରେ ଟେଷ୍ଟିଂ କରାଯାଉଛି। ଟେଷ୍ଟିଂ କ୍ଷମତା ଦିନକୁ ୫୫୦୦କୁ ବୃଦ୍ଧି ପାଇଛି ବୋଲି ବୈଠକରେ ସୂଚନା ଦିଆଯାଇଛି। ସେହିପରି ୧୦୯ଟି ସ୍ବତନ୍ତ୍ର ଟ୍ରେନ୍ରେ ୧,୫୩,୭୩୮ ପ୍ରବାସୀ ରାଜ୍ୟରେ ପହଞ୍ଚିଛନ୍ତି।
ବାତ୍ୟା ଅର୍ଣ୍ଣବ: ଏହି ଜିଲାରେ ୨ ଦିନ ସ୍କୁଲ୍ ଛୁଟି ଘୋଷଣା
ଭୁବନେଶ୍ବର,୨୬।୧୦: ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ପାଖେଇ ଆସୁଥିବା ବେଳେ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ନବରଙ୍ଗପୁର ଜିଲାରେ ଆସନ୍ତା ୨…
ପୁଣି ବଦଳିବେ କଂସ ଅଭିନେତା: ଅଭିନୟରୁ ଅବ୍ୟାହତି ନେଲେ ସୁଶିଲ
ବରଗଡ଼,୨୬।୧୧(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୭ ମସିହା ଜାନୁଆରୀ ମାସ ୧୨ରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ଏହି…
ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ, ୮ ଟ୍ରେନ୍ ବାତିଲ କଲା SCoR
ଭୁବନେଶ୍ୱର, ୨୬ା୧୦: ବାତ୍ୟା ‘ଅର୍ଣ୍ଣବ’ ପାଇଁ ୮ଟି ଟ୍ରେନ ବାତିଲ କରାଯାଇଛି । ସେହିପରି ୨ଟି ଟ୍ରେନର ଗତିପଥ ବଦଳାଇ ଦିଆଯାଇଛି । ଏନେଇ ସାଉଥ୍ କୋଷ୍ଟ…
ରାୟଗଡ଼ାରେ ଜନନୀ ଯନ୍ତ୍ରଣା, ମୃତ ସନ୍ତାନ ଜନ୍ମ ଦେଲେ ପ୍ରସୂତି
କାଶୀପୁର,୨୬।୧୦(ଜଗନ୍ନାଥ ଗୌଡ଼): ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ୫ଦିନ ମଧ୍ୟରେ ୨ଟି ଘଟଣା ଜିଲାର ସ୍ବାସ୍ଥ୍ୟ ସେବାର ଚିତ୍ରକୁ ସ୍ପଷ୍ଟ…
ମନ୍ଦିର ତାଲା ଖୋଲି ଦାନବାକ୍ସ ନେଇଗଲେ, ପୋଲିସର ତଦନ୍ତ ଆରମ୍ଭ
ଅମରପାଲି,୨୬।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ସହରର ତ୍ରିବେଣୀ ଛକ ସ୍ଥିତ ଦୁର୍ଗା ମନ୍ଦିରରୁ ଦାନବାକ୍ସ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ମନ୍ଦିର କମିଟି ପକ୍ଷରୁ…
ବାତ୍ୟାକୁ ନେଇ IMD ଡିଜିଙ୍କ ବଡ଼ ସୂଚନା, ଦକ୍ଷିଣ ଓଡ଼ିଶାରେ ୬୦ରୁ ୮୦କିମି ବେଗରେ ବହିବ ପବନ
ଭୁବନେଶ୍ୱର,୨୬।୧୦: ବଙ୍ଗୋପସାଗରରେ ବଳ ଗୋଟାଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଅର୍ଣ୍ଣବ’। ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ୬୦ରୁ ୮୦ କିମି ବେଗରେ ପବନ ବହିବ…
ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ: ନିର୍ଜନ ଦ୍ୱୀପରେ ଆଶ୍ରୟ ନେଇଛନ୍ତି ୨୦ରୁ ଅଧିକ କଙ୍କଡ଼ା ଧରାଳି, ପହଞ୍ଚିନି ସଚେତନତା ବାର୍ତ୍ତା
ମହାକାଳପଡ଼ା,୨୬ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅର୍ଣ୍ଣବ’ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସ୍ଥଳଭାଗ ମୁହାଁ ହେଉଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD)ର ସୂଚନା ଅନୁଯାୟୀ,…
ମାଡ଼ି ଆସୁଛି ବାତ୍ୟା: ଗୋପାଳପୁରରୁ ୫୮୦କି.ମି ଦୂରରେ ଅର୍ଣ୍ଣବ
ଭୁବନେଶ୍ୱର,୨୬।୧୦: ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ଅର୍ଣ୍ଣବ’। ଆଜି ମଧ୍ୟରାତି ସୁଦ୍ଧା ବାତ୍ୟା ଭୀଷଣ ରୂପ ନେବ। ଆସନ୍ତାକାଲି ବାତ୍ୟା ଅତି ଭୀଷଣ ରୂପ ନେବାର ସମ୍ଭାବନା…

