ଦିନକର ଦରମା ଦାନ କଲେ ଶିକ୍ଷକ, କର୍ମଚାରୀ

ସୋର,୨୯ା୪(ଡି.ଏନ.ଏ.)-ସୋର ମ୍ୟୁନିସିପାଲଟି ଅନ୍ତର୍ଗତ ଏସ୍‌ଏନ୍‌ ହାଇସ୍କୁଲ ପକ୍ଷରୁ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କର ଗୋଟିଏ ଦିନର ଦରମା କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କରିଛନ୍ତି। ଏହି ବିଦ୍ୟାଳୟର ୧୯ ଜଣ ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ ସେମାନଙ୍କର ଗୋଟିଏ ଦିନର ଦରମା ୩୦ ହଜାର ୪୨୨ଟଙ୍କାର ଡ୍ରାଫ୍ଟ ସୋର ବିଧାୟକ ପର୍ଶୁରାମ ଧଡାଙ୍କ ତତ୍ତ୍ୱାବଧାନରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ପଠାଇଛନ୍ତି। ବିଦ୍ୟାଳୟ ପ୍ରଧାନଶିକ୍ଷକ ଶୁକଦେବ ନାୟକ, ଶିକ୍ଷକ ନରେନ୍ଦ୍ର କୁମାର ପାତ୍ର, ରଘୁନାଥ ଦାସ, ପ୍ରଫୁଲ୍ଲ କୁମାର ଦାସ ଓ ବିରେନ୍ଦ୍ର କୁମାର ସେଣ ପ୍ରମୁଖଙ୍କ ସହଯୋଗରେ ଏହି ଅର୍ଥ ପ୍ରଦାନ କରାଯାଇଛି।