ଦିନକର ଦରମା ଦାନକଲେ ‘ନିରତାର’ କର୍ମଚାରୀ

କଣ୍ଟାପଡ଼ା,୧୫ା୪(ଡି.ଏନ୍‌.ଏ.) : କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଅଧୀନରେ ଓଲଟପୁରଠାରେ ଥିବା ଦିବ୍ୟାଙ୍ଗ ସ୍ବାସ୍ଥ୍ୟ ଓ ଗବେଷଣା କେନ୍ଦ୍ର ଓ ପାରାମେଡିକାଲ କଲେଜର ସ୍ଥାୟୀ ଏବଂ ଠିକା କର୍ମଚାରୀମାନେ କରୋନା ପାଇଁ ଗଠିତ ପିଏମ୍‌ କେୟାର ଫଣ୍ଡକୁ ଗୋଟିଏ ଦିନର ଦରମା ପ୍ରଦାନ କରିଛନ୍ତି। ବୁଧବାର ‘ନିରତାର’ କର୍ତ୍ତୃପକ୍ଷ କର୍ମଚାରୀମାନେ ୩,୭୭,୭୧୦ ଟଙ୍କାକୁ ଓଲଟପୁରସ୍ଥିତ ଇଣ୍ଡିଆନ ବ୍ୟାଙ୍କରେ ଥିବା ‘ନିରତାର’ ସେଭିଙ୍ଗସ୍‌ ଆକାଉଣ୍ଟରେ ଜମା କରିବା ପରେ ତାହାକୁ ପିଏମ୍‌ କେୟାର ଫଣ୍ଡକୁ ଏନ୍‌ଇଏଫ୍‌ଟି ଜରିଆରେ ଟ୍ରାନ୍ସଫର କରିଥିଲେ। ମହାମାରୀ କରୋନା ଯୋଗୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଯୋଗୁ ଆର୍ଥତ୍କ ସମସ୍ୟା ଦେଇ ଗତି କରୁଥିବାବେଳେ ସମଗ୍ର ସଚେତନ ନାଗରିକ ଏପରି ସ୍ଥିତିରେ ସହଯୋଗର ହାତ ବଢ଼ାଇଲେ ଦେଶ ଏଭଳି ପରିସ୍ଥିତିରୁ ମୁକୁଳିଯିବ ବୋଲି ‘ନିରତାର’ ନିର୍ଦ୍ଦେଶକ ଡା.ଶକ୍ତି ପ୍ରସାଦ ଦାସ କହିଛନ୍ତି।