ଦିନକରେ ଆକ୍ରାନ୍ତ ୧୪୬, ସୁସ୍ଥ ୧୪୬

ଭୁବନେଶ୍ୱର,୧୫।୬(ବ୍ୟୁରୋ): ରାଜ୍ୟରେ ଗୋଟିଏ ଦିନରେ ଅର୍ଥାତ୍‌ ସୋମବାର ସକାଳେ ୧୪୬ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସନ୍ଧ୍ୟାରେ ୧୪୬ଜଣ ସୁସ୍ଥ ହୋଇଛନ୍ତି।
ସୁସ୍ଥଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୨୬ଜଣ ରହିଥିବା ବେଳେ ଖୋର୍ଦ୍ଧା ୨୩, ଗଞ୍ଜାମ ୧୮, ମୟୂରଭଞ୍ଜ ୧୩, ଗଜପତି ୧୨, ଭଦ୍ରକ ଓ ବଲାଙ୍ଗୀରରୁ ୧୧ଜଣ ଲେଖାଏ, କନ୍ଧମାଳ, କୋରାପୁଟ ଓ ରାୟଗଡ଼ାରୁ ୫ ଜଣ ଲେଖାଏ, କଳାହାଣ୍ଡି ୪, ଯାଜପୁର ଓ ନୟାଗଡ଼ରୁ ୩ ଜଣ ଲେଖାଏ, ଢେଙ୍କାନାଳ, ନୂଆପଡ଼ା ଓ ପୁରୀରୁ ୨ ଜଣ ଲେଖାଏ ଏବଂ ଜଗତ୍‌ସିଂହପୁରରୁ ଜଣେ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସେହିପରି ସକାଳେ ଚିହ୍ନଟ ୧୪୬ ଆକ୍ରାନ୍ତଙ୍କ ମଧ୍ୟରୁ କନ୍ଧମାଳରେ ସର୍ବାଧିକ ୪୮ ଜଣ ରହିଥିବା ବେଳେ କଟକ ଏବଂ ଭଦ୍ରକରୁ ୧୯ ଜଣ ଲେଖାଏ ରହିଛନ୍ତି। ସେହିପରି ଖୋର୍ଦ୍ଧା ୭, ନୟାଗଡ଼ ୪, ଝାରସୁଗୁଡ଼ା ୧, ରାୟଗଡ଼ା ୫, ଜଗତ୍‌ସିଂପୁର ୪, ବାଲେଶ୍ୱର ୮, ଢ଼ୋଙ୍କାନାଳ ୧, ଅନୁଗୋଳ ୬, ଗଞ୍ଜାମ ୮, ସୋନପୁର ୨, ସମ୍ବଲପୁର ୧, ସୁନ୍ଦରଗଡ଼ ୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାତ୍ୟା ଅମ୍ପନ ଉଦ୍ଧାର କାର୍ଯ୍ୟ ସାରି କୋଲକାତାରୁ ଫେରିଥିବା ଆଉ ୯ ଅଗ୍ନିଶମ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି।