ଦିଗପହଣ୍ଡି ରେଞ୍ଜର ନିଲମ୍ବିତ

ବ୍ରହ୍ମପୁର ଅଫିସ୍‌,୧୫ା୮-ଗଞ୍ଜାମ ଜିଲା ଦିଗପହଣ୍ଡିର ଭାରପ୍ରାପ୍ତ ରେଞ୍ଜର ପରମାନନ୍ଦ ପାଣିଗ୍ରାହୀ ବୁଧବାର ନିଲମ୍ବିତ ହୋଇଛନ୍ତି। ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୁରେଶ ପନ୍ଥ ତାଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବନ ସମୟରେ ସେ ଘୁମୁସର ନର୍ଥ ଡିଭିଜନ୍‌ ମୁଖ୍ୟାଳୟରେ ରହିବେ। ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ବିନା ସେ ମୁଖ୍ୟାଳୟ ଛାଡ଼ି କେଉଁଆଡ଼େ ଯାଇପାରିବେ ନାହିଁ ।
ସୂଚନାଯୋଗ୍ୟ, ଜୁନ୍‌ ୨୯ତାରିଖରେ କଟକ ଭିଜିଲାନ୍ସ ପକ୍ଷରୁ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଆଶିଷ କୁମାର ବେହେରାଙ୍କ ଘରେ ଚଢ଼ାଉ କରାଯାଇଥିଲା। ଏଥି ସହ ତାଙ୍କ କାର୍ଯ୍ୟାଳୟ, ଦିଗପହଣ୍ଡି ରେଞ୍ଜ କାର୍ଯ୍ୟାଳୟ ଏବଂ ଖଲ୍ଲିକୋଟ ରେଞ୍ଜ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ ହୋଇଥିଲା । ପରେ ବନଖଣ୍ଡ ଅଧିକାରୀ ବେହେରା ଗିରଫ ହୋଇଥିଲେ। ତେବେ ଏହି ଘଟଣା ପରଠାରୁ ଦିଗପହଣ୍ଡିର ଭାରପ୍ରାପ୍ତ ରେଞ୍ଜର୍‌ ପରମାନନ୍ଦ କାର୍ଯ୍ୟାଳୟକୁ ଯାଉ ନ ଥିଲେ ।