Categories: ଗଞ୍ଜାମ

ଦିଗପହଣ୍ଡି ନିର୍ବାଚନମଣ୍ଡଳୀ: ତ୍ରୁଟି ଯୋଗୁ ଗଣନାରୁ ବାଦ୍‌ ପଡ଼ିଲା ୧୨ ଇଭିଏମ୍‌

ଦିଗପହଣ୍ଡି,୨୭ା୫(ଡି.ଏନ୍‌.ଏ.)-ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସୂର୍ଯ୍ୟ ନାରାୟଣ ପାତ୍ର ୪୦,୪୫୨ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସୂର୍ଯ୍ୟ ୭୫,୦୧୬ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପିଙ୍କି ପ୍ରଧାନ ୩୪,୫୬୪ ଭୋଟ ପାଇଥିଲେ। ଇଭିଏମ୍‌ରେ ତ୍ରୁଟି ଯୋଗୁ ୧୨ ମତଦାନ କେନ୍ଦ୍ରର ଭୋଟ ଗଣତି କରାନଯାଇ ଚୂଡାନ୍ତ ଫଳାଫଳ ଘୋଷଣା କରାଯାଇଛି। ସେଗୁଡିକ ହେଲା ଦିଗପହଣ୍ଡି ବ୍ଲକ କମାପଦ୍ମନାଭପୁର ବୁଥ୍‌ ନଂ. ୪୫, ଗୋକର୍ଣ୍ଣପୁର ବୁଥ୍‌ ନଂ. ୫୮, ପୀତାମ୍ବରପୁର ବୁଥ୍‌ ନଂ. ୬୧, ସିଦ୍ଧଖଣ୍ଡି ବୁଥ୍‌ ନଂ.୬୬, ରାମଚନ୍ଦ୍ରପୁର ବୁଥ୍‌ ନଂ.୯୭, ଡଙ୍କାରି ବୁଥ୍‌ ନଂ.୧୧୬, ପେଣ୍ଠା ଗାଁ ବୁଥ୍‌ ନଂ.୧୪୪, ଜଂଘମା ବୁଥ୍‌ ନଂ ୧୬୩, ସାନଡୁମ୍ବୁଳା ବୁଥ୍‌ ନଂ.୧୭୭, ବାଗଡା ବୁଥ୍‌ ନଂ.୧୮୦ ଏବଂ କୁକୁଡାଖଣ୍ଡି ବ୍ଲକ ରୋହିଗଁା ବୁଥ୍‌ ନଂ.୭୩। ନିର୍ବାଚନ ଆଇନ ଅନୁଯାୟୀ ଭୋଟ ଗଣନା କେନ୍ଦ୍ରରେ ନିଯୁକ୍ତ ସର୍ବାଧିକ ଭୋଟ ହାସଲ କରିଥିବା ପ୍ରାର୍ଥୀ ଓ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କ ଏଜେଣ୍ଟମାନଙ୍କ ସହମତି ଭିତ୍ତିରେ ଏସବୁ ଅଚଳ ଭୋଟିଂ ମେଶିନର ଫଳାଫଳକୁ ବାଦ୍‌ ଦେଇ ଚୂଡାନ୍ତ ଫଳାଫଳ ଘୋଷଣା କରାଯାଇଥିବା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅତିରିକ୍ତ ରିଟର୍ନିଂ ଅଫିସର ଅଦ୍ୱୈତ କୁମାର ସ୍ବାଇଁ କହିଛନ୍ତି।