ଦିଗପହଣ୍ଡିରେ ଧର୍ମଘଟ ଶାନ୍ତିପୂର୍ଣ୍ଣ

ଦିଗପହଣ୍ଡି,୮।୧(ଡି.ଏନ.ଏ.): କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ୍‌ ପକ୍ଷରୁ ୧୨ ଦଫା ନେଇ ଦେଶବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ପାଳନ ଡାକରା ଦିଆଯାଇଛି। ବୁଧବାର ସର୍ବଭାରତୀୟ ଧର୍ମଘଟ ଦିଗପହଣ୍ଡିରେ ଶାନ୍ତିପୂର୍ଣ୍ଣ ଥିଲା। ଦିଗପହଣ୍ଡି ବସଷ୍ଟାଣ୍ଡ, ବଜାର ଓ ପୁଞ୍ଜି କଁୟା ଛକଠାରେ ସିପିଆଇ, ସିପିଆଇ(ଏମ) ଓ କଂଗ୍ରେସ ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିଲା। ବ୍ରହ୍ମପୁର-ଦିଗପହଣ୍ଡି ୨୧୭ ରାଜ୍ୟ ରାଜପଥ ଏବଂ ରାୟଗଡା ୩୨୬ ନମ୍ବର ଜାତୀୟ ରାଜପଥକୁ ଦଳୀୟ କର୍ମୀମାନେ ଅବରୋଧ କରିବାରୁ ରାସ୍ତାରେ ଗାଡି ଚଳାଚଳ ବନ୍ଦ ଥିଲା। ସିପିଆଇ(ଏମ) ଗଞ୍ଜାମ ଜିଲା କମିଟି ସମ୍ପାଦକ କୈଳାସ ଷଡ଼ଙ୍ଗୀ, ସିପିଆଇର ରାଜ୍ୟ ପରିଷଦ ସଦସ୍ୟ ଅଳକ ନାଥ ମିଶ୍ର, ସମିରଚନ୍ଦ୍ର ମିଶ୍ର, ତପନ କୁମାର ମିଶ୍ର, ଗଞ୍ଜାମ ଜିଲା କଂଗ୍ରେସ କମିଟି ଉପସଭାପତି ପ୍ରଫୁଲ୍ଲ ପଣ୍ଡା, ବ୍ଳକ ଯୁବ କଂଗ୍ରେସ ସଭାପତି ଦୀପକ କୁମାର ମିଶ୍ର, କାର୍ଯ୍ୟକର୍ତ୍ତା ରସାନନ୍ଦ ରାଉତ, କେ.କୁନା, ଗୋପାଳକୃଷ୍ଣ ମେକାପ, ନୀଳକଣ୍ଠ ପଟ୍ଟନାୟକ, ଭଗବାନ ସ୍ବାଇଁ, ଡମ୍ବୁରୁଧର ବେହେରା, ନିର୍ମାଣ ଶ୍ରମିକ ସଙ୍ଘ ରାଜ୍ୟ କାର୍ଯ୍ୟକର୍ତ୍ତା ଅଶିନୀ କୁମାର ଦାସ, କୁରେଶୁ ପଣ୍ଡା, ସୁଦର୍ଶନ ରାଜୁ, ଉପେନ୍ଦ୍ର ବେହେରା ପ୍ରମୁଖଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଶୋଭାଯାତ୍ରା ସହର ପରିକ୍ରମା କରି ଦୋକାନ ବଜାର ବନ୍ଦ କରିବା ସହ ପ୍ରତିବାଦ ସଭାରେ ସାମିଲ ଥିଲେ।