ଦାୟିତ୍ୱ ନେଲେ ମେହେର୍ଦ୍ଦା

ଭୁବନେଶ୍ୱର,୧୨ା୩(ବ୍ୟୁରୋ): ୧୯୯୭ ବ୍ୟାଚ୍‌ ଆଇଏଏସ୍‌ ଅଫିସର ପ୍ରମୋଦ ମେହେର୍ଦ୍ଦା ବୁଧବାର ରାଜ୍ୟପାଳଙ୍କ ସଚିବଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ମେହେର୍ଦ୍ଦା ରାଜଭବନ ଯାଇ ପ୍ରଥମେ ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ପରେ ବିଧିବଦ୍ଧଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଭାବେ ଦୀର୍ଘଦିନ ଧରି ଦାୟିତ୍ୱ ତୁଲାଇବା ପରେ କିଛିଦିନ ତଳେ ବାଣିଜ୍ୟ ଓ ପରିବହନ ବିଭାଗକୁ ବଦଳି ହୋଇଥିଲେ। ଏହି ବିଭାଗୀୟ ଦାୟିତ୍ୱ ତୁଲାଇବା ପରେ ତାଙ୍କୁ ରାଜ୍ୟପାଳଙ୍କ ସଚିବ ଭାବେ ବଦଳି କରାଯାଇଛି।