ଦାରୁଠେଙ୍ଗ ଡମ୍ପିୟାର୍ଡ ପାଇଁ ନନ୍ଦନକାନନର ଜୀବ ମରୁଛନ୍ତି

ଭୁବନେଶ୍ୱର,୨୪।୯(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠସ୍ଥିତ ଡାରୁଠେଙ୍ଗ ଗ୍ରାମଠାରେ ସମଗ୍ର ଭୁବନେଶ୍ୱର ମହାନଗର ନିଗମର ଅଳିଆ ଓ ଆର୍ବଜନା ପାହାଡ଼ ପରି ଗଦା କରିଦିଆଯାଉଛି। ଏଥିପାଇଁ ସେହି ପାଖାପାଖି ଅଞ୍ଚଳ ଗୁଡିକର ପରିବେଶ ଅତ୍ୟନ୍ତ ପ୍ରଦୂଷିତ ହୋଇପଡ଼ିଛି ବୋଲି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଅଭିଯୋଗ କରିଛନ୍ତି, ଯେଉଁଥିପାଇଁ ନନ୍ଦନକାନନର ବହୁ ପଶୁ, ପକ୍ଷୀ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ଯଦି ତୁରନ୍ତ ଏହାର ସମାଧାନ କରା ନ ଯିବ ତେବେ ଆସନ୍ତା ୨୫ରେ ଆନ୍ଦୋଳନ କରାଯିବ ବୋଲି ସେ ଅଭିଯୋଗ କରିଛନ୍ତି।
କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୁରେଶ କହିଛନ୍ତି ଯେ, ଦୀର୍ଘଦିନ ହେବ ସେ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାପରେ ମଧ୍ୟ ରାଜ୍ୟ ସରକାର ଏ ସମସ୍ୟା ପ୍ରତି ଦୃଷ୍ଟି ଦେଉନାହାନ୍ତି। ବାରମ୍ବାର ଆନ୍ଦୋଳନ ଏବଂ ପ୍ରତିବାଦ ସଭା କରାଯାଇଛି। ଆନ୍ଦୋଳନରେ ଅଂଶଗ୍ରହଣ କରି ସେଠିକାର ୫୦ରୁ ଊର୍ଦ୍ଧ୍ୱ ବାସିନ୍ଦା ମାସ ମାସ ଧରି ଜେଲଦଣ୍ଡ ଭୋଗିଛନ୍ତି। ଏବେ ପରିସ୍ଥିତି ଅଣାୟତ୍ତ ହୋଇଗଲାଣି। ଏହି ପ୍ରଦୂଷଣ ଫଳରେ ବହୁଲୋକ ମୃତ୍ୟୁବରଣ କଲେଣି। ମୁଖ୍ୟ ପ୍ରସଙ୍ଗ ହେଉଛି, ଏହି ଅଳିଆ ଗଦା ଭାରତ ବିଖ୍ୟାତ ନନ୍ଦନକାନନର ପଶୁପକ୍ଷୀଙ୍କୁ ଆକ୍ରାନ୍ତ କରୁଛି। ଏଥିରୁ ଜନ୍ମିତ ଭୂତାଣୁ ଦ୍ୱାରା ୫ଟି ହାତୀ, ଗଣ୍ଡା, ନୀଳଗାଈ, ହରିଣ, ଧଳା ବାଘ, ଡେଲେରା ମୂଷା ଓ ଅନ୍ୟାନ୍ୟ ପଶୁପକ୍ଷୀ ମୃତ୍ୟୁବରଣ କରିଥିବା ସ୍ଥଳେ ନନ୍ଦନକାନନ କର୍ତ୍ତୃପକ୍ଷ ଏହି ପଶୁପକ୍ଷୀଙ୍କର ମୃତ୍ୟୁର କାରଣ ଦାରୁଠେଙ୍ଗସ୍ଥିତ ଅଳିଆ ଗଦା ବୋଲି ପ୍ରକାଶ ନ କରି ସରକାରଙ୍କ ଚାପରେ ନୀରବ ରହିଛନ୍ତି। କେବଳ ଦାରୁଠେଙ୍ଗ, ପଟିଆ, ରଘୁନାଥପୁର, ଚନ୍ଦକା, ଅନ୍ଧାରୁଆ, ପାଇକେରାପୁର, କଣ୍ଟାବାଡ଼, ମେଣ୍ଢାଶାଳ ଅଞ୍ଚଳର ବାସିନ୍ଦା ନୁହନ୍ତି ଭାରତ ପ୍ରସିଦ୍ଧ ନନ୍ଦନକାନନର ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଦାରୁଠେଙ୍ଗସ୍ଥିତ ଡମ୍ପିଂୟାଡ଼କୁ ସ୍ଥାନାନ୍ତରିତ କରିବା ପାଇଁ ଜଟଣୀ ବିଧାୟକ ଦାବି କରିଛନ୍ତି। ଏହାର ପ୍ରତିକାର କରା ନ ଗଲେ ଆସନ୍ତା ୨୫ ତାରିଖ ଦିନ ୧୦ଟା ସମୟରେ ନନ୍ଦନକାନନ ଗେଟ୍‌ ନଂ-୨ରେ ଧାରଣା ଦିଆଯିବ। ଏନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସମସ୍ତ ସ୍ଥାନୀୟ ଜନସାଧାରଣ ସକ୍ରିୟ ଭାବେ ଭାଗନେଇ ଆନ୍ଦୋଳନକୁ ସଫଳ କରିବାକୁ ସୁରେଶ କୁମାର ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ ଯେ, ଏହି ପ୍ରସଙ୍ଗରେ ବିଧାନସଭାରେ ସୁର ରାଉତରାୟ ବାରମ୍ବାର ଅଭିଯୋଗ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri