ଦାରିଙ୍ଗବାଡିରେ ଅଭିଯୋଗ ଶୁଣାଣି

ଦାରିଙ୍ଗବାଡି,୧୭ା୧୨(ଡି.ଏନ୍‌.ଏ.)-ାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ମିଳିତ ଅଭିଯୋଗ ଶୂଣାଣି ଅନୁଷ୍ଠିତ ହୋଇଛି। କନ୍ଧମାଳ ଜିଲା ଅତିରିକ୍ତ ଜିଲାପାଳ ବସନ୍ତ ସାହୁ ମୋଟ ୩୯ ଅଭିଯୋଗ ଣୁଣିଥିଲେ। ସେଥିରେ ୧୭ ସାମୂହିକ ଥିବା ବେଳେ ୨୨ ବ୍ୟକ୍ତିଗତ ଅଭିଯୋଗ ଥିଲା। ବିଭିନ୍ନ ପ୍ରକାର ଭତ୍ତା ସହ ରାସ୍ତା ନିର୍ମାଣ, ମୋବାଇଲ ଟାୱାର ନିର୍ମାଣ, ଗୁହାଳ ନିର୍ମାଣ ପରେ ମଧ୍ୟ ପ୍ରାପ୍ୟ ମିଳିବାରେ ବିଳମ୍ବ ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଡିଆର୍‌ଡିଏର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ବନାଥ ବାରିକ, ବିଡିଓ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ, ତହସିଲଦାର ନିତିସ ତ୍ରିପାଠୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।