ଦାନଗଦୀ ବ୍ଲକରେ ନବମ ପଞ୍ଚାୟତ ସମିତି ବୈଠକ

କଳିଙ୍ଗନଗର,୫ା୧୦(ଡି.ଏନ୍‌.ଏ.): ଦାନଗଦୀ ବ୍ଲକ ସଭାଗୃହଠାରେ ଶୁକ୍ରବାର ନବମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଲୋପାମୁଦ୍ରା ନାୟକଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ, ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ, ତହସିଲଦାର ବୁଲବୁଲ ବେହେରା, ବିଡିଓ ମଣିପ୍ରସାଦ ମିଶ୍ର, ଏବିଡିଓ ଅଜୟ କୃଷ୍ଣ ଦ୍ୱିବେଦୀ, ଉପାଧକ୍ଷ ସୁଧାଂଶୁ ଭଞ୍ଜ ପ୍ରମୁଖ ଯୋଗଦେଇଥିଲେ। ବିଧାୟକ ଘଡ଼ାଇ ପୂର୍ବ ସମୀକ୍ଷା ବୈଠକରେ ନିଆଯାଇଥିବା ନିଷ୍ପତ୍ତଗୁଡିକର କାଯର୍ର୍‌ୟକାରୀ ଠିକ୍‌ ଭାବେ କରା ନ ଯିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଥିସହ ଜମି ପଟ୍ଟା ନ ଦେଇ ପାରିବାରୁ ବ୍ଲକରେ ୧୩୨୫ ଘର ଫେରିଯାଇଥିବା ଜାଣି ବିଧାୟକ କ୍ଷୋଭ ପ୍ରକାଶ କରିଥିଲେ। ତୁରନ୍ତ ହିତାଧିକାରୀଙ୍କୁ ଚିହ୍ନଟ କରି ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର କିମ୍ବା ଏନ୍‌କ୍ଲୋଜମେଣ୍ଟ ପାଉତି ବଳରେ ସେମାନଙ୍କୁ ଘର ଯୋଗାଇ ଦେବାକୁ ବିଡିଓଙ୍କୁ ପରାମର୍ଶ ଦେଇଥିଲେ। ଆସନ୍ତା ସପ୍ତାହରେ ୧୩୨୫ ହିତାଧିକାରୀଙ୍କୁ ଚିହ୍ନଟ କରାଯିବା ଉପରେ ଗୁରୁତ୍ୱ ଦେବାକୁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବିଧାୟକ ତାଗିଦ୍‌ କରିଥିଲେ। ବ୍ଲକର ପ୍ରତ୍ୟେକ ବିଦ୍ୟାଳୟରେ ଉନ୍ନତମାନର ଶୌଚାଳୟ ନିର୍ମାଣ କରାଯିବା ସହ ଯୋଉଁ ବିଦ୍ୟାଳୟଗୁଡିକରେ ଖେଳ ପଡ଼ିଆ ଅନୁପଯୋଗି ଅଛି ସେଠାରେ ଏନ୍‌ଆରଜିଏସ୍‌ ସ୍କିମରେ ଖେଳପଡିଆରେ ମାଟି ପକାଇ ତାହାକୁ ଖେଳ ଉପଯୋଗି କରିବା ପାଇଁ ଏମ୍‌ପି ସେଠୀ ବ୍ଲକ ବିଇଓଙ୍କୁ ପରାମର୍ଶ ଦେଇଥିଲେ। ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଓ ବିଦ୍ୟୁତ ବିଭାଗ ବ୍ଲକରେ ଠିକ ଭାବେ କାମ କରୁ ନ ଥିବା ତ୍ରିଜଙ୍ଗା ସରପଞ୍ଚ କାହ୍ନୁ ଚରଣ ଦାସ ଅଭିଯୋଗ କରିଥିଲେ। ଦାନଗଦୀ ଡାକ୍ତର ଖାନାରେ ଡାକ୍ତର ଅଭାବ ଥିବା ବେଳେ ରାତ୍ରି ଡ୍ୟୁଟି ଠିକ୍‌ ସେ ହେଉ ନ ଥିବାରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ଦିଗରେ ଦୃଷ୍ଟି ଦେବାକୁ ସରପଞ୍ଚ ଦାସ ବିଧାୟକଙ୍କୁ ନିବେଦନ କରିଥିଲେ। ଉଚବାଲି ସମିତିସଭ୍ୟ ରବୀନ୍ଦ୍ର ଜେନା ଗୋବର୍ଦ୍ଧନ ପୁର ଡାକ୍ତର ଖାନାରେ ଡାକ୍ତର ନିଯୁକ୍ତି ଦେବାକୁ ଦାବି କରିଥିଲେ। ସବୁଦିନ ବୈଠକ ନ କରି ସପ୍ତାହରେ ଦୁଇ ଦିନ ବୈଠକ କରିବାକୁ ଓସ୍ତପାଳ ସମିତିସଭ୍ୟ ଅଜିତ ନନ୍ଦି ଦାବି କରିଛନ୍ତି। ଅ୍ୟନମାନଙ୍କ ମଧ୍ୟରେ ବ୍ଲକର ୨୩ ପଞ୍ଚାୟତରୁ ନିର୍ବାଚିତ ସରପଞ୍ଚ, ସମିତିସଭ୍ୟାସଭ୍ୟଙ୍କ ସମେତ ଶିକ୍ଷା, କୃଷି, ସ୍ବାସ୍ଥ୍ୟ, ଗୃହ ନିର୍ମାଣ ବିଭାଗ, ବିଦ୍ୟୁତ ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅଧିକାରୀ ଯୋଗଦେଇଥିଲେ। ଜିପିଓ ରଞ୍ଜନ କୁମାର ବେହେରା ପୂର୍ବ ବୈଠକର ବିବରଣି ପାଠ କରିବା ପରେ ଏହାକୁ ସର୍ବ ସମ୍ମତିକ୍ରମେ ଗୃହୀତ କରାଯାଇଥିଲା। ବ୍ଲକ ଉପାଧ୍ୟକ୍ଷ ଭଞ୍ଜ ଧନ୍ୟବାଦ ଦେଇଥିଲେ।
(ଫଟୋ)


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri