ଅଭିବୃଦ୍ଧି ତ୍ୱରାନ୍ବିତ ଲାଗି ପଦକ୍ଷେପ; ରେପୋ ରେଟ୍‌ ୦.୨୫% ହ୍ରାସ କଲା ଆର୍‌ବିଆଇ

 

ମୁମ୍ବାଇ,୫-୧୦: ଦେଶର ଜିଡିପି ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ରିଜର୍ଭ ବ୍ୟାଙ୍କ ଏହାର ସୁଧହାରରେ ଶୁକ୍ରବାର ହ୍ରାସ ଘୋଷଣା କରିଛି। ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ୬ ସଦସ୍ୟ ବିଶିଷ୍ଟ ମୁଦ୍ରାନୀତି କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ ଏହାର ରେପୋ ରେଟ୍‌ (ବ୍ୟାଙ୍କଗୁଡିକୁ ପ୍ରଦାନ କରୁଥିବା ଋଣ ଉପରେ ସୁଧହାର)କୁ ୦.୨୫% ବା ୨୫ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ୨୦୧୯ରେ ଲଗାତର ଭାବେ ୫ଥର ଲାଗି ରିଜର୍ଭ ବ୍ୟାଙ୍କ ସୁଧହାର ହ୍ରାସ ଫଳରେ ଏହା ୧.୩୫% କମି ୫.୧୫% ରହିଛି।
ଆର୍‌ବିଆଇର ଏହି ଘୋଷଣା ପରେ ବାସଗୃହ ଏବଂ ଅଟୋ ଭଳି ଋଣ ଉପରେ ବ୍ୟାଙ୍କଗୁଡିକ ଧାର୍ଯ୍ୟ କରୁଥିବା ସୁଧହାର କମିବ ବୋଲି ଜଣାପଡିଛି। ରେପୋ ରେଟ୍‌ ସହ ପ୍ରତ୍ୟକ୍ଷ ଭାବେ ଏହା ସଂଯୋଗ ହୋଇଥିବାରୁ ଗ୍ରାହକ ଏହାର ପ୍ରତ୍ୟକ୍ଷ ଲାଭ ପାଇବେ। ଦେଶର ଅର୍ଥନୈତିକ ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତର ୫%କୁ ଖସି ଆସିଛି। ଏଭଳି ସ୍ଥିତିରେ ଅର୍ଥ ବ୍ୟବସ୍ଥାରେ ସ୍ଥିତାବସ୍ଥା ଆଣିବାରେ ଏପରି ଏକ ପଦକ୍ଷେପ ସହାୟକ ହେବା ନେଇ ଆଶା କରାଯାଉଛି। ଅଭିବୃଦ୍ଧି ଦିଗରେ ସରକାର ବିଭିନ୍ନ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି ଏହାକୁ ଆଉ ଗୋଟିଏ ପାଦ ଆଗେଇ ନେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ନିଜ ପ୍ରତିକ୍ରିୟାରେ କହିଛନ୍ତି। ପାର୍ବଣ ସମୟରେ ଏଭଳି ଘୋଷଣା ଚାହିଦା ବୃଦ୍ଧିକୁ ପ୍ରୋତ୍ସାହିତ କରିବ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ଏହି ନିଷ୍ପତ୍ତିକୁ ଦେଶର ଶିଳ୍ପ ଜଗତ ପକ୍ଷରୁ ସ୍ବାଗତ କରାଯାଇଛି।
କେନ୍ଦ୍ରୀୟ ବ୍ୟାଙ୍କ ଏହାର ଚତୁର୍ଥ ଦ୍ୱିମାସିକ ବୈଠକରେ ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି ଜିଡ଼ିପି ଅଭିବୃଦ୍ଧି ପୂର୍ବାନୁମାନ ୬.୧କୁ ହ୍ରାସ କରିଛି। ପୂର୍ବରୁ ଜିଡିପି ଅଭିବୃଦ୍ଧି ୬.୯% ରହିବା ନେଇ ଏହା ଆକଳନ କରିଥିଲା। ନିର୍ଦ୍ଧାରିତ ଧାର୍ଯ୍ୟଲକ୍ଷ୍ୟ ମଧ୍ୟରେ ମୁଦ୍ରାସ୍ଫୀତି ରହିଥିବା ବେଳେ ଘରୋଇ ବଜାରର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିବା ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି। ମୁଦ୍ରାନୀତି କମିଟିର ସବୁ ସଦସ୍ୟ ରେପୋ ହ୍ରାସ ନେଇ ଭୋଟ ଦେଇଥିବା ବେଳେ ରବିନ୍ଦ୍ର ଢୋଲାକିଆ ୦.୪୦% ହ୍ରାସ ସମ୍ପର୍କରେ ଭୋଟ୍‌ କରିଥିଲେ। ସେପ୍ଟେମ୍ବର ତ୍ରୈମାସ ଲାଗି ମୁଦ୍ରାସ୍ଫୀତି ୩.୬% ରହିବା ନେଇ କୁହାଯାଇଛି। ଏହା ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ଭାଗରେ ୩.୫%ରୁ ୩.୭% ରହିବା ନେଇ ଆକଳନ ହୋଇଛି। ସେହିଭଳି ୨୦୨୦-୨୧ ଆର୍ଥତ୍କ ବର୍ଷର ପ୍ରାରମ୍ଭିକ ଭାଗରେ ମୁଦ୍ରାସ୍ଫୀତି କେନ୍ଦ୍ରୀୟ ବ୍ୟାଙ୍କର ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ରହିବ ବୋଲି ପ୍ରସ୍ତାବ ରଖାଯାଇଛି। ଅଭିବୃଦ୍ଧି ଲାଗି ସରକାରଙ୍କ ପକ୍ଷରୁ କିଛି ଦିନ ତଳେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପକୁ ମୁଦ୍ରାନୀତି କମିଟି ସ୍ବାଗତ କରିଛି। ସରକାରଙ୍କ ବିଭିନ୍ନ ପଦକ୍ଷେପ ବଜାରର ମନୋଭାବ ତଥା ଚାହିଦା ବଢାଇବା ଦିଗରେ କାର୍ଯ୍ୟ କରିବ ବୋଲି କମିଟି ପକ୍ଷରୁ କୁହାଯାଇଛି।
କୃଷି କ୍ଷେତ୍ରକୁ ନେଇ କମିଟି ବେଶ ଆଶାବାଦୀ ରହିଛି। ଏହି କ୍ଷେତ୍ର ନିଯୁକ୍ତି , ଆୟ ଏବଂ ଚାହିଦା ବୃଦ୍ଧି ଦିଗରେ ଯୋଗଦାନ ରଖିବ ବୋଲି କୁହାଯାଇଛି। ପୂର୍ବରୁ ରିଜର୍ଭ ବ୍ୟାଙ୍କ ୧.୧୦% ସୁଧହାର ହ୍ରାସ କରିଥିବା ବେଳେ ଏହାର ଲାଭ ଗ୍ରାହକଙ୍କୁ ପ୍ରତ୍ୟକ୍ଷ ଭାବେ ମିଳି ନାହିଁ। କାରଣ ବ୍ୟାଙ୍କଗୁଡିକ ୦.୨୯% ସୁଧହାର ହ୍ରାସର ଲାଭ ଗ୍ରାହକଙ୍କୁ ଦେଇଛନ୍ତି। ନିୟନ୍ତ୍ରଣାଧିନ ମୁଦ୍ରାସ୍ପୀତି ଏବଂ ଅଭିବୃଦ୍ଧି ଆଧାରରେ ରିଜର୍ଭ ବ୍ୟାଙ୍କ ସୁଧହାର ହ୍ରାସ କରିବ ବୋଲି ବଜାର ବିଶେଷଜ୍ଞମାନେ ଆଶା ରଖିଥିଲେ। ରିଟେଲ ଋଣକୁ ଏକ୍ସଟରନାଲ ବେଞ୍ଚମାର୍କ ସହ ଯୋଡିବା ଲାଗି ରିଜର୍ଭ ବ୍ୟାଙ୍କ ସବୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦେଇଥିଲା ପ୍ରାୟ ଅଧିକାଂଶ ବ୍ୟାଙ୍କ ଏହି ଧାରାକୁ ଆପଣାଇଛନ୍ତି। ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତ୍ତି ଋଣ ଗ୍ରହୀତାଙ୍କ ମନରେ ଖୁସି ସଞ୍ଚାର କରିଛି। ଏହାବାଦ ରିଜର୍ଭ ବ୍ୟାଙ୍କ ମାଇକ୍ରୋ ଲେଣ୍ଡରଙ୍କ ହାଉସହୋଲ୍ଡ ସୀମା ଏବଂ ଋଣ ପ୍ରଦାନ ସୀମାକୁ ୧ ଲକ୍ଷ ପରିବର୍ତ୍ତେ ୧.୨୫ ଲକ୍ଷ ଟଙ୍କାକୁ ବଢାଇଛି। ଅପରପକ୍ଷରେ ଲୋକମାନେ ଦେଶର ଲୋକମାନେ ଦେଶର ବ୍ୟାଙ୍କିଙ୍ଗ ସିଷ୍ଟମକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ଶକ୍ତିକାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡଗିରିରେ ‘ସଲିଟେୟାର’ ପ୍ରକଳ୍ପର ଅନାବରଣ

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ହର୍ଷପ୍ରିୟା ଗ୍ରୁପ୍‌ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ର...

ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୭।୪: ନାଲ୍‌କୋ ଅଧ୍ୟକ୍ଷତାରେ ଆୟୋଜିତ ଭୁବନେଶ୍ୱର ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ଉପକ୍ରମ)ର ୧୯ତମ ଷାଣ୍ମାସିକ ବୈଠକ ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ଶୁକ୍ରବାର...

ଦିନିକିଆ କେୟାର କନେକ୍ଟ କର୍ମଶାଳା

ଭୁବନେଶ୍ୱର,୨୭।୪: କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦିନିକିଆ କେୟାର କନେକ୍ଟ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି...

ଚାନ୍ଦି ଭଣ୍ଡାରରେ ଅକ୍ଷୟତୃତୀୟା ମହୋତ୍ସବ

ଭୁବନେଶ୍ୱର,୨୭ା୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାନ୍ଦି ଭଣ୍ଡାର ପକ୍ଷରୁ ଅକ୍ଷୟ ତୃତୀୟା ମହୋତ୍ସବ ପାଳନ କରାଯାଉଛି। ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ଶହୀଦନଗରଠାରେ...

ଉତ୍କଳରେ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌ ସମ୍ମିଳନୀ

ଭୁବନେଶ୍ୱର,୨୭।୪(ଅନୁରାଧା ମହାରଣା): ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ସୁପର ମଲ୍ଟିସ୍ପେଶାଲିଟି ଉତ୍କଳ ହସ୍ପିଟାଲର ପରିସରରେ ‘ଉତ୍କଳ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌-୨୦୨୪’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପ୍ରାରମ୍ଭିକ ଉଦବୋଧନ...

ଜେଇଇ ମେନ୍‌ରେ ବେଦାନ୍ତୁର ବାଜିମାତ୍‌

ଭୁବନେଶ୍ୱର,୨୭।୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତୁ ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଜେଇଇ (ମେନ୍‌)-୨୦୨୪ ଫଳାଫଳରେ ବାଜିମାତ୍‌ କରିଛି। ଏପରିକି ଏହାର ୧୬୯୮ଜଣ ଛାତ୍ରୀଛାତ୍ରୀ...

ସୁରଟ ଗ୍ରାହକ ଜିତିଲେ ଇ-ସ୍କୁଟର

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମସଲା ବ୍ରାଣ୍ଡ୍‌ ‘ରୁଚି’ (ରୁଚି ଫୁଡ୍‌ଲାଇନ)ର ଲୋକପ୍ରିୟ ଯୋଜନା ‘ଫେଷ୍ଟିଭାଲ ବୋନାଞ୍ଜା ଅଫର’ ଜରିଆରେ ସୁରଟର ଭାଗ୍ୟଶାଳୀ...

ପିଏଫ୍‌ପିଡିଏଲ୍‌ ସହ ଏଚ୍‌ଡିଏଫ୍‌ସି ଲାଇଫ୍‌ର ବୁଝାମଣା

ଭୁବନେଶ୍ୱର,୨୭।୪: ଏଚ୍‌ଡିଏଫ୍‌ସି ଲାଇଫ୍‌ ଏବଂ ପିୟରଲେସ୍‌ ଫାଇନାନ୍ସସିଆଲ ପ୍ରଡକ୍ଟସ ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ପିଏଫ୍‌ପିଡିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଭୟ କମ୍ପାନୀଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri