Categories: ଗଞ୍ଜାମ

ଦାଦନ ଶ୍ରମିକଙ୍କ ମୃତ୍ୟୁ

ଭଞ୍ଜନଗର,୧୪।୧୧(ଡି.ଏନ.ଏ)-ତାମିଲନାଡ଼ୁରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ସରନୂଆପଲ୍ଲୀର ସନ୍ତୋଷ ଗୌଡ଼ ପକ୍ଷାଘାତରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ଘରକୁ ଅଣାଯାଉଥିବା ବେଳେ ବାଟରେ ମୃତ୍ୟୁ ଘଟିଛି। ସନ୍ତୋଷ ଗତ କିଛି ମାସ ହେଲା ତାମିଲନାଡ଼ୁ ଯାଇ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ୩ଦିନ ପୂର୍ବେ ହଠାତ୍‌ ସେ ପକ୍ଷାଘାତରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡ଼ିଥିଲେ । ଆର୍ଥିକ ଅନାଟନ ଯୋଗୁ ସେଠାରେ ତାଙ୍କର ଉପଯୁକ୍ତ ଚିକିସତ୍ା ହୋଇପାରି ନ ଥିଲା ।
ତେଣୁ ଅଧିକ ଚିିକିତ୍ସା ପାଇଁ ତାଙ୍କୁ ଏକ ଆମ୍ବୁଲାନ୍ସରେ ଅଣାଯାଉଥିବା ବେଳେ ବାଟରେ ସନ୍ତୋଷଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଅପରାହ୍ନରେ ମୃତଦେହ ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସନ୍ତୋଷଙ୍କ ପରିବାର ବହୁତ ଗରିବ । ତେଣୁ ତାଙ୍କ ପରିବାରକୁ ତୁରନ୍ତ ସରକାରଙ୍କ ପକ୍ଷରୁ ସନ୍ତୋଷଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଦାବି ହୋଇଛି ।