ଦାଦନ ଦୁଖ୍‌: ଯାଇଥିଲେ ରୁଜ୍‌ଗାର କରି, ଫିରଲେ ଦିବ୍ୟାଙ୍ଗ ହେଇ

ଖଡ଼ିଆଳ,୩୧। ୭(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଖଇରପଦର ଗାଁର ଚରଣ ମାଝି। ସେ ଆଦିବାସୀ ସମାଜର ହେଇଥିଲାବେଲେ କାମ୍‌ଧଁଦାର ଲାଗି ଗୁଜରାଟ ଗାନ୍ଧିଧାମ ଅଂଚଲକେ ଦାଦନ ଖଟି ଯାଇଥିଲେ। ହେଲେ ବାଟେ ଟ୍ରେନରୁ ତାକର ଗୋଡ଼ ଖସରି ଯାଇ ଦୁରଘଟନାର ଶିକାର ହେଲେ। ଏହେଦେ ସେ ଟଁକା ପଏସା ଅଭାବୁ ଚିକିସତ୍ା କରେଇ ନାଇଁପାରି କରି ଘରେ ଜୀବନ୍‌ ମରନ୍‌ ସଂଗେ ଯୁଝୁଛନ୍‌।
ସୂଚନା ହିସାବେ ଚଲତି ବଛର ଜୁଲାଇ ୧୨ ତାରିଖ ଖଇରପଦରର ଚରଣ ମାଝି ଗାଁର କେତେ ପିଲାକର ସଂଗେ ଗୁଜରାଟର ଗାନ୍ଧିଧାମ ଅଂଚଲକେ ଦାଦନ ଖଟବାର ଲାଗି ଟ୍ରେନରେ ଯାଇଥିଲେ। ହେଲେ ମହାରାଷ୍ଟ୍ରର ଅକୁଲା ରେଲ ଷ୍ଟେଶନରେ ଟ୍ରେନ ଅଟକିଲାରୁ ଚରଣ ପାଏନ୍‌ ଆନବାକେ ବାହାରକେ ଯାଇଥିଲେ। ଟ୍ରେନ ଷ୍ଟେଶନ ଛାଡ଼ଲା ସମିଆରେ ଚରଣ ତରାବୁରା ହେଇ ଟ୍ରେନକେ ଚଢ଼ଲାବେଲେ ତାକର ଗୋଡ଼ ଖସରି ଯାଇଥିଲା। ଯେନ୍‌ଥିରେ ଚରଣର ଭୁଜନି ଗୋଡ଼ ପୂରା ଭାଂଗି ଯାଇଥିଲାବେଲେ ଡେବ୍‌ରି ପାଦ୍‌ରେ ବନେ ଆଘାତ ଲାଗିଥିଲା। ଏନ୍‌ତାଥି ଚରଣକେ ଗୁରୁତର ଅବସ୍‌ତାରେ ସଂଗେ ଥିବାର ଗଁାର ପିଲାମାନେ ଉଧାର କରି ମହାରାଷ୍ଟ୍ର ଅକୁଲା ସରକାରୀ ଡାକ୍‌ତରଖାନାରେ ପ୍ରାଥମିକ ଚିକିସତ୍ା କରେଇଥିଲେ। ପଛେ ଗଁାର ପିଲାମାନେ ସେଠାନୁ ୨୨ ହଜାର ଟଁକାରେ ଗୁଟେ ଆମ୍ବୁଲାନ୍ସ ଭଡ଼ା କରି ଚରଣକେ ଖଇରପଦର ନିଜର ଗଁାକେ ଆନିଥିଲେ। ଗଁାରେ ପୁହୁଁଚିଲା ଉତାରୁ ପିଲାମାନେ ଗାଁବାସୀକରନୁ ଚଁାଦା କରି ୨୨ ହଜାର ଟଁକା ଆମ୍ବୁଲାନ୍ସ ଭଡ଼ା ଦେଇଥିଲେ। ଏହେଦେ ଚରଣର ଚିକିସତ୍ା ଲାଗି ଲକ୍ଷାଧିକ୍‌ ଟଁକା ଦରକାର ଥିଲାବେଲେ ଟଁକା ପଏସା ଅଭାବୁ ପରିବାର ଲୋକ୍‌ ଭାଂଗି ପଡ଼ିଛନ୍‌। ଇଆଡ଼େ ଚରଣ ଚିକିସତ୍ା ଅଭାବୁ ଘରେ ପଡ଼ିରହି ଜୀବନ୍‌ ମରନ୍‌ ସଂଗେ ଯୁଝୁଥିବାର ତାକର ମାଏକିନା ଚନ୍ଦ୍ରକାନ୍ତି ଆର ପରିବାର ଲୋକ୍‌ କହିଛନ୍‌। ଏନ୍‌ତାଥି ଚରଣକୁଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ବୀମା ଯୋଜନାରେ ସାମିଲ କରି ଚିକିସତ୍ା ସୁବିଧା ଯୁଗେଇ ଦେବାକେ ଖଇରପଦର ଗାଁବାସୀ ନୂଆପଡ଼ା ଜିଲାପାଲକୁଁ ଅନୁରୋଧ କରିଛନ୍‌। ଇ ବାବ୍‌ଦେ ଖଡ଼ିଆଳ ବ୍ଲକ ସାମାଜିକ କଲ୍ୟାଣ ସଂପ୍ରସାରଣ ଅଧ୍‌କାରୀ ନିର୍ମଳ ଧରୁଆକୁଁ ପଚରାଲାରୁ ସରକାରୀ ନିୟମ ହିସାବେ ଚରଣକୁଁ ସାହାଯ୍‌ ଯୁଗେଇ ଦିଆଯିବା ବଲି ସେ କଥା ଦେଇଛନ୍‌।