Categories: ଜାତୀୟ

ଦଶହରାରେ ରାଫାଲ୍‌ ସହିତ ଶସ୍ତ୍ର ପୂଜନ କରିବେ ରାଜନାଥ

ନୂଆଦିଲ୍ଲୀ,୬।୧୦: ଅକ୍ଟୋବର ୮ରେ ଦଶହରା ଏବଂ ବାୟୁସେନା ଦିବସ ଗୋଟିଏ ଦିନରେ ପଡୁଛି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୋର୍ଡିଅକ୍ସ୍‌ ନିକଟରେ ମେରିନିକ୍‌ଠାରେ ରାଫାଲ ଯୁଦ୍ଧ ବିମାନକୁ ରିସିଭ୍‌ କରି ଶସ୍ତ୍ର ପୂଜନ କରିବେ। ଏହାପରେ ଅକ୍ଟୋବର ୯ରେ ବରିଷ୍ଠ ବାୟୁସେନା ଅଧିକାରୀଙ୍କ ସହିତ ପ୍ୟାରିସ୍‌ ଯିବେ। ତାଙ୍କ ସହ ବାୟୁସେନା ଉପମୁଖ୍ୟ ଏୟାର ମାର୍ଶଲ ଏଚ୍‌.ଏସ୍‌. ଆରୋରା ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି। ଭାରତର ଆବଶ୍ୟକତା ଅନୁସାରେ ରାଫାଲରେ ପରିବର୍ତ୍ତନ କରାଯାଇଛି। ଏଥିପାଇଁ ୨୪ ପାଇଲଟ୍‌ଙ୍କୁ ୩ ଦଳରେ ବିଭକ୍ତ କରାଯାଇ ମେ ୨୦୨୦ ପର୍ଯ୍ୟନ୍ତ ତାଲିମ୍‌ ଦିଆଯିବ। ସୂଚନାଯୋଗ୍ୟ, ରାଜନାଥ ସ୍ବରାଷ୍ଟ୍ର ମନ୍ତ୍ରୀ ଥିବାବେଳେ ଏଭଳି ଶସ୍ତ୍ର ପୂଜନ କରିଥିଲେ। ଗତବର୍ଷ ସେ ବିଏସ୍‌ଏଫ୍‌ ଯବାନଙ୍କ ସହିତ ଶସ୍ତ୍ର ପୂଜନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Share