ଦଶପଲ୍ଲାରୁ ପୁରୀ ପଠାଗଲା ୫୧ ଖଣ୍ଡ ରଥକାଠ

ନୟାଗଡ ଅଫିସ/ଦଶପଲ୍ଲା(ଡି.ଏନ.ଏ.),୧୮ା୨: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ୨ୟ ପର୍ଯ୍ୟାୟରେ ୫୧ଖଣ୍ଡ ରଥକାଠ ସୋମବାର ଦଶପଲ୍ଲା ବନାଞ୍ଚଳରୁ ଦୁଇଟି ଟ୍ରକରେ ପୁରୀ ପଠାଯାଇଛି। ଚଢ଼େୟାପଲ୍ଲୀ ସଂରକ୍ଷିତ ଜଙ୍ଗଲରୁ ୩୦ ଖଣ୍ଡ ଓ ପୋଖରୀଗୋଛା ସଂରକ୍ଷିତ ଜଙ୍ଗଲରୁ ୨୧ ଖଣ୍ଡ କାଠ ସଂଗ୍ରହ କରାଯାଇଥିଲା। ଏଥିମଧ୍ୟରେ ୨୦ ଫୁଟର ଧଉରାକାଠ ୭ ଖଣ୍ଡ, ୨୦ ଫୁଟର ଅସନ ୮ଖଣ୍ଡ, ୧୨ ଫୁଟର ଧଉରା ୧୯ଖଣ୍ଡ, ୧୨ ଫୁଟର ଅସନ ୧୭ଖଣ୍ଡ ରହିଛି। ଡେପୁଟି ରେଞ୍ଜର ନିଖିଳେଶ ମଲ୍ଲିକଙ୍କ ନେତୃତ୍ୱରେ ଫରେଷ୍ଟର ମନୋଜ ପ୍ରଭାକର ସାହୁ, ରାକେଶ ସାହୁ, ସୁରେଶ ସାହୁ, ବନରକ୍ଷୀ ବିନୟ ରାଉତ, ନାରାୟଣ ମହାରଣା, ସଞ୍ଜୟ ବେହେରା ପ୍ରମୁଖ କାଠ କଟାରେ ସହଯୋଗ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୫୩ ଖଣ୍ଡ କାଠ ପୁରୀ ପଠାଯାଇଥିଲା। ରଥ ତିଆରି ପାଇଁ ୩୧୭ ଖଣ୍ଡ କାଠ ପୁରୀ ପଠାଯିବାକୁ ସ୍ଥିର ହୋଇଛି। ଦୁଇ ପର୍ଯ୍ୟାୟରେ ୧୦୪ ଖଣ୍ଡ ଯାଇଥିବାବେଳେ ଆଉ ୨୧୩ ଖଣ୍ଡ ଯିବ ବୋଲି ଜଣାପଡିଛି।