ଦଳେଇଘାଇଠାରେ ବିପଦ ସଙ୍କେତଠାରୁ ୪ ଫୁଟ୍‌ ୯ ଇଞ୍ଚ୍‌ ତଳେ ବନ୍ୟାଜଳ ପ୍ରବାହିତ

ବିରିଡ଼ି,୧୪ା୮(ଡି.ଏନ.ଏ.): ଦଳେଇଘାଇଠାରେ ବୁଧବାର ବନ୍ୟାଜଳ ବିପଦ ସଙ୍କେତଠାରୁ ୪ଫୁଟ୍‌ ୯ଇଞ୍ଚ୍‌ ତଳେ ପ୍ରବାହିତ ହେଉଛି। ଅର୍ଥାତ୍‌ ସନ୍ଧ୍ୟାରେ ୫୨ ଫୁଟ୍‌ ୩ ଇଞ୍ଚ ରହିଛି। ଏଣୁ ଆଗକୁ ବନ୍ୟାଜଳ ବଢ଼ିବା ଆଶଙ୍କା କରାଯାଉଛି। ଏଥିପାଇଁ ଜଳସମ୍ପଦ ବିଭାଗ ଅଭିଜ୍ଞ ଅଧୀକ୍ଷଣଯନ୍ତ୍ରୀ ବିଜୟ କୁମାର ସାମଲଙ୍କୁ ଜଳସମ୍ପଦ ବିଭାଗ ଦଳେଇଘାଇ ସମେତ ଜଗତ୍‌ସିଂହପୁର ଡିଭିଜନରେ ଯେପରି ବନ୍ୟା ନ ହେବ ସେଥିପ୍ରତି ନଜର ରଖିବାକୁ ପଠାଇଛନ୍ତି। ଅଧୀକ୍ଷଣ ଯନ୍ତ୍ରୀ ସାମଲ ଦଳେଇ ଘାଇ ଗେଜ ପାଖରେ ପହଞ୍ଚି ବନ୍ୟାଜଳକୁ ଅନୁଧ୍ୟାନ କରିଥିଲେ। ଏଥିସହିତ ସେ ଜଗତ୍‌ସିଂହପୁର ନିର୍ବାହୀଯନ୍ତ୍ରୀ ଉମାକାନ୍ତ ମହାନ୍ତି ଓ ବିଲୁଆଖାଇ କେନାଲ ସବ୍‌ଡିଭିଜନର ସହକାରୀ ନିର୍ବାହୀଯନ୍ତ୍ରୀ ଦଳପତି ମଣ୍ଡଳଙ୍କୁ ସଜାଗ ରହିବା ପାଇଁ କହିଛନ୍ତି। ଦଳେଇଘାଇଠାରେ ବିପଦ ସଙ୍କେତ ୫୭ଫୁଟ ରହିଛି। ଏହି ଘାଇ ୧୯୫୫ ଓ ୧୯୮୨ ମସିହାରେ ବନ୍ଧ ଭାଙ୍ଗି ସାରା ଜିଲାକୁ ବନ୍ୟା ପ୍ଳାବିତ କରିଥିଲା। ଯଦି ପୁନର୍ବାର ବନ୍ୟାହୁଏ ତେବେ ସାରାଜିଲା ବନ୍ୟା ପ୍ଳାବିତ ହୋଇଯିବ। ଏଥିପାଇଁ ବୁଧବାର ରାତିରେ ଦଳେଇଘାଇ ନଦୀବନ୍ଧରେ ପହରା ବ୍ୟବସ୍ତା କରାଯାଇଛି ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ମଣ୍ଡଳ କହିଛନ୍ତି। ତେବେ ଦଳେଇଘାଇ ସେକ୍‌ଶନ୍‌ରେ ୧୫ ହଜାର, ବାଲିଆରେ ୧୫ ହଜାର ଓ ୨୨ ମୌଜାରେ ୧୦ ହଜାର ଖାଲି ବସ୍ତା ରଖାଯିବା ସହ କେବଳ ୧ ହଜାର ୭୫ ଘନମିଟର ବାଲି ମହଜୁଦ ଥିବା ଯନ୍ତ୍ରୀ ମଣ୍ଡଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି

ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍‌ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri