ଦଳର ସଂଗଠନକୁ ଦୃଢ଼ କରିବା ଲାଗି ଗୁରୁତ୍ୱ; ସହମତି ଭିତ୍ତିରେ ନିଆଯିବ କାର୍ଯ୍ୟପନ୍ଥା

ବାଲେଶ୍ୱର ଅଫିସ, ୪।୧୧- ବାଲେଶ୍ୱର ଆଇଟିଆଇ ସ୍ଥିତ ଏକ ଘରୋଇ ହୋଟେଲ୍‌ ସମ୍ମିଳନୀ କକ୍ଷରେ ରବିବାର ଜିଲା ଭାଜପା ପକ୍ଷରୁ ସାଙ୍ଗଠନିକ ନିର୍ବାଚନ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ କିଭଳି ମଣ୍ଡଳସ୍ତରରେ ସାଙ୍ଗଠନିକ ନିର୍ବାଚନ ସୁରୁଖୁରୁରେ କରାଯିବ ଏବଂ ଦଳର ସଂଗଠନ ସୁଦୃଢ ହେବ ସେନେଇ ସହମତିଭିତ୍ତିକ କାର୍ଯ୍ୟପନ୍ଥା ଗ୍ରହଣ ସକାଶେ ଆଲୋଚନା କରାଯାଇଥିଲା। କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରଦୀପ ପ୍ରଜ୍ୱଳନ କରି କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଜିଲା ସଭାପତି ତଥା ସଦର ବିଧାୟକ ମଦନ ମୋହନ ଦତ୍ତ ବୈଠକରେ ସଭାପତିତ୍ୱ କରିଥିଲେ। ମୟୂରଭଞ୍ଜ ଏମ୍‌ପି ବିଶେଶ୍ୱର ଟୁଡୁ, ବିଧାୟକ ଦଳର ଉପନେତା ବିଷ୍ଣୁ ସେଠୀ, ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନମୋହନ ସାମଲ, ରାଜ୍ୟ ସଦସ୍ୟତା ପ୍ରମୁଖ ଅନନ୍ତ ନାୟକ, ଜିଲା ନିର୍ବାଚନ ଅଧିକାରୀ ବିନୋଦ ଦାସ, ଉପନିର୍ବାଚନ ଅଧିକାରୀ ସୁକାନ୍ତ ପାଣିଗ୍ରାହୀ, ବିଧାୟକ ସୁକାନ୍ତ ନାୟକ, ସନାତନ ବିଜୁଳି, ମୋହନ ମାଝୀ, ନବଚରଣ ମାଝୀ, ପ୍ରକାଶ ସୋରେନ, ଭାସ୍କର ମଢ଼େଇ, ଉଦାନ ମୁର୍ମୁ ପ୍ରମୁଖ ମଞ୍ଚାସୀନ ଥିଲେ। ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ବିଧାୟକ ଗୋବିନ୍ଦ ଦାସ, ଭଦ୍ରକ ଜିଲା ସଭାପତି ବଦ୍ରୀ ଧଳ, ବାରିପଦା ଜିଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର,ଜିଲା ମିଡିଆ ସଂଯୋଜକ ଗୌରାଙ୍ଗ ଦାସ ତଥା ସମସ୍ତ ଜିଲା ନିର୍ବାଚନ ଅଧିକାରୀ, ରାଜ୍ୟ ପଦାଧିକାରୀ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ।