ଦନ୍ତା ଉତ୍ପାତରେ ବ୍ୟାପକ କ୍ଷତି

ବଡ଼ସାହି,୨୨ା୧(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଦେଉଳିଆ ପଞ୍ଚାୟତ ଅଗାଶୋଳ ଗ୍ରାମର ୪ ଜଣ ଚାଷୀଙ୍କ ଧାନ କଳେଇକୁ ଦନ୍ତାହାତୀ ଖାଇବା ସହ ନଷ୍ଟ କରିଛି ା ହାତୀର ଗତିପଥ ଉପରେ ବନ ବିଭାଗ ଦୃଷ୍ଟି ଦେଉଥିଲେ ହେଁ ଅଦ୍ୟାବଧି ହାତୀକୁ ଶିମିଳିପାଳ ଜଙ୍ଗଲ ମୁହାଁ କରିବାରେ ବିଫଳ ହୋଇଛନ୍ତି ା ଫଳରେ ହାତୀଟି ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷତି କରୁଥିବା ବେଳେ ଲୋକମାନେ ଭୟଭୀତ ଅବସ୍ଥାରେ ରାତି କାଟୁଛନ୍ତି ା ଡୁକୁରା ରେଞ୍ଜ ଅଧୀନ ବଡ଼ସାହି-ସୁହାଗପୁର ରାସ୍ତା ପାର୍ଶ୍ୱ ଜଙ୍ଗଲରେ ଦୀର୍ଘଦିନ ଧରି ଦନ୍ତାଟି ବାଟବଣା ହୋଇ ଉପତ୍ାତ ଚଳାଇଛି ା ଦିନ ତମାମ ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟା ହେଲେ ଗାଁ ଗଣ୍ଡାରେ ପଶି ଚାଷୀଙ୍କ ଧାନ କଳେଇକୁ ଖାଇବା ସହ ନଷ୍ଟ କରୁଛି ା ଅଗାଶୋଳ ଗ୍ରାମର ଚାଷୀ ମଗା ସିଂ, ପାଗଲା ସିଂ, ମୋହନ ସିଂ, ଦିବାକର ମାରାଣ୍ଡିଙ୍କ ଧାନ ଗଦାରୁ ଧାନ ଖାଇବା ସହ ଗଚ୍ଛିତ ଥିବା ଧାନକୁ ନଷ୍ଟ କରିଛି ା ସେହିପରି ବାଢା ସରେନଙ୍କ ବାଡିରେ ପଶି ସମସ୍ତ ପନିପରିବା ମାଡିଦଳି ନଷ୍ଟ କରିଛି ା ହାତୀର ଉପତ୍ାତକୁ ନେଇ ଆଖପାଖ ୧୦/୧୨ଖଣ୍ଡ ଗ୍ରାମର ଲୋକମାନେ ସନ୍ଧ୍ୟା ପରେ ଘରୁ ବାହାରକୁ ବାହାରିବାକୁ ସୁରକ୍ଷିତ ମଣୁ ନାହାନ୍ତି ା ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଉଛି। ତେବେ ଦୀର୍ଘ ଦିନ ଧରି ଖାଦ୍ୟ ଅନ୍ବେଷଣରେ ଆସିଥିବା ଦନ୍ତାହାତୀକୁ ଘଉଡାଇବା ପାଇଁ ଚେଷ୍ଟା କରା ନ ଗଲେ ଆଗାମୀ ଦିନରେ ଅଞ୍ଚଳବାସୀ ଆନ୍ଦୋଳନାମତ୍କ ପନ୍ଥା ଅବଲମ୍ବନ କରିବେ ବୋଲି ଲାଲ ମୋହନ ମହାନ୍ତ, ପରଭା ନାଏକ, ବିଜୟ ମହାନ୍ତ, ତ୍ରିଲୋଚନ ମହାନ୍ତ, ବଗଲା ମାଝୀ, ଉଚ୍ଛବ ନାଏକ ପ୍ରମୁଖ କହିଛନ୍ତି।