ଦନ୍ତାହାତୀ ଆକ୍ରମଣରେ ମହିଳାଙ୍କ ଜୀବନଗଲା

କେନ୍ଦୁଝର,୯।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଂଶପାଳ ବ୍ଲକ ଦଅଁଳା ମୁଣ୍ଡାସାହିରେ ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ସେ କଦମି ମୁଣ୍ଡା ବୋଲି ଜଣାପଡ଼ିଛି। ସୋମବାର ବିଳମ୍ବିତ ରାତିରେ କଦମି ବାହାରକୁ ବାହାରିଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ଖବରପାଇ ମଙ୍ଗଳବାର ବନ ବିଭାଗ କର୍ମଚାରୀ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁକୁ ପଠାଇଛନ୍ତି।