ଦନ୍ତାକୁ ନେଇ କମୁନି ଚିନ୍ତା

ଢେଙ୍କାନାଳ ଅଫିସ, ୨୫।୧

ତାଳଚେରରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତାକୁ କପିଳାସ ଚିଡ଼ିଆଖାନାକୁ ଅଣାଯିବା ପରେ ଅଡୁଆରେ ପଡ଼ିଛି ବନ ବିଭାଗ। ହାତୀ ଆୟତ୍ତ ବାହାରକୁ ଚାଲିଯାଉଛି। କାଳେ ଦନ୍ତା ଲୁହା ଚେନ୍‌ ଛିଣ୍ଡାଇ ଦର୍ଶକଙ୍କ ପାଇଁ ବିପଦ ସୃଷ୍ଟି କରିବ ସେଥିପାଇଁ ଜୁ’ ପରିସରରେ ହାତୀ ରହୁଥିବା ଚାରିପଟେ ଟ୍ରେଞ୍ଚ୍‌ ଖୋଳାଯାଇଛି। ଏହାପରେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି ବନ କର୍ମଚାରୀ। ଅନ୍ୟପଟେ ହାତୀର ଉଗ୍ର ସ୍ବାଭାବକୁ ଶାନ୍ତ କରିବାକୁ ବାରମ୍ବାର ନିଶ୍ଚେତକ ଦିଆଯାଉଛି, ଯାହା ସ୍ବାସ୍ଥ୍ୟାବସ୍ଥାକୁ ପ୍ରଭାବିତ କରିବା ଆଶଙ୍କା ସୃଷ୍ଟି କରିଛି।
ଉକ୍ତ ନରହନ୍ତା ଦନ୍ତାର ଆନୁମାନିକ ବୟସ ୨୫ବର୍ଷ ହେବ। ତାଳଚେରରୁ ଅଣାଯିବା ପରେ ହାତୀକୁ ଚିଡ଼ିଆଖାନାର ଏଲିଫ୍ୟାଣ୍ଟ ରେସକ୍ୟୁ ସେଣ୍ଟର ପରିସରରେ ଥିବା ଏକ ଖୋଲା ମଣ୍ଡପରେ ଚାରିଗୋଡ଼କୁ ଶିକୁଳିରେ ବାନ୍ଧି ରଖାଯାଇଛି। ସୁରକ୍ଷା ଦୃଷ୍ଟିରୁ ଉକ୍ତ ମଣ୍ଡପ ଚାରିପଟେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଟ୍ରେଞ୍ଚ୍‌ ଖୋଳା କାର୍ଯ୍ୟ ସରିଛି। ଏହାର ଓସାର ୧୦ ଫୁଟ ଏବଂ ଗଭୀର ୭ ଫୁଟ। ଟ୍ରେଞ୍ଚ୍‌ ଖୋଳା ସରିବା ପରେ ଶୁକ୍ରବାରଠାରୁ ଦର୍ଶକଙ୍କ ପାଇଁ ପୁଣିଥରେ ଚିଡ଼ିଆଖାନା ଖୋଲାଯାଇଛି। ହାତୀଟି ସକାଳେ ସ୍ବାଭାବିକ ଭାବେ କଦଳୀ, ବରଗଛ ସହ ଅନ୍ୟ ଗଛର ଡାଳପତ୍ର ଖାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ହାତୀକୁ ତାଳଚେରରୁ କପିଳାସ ଆଣିବା ଯାଏ ଅନେକ ଥର ଟ୍ରାଙ୍କୁଲାଇଜ୍‌ କରାଯାଇଛି। ନିସ୍ତେଜ ହେବା ପାଇଁ ତୁହାକୁ ତୁହା ଇଞ୍ଜେକ୍ସନ ଦିଆଯାଉଛି। ଏହାର ପ୍ରତିକୂଳ ପ୍ରଭାବ ଯେପରି ଦନ୍ତା ଉପରେ ନ ପଡ଼େ ସେଥିଲାଗି ସାତକୋଶିଆରୁ ଚିକିତ୍ସକ ଦଳ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି ା
ଏ ସଂକ୍ରାନ୍ତରେ ସାତକୋଶିଆରୁ ଆସିଥିବା ବନ୍ୟପ୍ରାଣୀ ଚିକିତ୍ସକ ଡା. କିଶୋର ଚନ୍ଦ୍ର ସାହୁ କୁହନ୍ତି, ହାତୀର ସ୍ବାସ୍ଥ୍ୟ ପ୍ରତି କୌଣସି ବିପଦ ନାହିଁ। ଜଣେ ମାନସିକ ରୋଗୀଙ୍କୁ ଯେପରି ଚିକିତ୍ସା କରାଯାଏ ସେହିପରି ହାତୀର ଚିକିତ୍ସା ଚାଲିଛି। ପ୍ରଥମେ ତାକୁ ଟ୍ରାଙ୍କୁଲାଇଜେଶନ କରାଯାଇଥିଲା। ପରେ ଉଗ୍ର ପ୍ରକୃତିକୁ ଶାନ୍ତ କରିବା ତଥା ତାକୁ ନିସ୍ତେଜ କରିବା ପାଇଁ ଇଞ୍ଜେକ୍ସନ ଦିଆଯାଇଥିଲା। ଏବେ ହାତୀର ସ୍ବଭାବ ଶାନ୍ତ ପଡ଼ିବାରେ ଲାଗିଛି। ଦନ୍ତା ସମ୍ପୂର୍ଣ୍ଣ ଠିକ୍‌ ହେବା ପାଇଁ ସମୟ ଲାଗିବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପଟେ ଚିଡ଼ିଆଖାନା ଖୋଲିବା ପରେ କେତେଜଣ ପର୍ଯ୍ୟଟକ ହାତୀଟିକୁ ଦେଖିବାକୁ ଇଚ୍ଛା ବ୍ୟକ୍ତ କରିଥିଲେ। ହେଲେ ସୁରକ୍ଷା କାରଣରୁ ସେମାନଙ୍କୁ ବାରଣ କରାଯାଇଥିବା ଜଣାପଡ଼ିଛି ା


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri