ଦଧିନଉତିରେ ଦିଆଗଲା ଚୁନ ଲେପ

ପୁରୀ ଅଫିସ,୧୪ା୧: ନବାଙ୍କ ଅବସରରେ ମଙ୍ଗଳବାର ଶ୍ରୀମନ୍ଦିର ଦଧିନଉତି ଏବଂ କଳସରେ ଚୁନ ଲେପ ଦିଆଯାଇଛି। ଚୁନରା ସେବକମାନେ ଏହି ଲେପ ଦେଇଛନ୍ତି। ପରମ୍ପରା ଅନୁଯାୟୀ, ମକର ସଂକ୍ରାନ୍ତି ଅବସରରେ ଅର୍ଥାତ୍‌ ବୁଧବାର କଳସରେ ଗେରୁ ଲେପ ଦିଆଯିବ। ଦଧିନଉତିରେ ଗେରୁରେ ରାମାନନ୍ଦୀ ଚିତା କଟାଯିବ। ପ୍ରତିବର୍ଷ ନବାଙ୍କ ଓ ମକର ସଂକ୍ରାନ୍ତି ଅବସରରେ ଏହି ପରମ୍ପରା ଚାଲିଆସୁଛି। ମହାଲକ୍ଷ୍ମୀ ବାପଘରୁ ଭାରରେ ଗେରୁ ଆଣିଥାନ୍ତି। ସେଥିରେ ଲେପ ଦିଆଯାଇଥାଏ।