ଦଦ୍‌ରା କୁରିଆରେ ବିତୁଛେ ଜୀବନ୍‌

ସମ୍ବଲପୁର,୧୩ା୧୦(ବ୍ୟୁରୋ)- ପରିବାରର ଦୁଖ୍‌ କହେଲେ ନାଇଁସରେ। ଦୁଇବେଲା ଖାଏବାକେ ମିଲବାରଟା ଭିଡ଼ ହେଇଯାଉଛେ। ମୁଡ଼ ରଖବାର ଲାଗି ଛାତ୍‌ଟେ ନାଁଇଁନ। କୁଟୁମବସିଆ ଗୁଟେ ଦଦ୍‌ରା କୁରିଆରେ ୩ ଦିବ୍ୟାଙ୍ଗ ଛୁଆକୁ ଧରି ରହୁଛନ୍‌। ଛୁଆପିଲାକର ଉଷୋକଷା କରବାକେ ହାତେ ଅଦ୍‌ଲେ ନାଁଇଁନ। ହେଲେ ସରକାରୀ ସାହାଯ୍‌ ପାଏବାର ଆଶ୍‌ ରଖିଛନ୍‌ ଇ ଦୁଖି ପରିବାର। ଏନ୍‌ତା ଗୁଟେ ଦୁଖଦ୍‌ ଘଟନା ଦେଖ୍‌ବାକେ ମିଲିଛେ ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକରେ।
ସୂଚନା ଅନ୍‌ସାରେ ରେଙ୍ଗାଲି ବ୍ଲକ କତରବଗା ଗାଁ ଡାଡ଼ଗୁଡ଼ା ପଡ଼ାର ଶହଦେବ ରୋହିଦାସ। ପରିବାର କହେଲେ ମାଏକିନା ସୌରେନ୍ଦ୍ରୀ, ୩ ଝି’ ଆର ଗୁଟେ ବଲି ପୁଓକେ ନେଇ ସଁସାର। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଶହଦେବ କୁଲିମଜୁରି କରି କୁଟୁମ୍‌ ପୁଷୁଛନ୍‌। ହେଲେ ଶହଦେବକଁର ପୁଓ ସୁଶିଲ, ଝି’ କିଶୋରୀ ଆର ସୁନିତା ଛୁଆଦିନୁ କେହେନ୍‌ସି ଅଜନା ରୋଗ୍‌ ପରଭାବରେ ଦିବ୍ୟାଙ୍ଗ ହେଇଯାଇଛନ୍‌। ଛୁଆପିଲାକର ଦେଖ୍‌ଭାଲ, ସେବାଯତନ ଲାଗି ମା’ ସୌରେନ୍ଦ୍ରୀ କାମ୍‌ଧଁଦାର ଲାଗି ଘରୁ ଭଟାକେ ବାହାରି ନାଇଁ ପାରବାର। ଏନ୍‌ତାଥି ପରିବାରର ବୋଝ୍‌ ଶହଦେବକଁର ଉପରେ ରହିଛେ। ୩ ଦିବ୍ୟାଙ୍ଗ ଭାଇଭହେନ୍‌ ଖାଏଦ୍‌ ସୁରକ୍ଷା ଯୋଜନାରେ ସାମିଲ ହେଇଛନ୍‌, ଭତା ବି ପାଉଛନ୍‌। ହେଲେ ସେମାନକର ଚିକିଛା, ଉଷୋକଷାର ଲାଗି ଟଁକା ପଏସାର ବଡ଼ଭାରି ଅଭାବ ରହୁଛେ, ସରକାରୀ ଚିକିଛା ସାହାଯ୍‌ ମିଲ୍‌ଲେ ମୋର ଛୁଆପୁତା ନୁକୋ ହେଇପାରତେ ବଲି ଶହଦେବ କହିଛନ୍‌। ସେନ୍‌ତା ଘରଖଁଡ଼େ ଅଭାବୁ କୁଟୁମବସିଆ ବଡ଼ା ଗୁଲ୍‌ଗୁଲା ହେଇ ରହୁଥିବାର ଶହଦେବ କହିଛନ୍‌। ଇଆଡ଼େ କେନ୍ଦ୍ର ଆର ରାଏଜ୍‌ ସରକାର ଦିବ୍ୟାଙ୍ଗମାନକୁ ଅନେକ ଯୋଜନାରେ ସାମିଲ କରି ସୁବିଧା ସୁଯୋଗ ଯୁଗେଇ ଦେଉଛନ୍‌। ହେଲେ ଶହଦେବକଁର ୩ଟା ପିଲାଛୁଆ ଦିବ୍ୟାଙ୍ଗ ହେଇଥିଲେ ବି ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଇ ବାବ୍‌ଦେ ଅତିରିକ୍ତ ଜିଲାପାଳ ଲିଙ୍ଗରାଜ ପଣ୍ଡାକୁଁ ପଚରାଲାରୁ ନିୟମ ଅନ୍‌ସାରେ ପରିବାରକେ ସବୁପରକାର ସରକାରୀ ସୁବିଧା ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।