Categories: ଖେଳ

ଦଣ୍ଡିତ ହେଲେ ଟିମ୍‌ ଇଣ୍ଡିଆର ଖେଳାଳି

ଦୁବାଇ, ୧୫।୩ – ଅହମ୍ମଦାବାଦରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଧିମା ବୋଲିଂ ପାଇଁ ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳିଙ୍କୁ ଦଣ୍ଡିତ ହେବାକୁ ପଡ଼ିଛି। ପ୍ରତ୍ୟେକ ଖେଳାଳିଙ୍କ କାଟ୍‌ କରାଯାଇଛି ୨୦ ପ୍ରତିଶତ ମ୍ୟାଚ୍‌ ଫି’। ଆଇସିସି ଏଲାଇଟ୍‌ ପାନେଲ ମ୍ୟାଚ୍‌ ରେଫରି ଜାଭାଗଲ ଶ୍ରୀନାଥ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଉପରେ ଏହି ଦଣ୍ଡାଦେଶ ଲଗାଇଛନ୍ତି। ଧାର୍ଯ୍ୟ ସମୟ ସୀମାରେ ଭାରତୀୟ ଦଳ ପୂରା ୨୦ ଓଭର ବୋଲିଂ କରିପାରି ନ ଥିଲା। ବଳକା ରହିଯାଇଥିଲା ଗୋଟିଏ ଓଭର। କୋହଲି ଦୋଷ ସ୍ବୀକାର କରି ନେଇଥିବାରୁ ଏହି ଘଟଣାରେ ଆଉ ଶୁଣାଣିର ଆବଶ୍ୟକତା ନାହିଁ ବୋଲି ଆଇସିସି ପକ୍ଷରୁ କୁହାଯାଇଛି।

Share