Posted inଖେଳ

ଦକ୍ଷିଣ ଏସିଆ ଗେମ୍ସ: ଦ୍ୱିତୀୟ ଦିନରେ ୨୭ ପଦକ ଜିତିଲା ଭାରତ; ଓଡ଼ିଶାର ଶ୍ରୀୟଙ୍କାଙ୍କୁୁ ରୌପ୍ୟ

କାଠମାଣ୍ଡୁ,୪।୧୨(ପି.ଟି.)- ଚଳିତ ଦକ୍ଷିଣ ଏସିଆ ଗେମ୍ସର ଦ୍ୱିତୀୟ ଦିନରେ ଦେଶକୁ ଗର୍ବିତ କରିଛନ୍ତି ଓଡ଼ିଆ ଶୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ। ସେ ୧୦ ମିଟର ରାଇଫଲ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ତାଙ୍କ ପଦକ ସମେତ ଭାରତ ମଙ୍ଗଳବାର ୨୭ ପଦକ ଜିତିଛି। ଆଥ୍‌ଲେଟିକ୍ସର ପ୍ରଥମ ଦିନ ଭାରତକୁ ୧୦ ପଦକ (୪ ସ୍ବର୍ଣ୍ଣ, ୪ ରୌପ୍ୟ ଓ ୨ ବ୍ରୋଞ୍ଜ) ଓ ଶୁଟିଂରେ ୯ ପଦକ (୪ ସ୍ବର୍ଣ୍ଣ, ୪ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ) ମିଳିଛି। ଉଭୟ ଭଲିବଲ ପୁରୁଷ ଓ ମହିଳା ଦଳଗତ ଇଭେଣ୍ଟରେ ସ୍ବର୍ଣ୍ଣ ଓ ଟାଏକୋଣ୍ଡୋ ଖେଳାଳିମାନେ ଏକ ସ୍ବର୍ଣ୍ଣ ସହ ୩ ବ୍ରୋଞ୍ଜ ଆଣି ଦେଇଛନ୍ତି। ପୁରୁଷ ଓ ମହିଳା ଦଳଗତ ଟେବୁଲ ଟେନିସରେ ମଧ୍ୟ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଭାରତ ଏବେ ମୋଟ ୪୩ ପଦକ (୧୮ ସ୍ବର୍ଣ୍ଣ, ୧୬ ରୌପ୍ୟ ଓ ୯ ବ୍ରୋଞ୍ଜ) ସହ ଦ୍ୱିତୀୟ ସ୍ଥାନରେ ରହିଛି। ସର୍ବାଧିକ ୪୪ ପଦକ ରଖିଥିବା ଆୟୋଜକ ନେପାଳ ଶୀର୍ଷରେ ରହିଛି।
ଭାରତୀୟ ଶୁଟରମାନେ ମହିଳା ୧୦ ମି. ଏୟାର ରାଇଫଲ ଇଭେଣ୍ଟରେ ପଦକ ପୋଛି ନେଇଛନ୍ତି। ମେହୁଲି ଘୋଷ ସ୍ବର୍ଣ୍ଣ ପଦକ ସହ ବିଶ୍ୱ ରେକର୍ଡଠାରୁ ଭଲ ପ୍ରଦର୍ଶନ କରିଛନ୍ତି। କିନ୍ତୁ ତାଙ୍କ ପ୍ରଦର୍ଶନକୁ ବିଶ୍ୱ ରେକର୍ଡ ବୁକ୍‌କୁ ନିଆଯିବ ନାହିଁ। କାରଣ ଦକ୍ଷିଣ ଏସିଆନ ଗେମ୍ସର ଫଳାଫଳକୁ ଅନ୍ତର୍ଜାତୀୟ ପରିଚାଳନା ସଂସ୍ଥା (ଆଇଏସ୍‌ଏସ୍‌ଏଫ୍‌) ରେକର୍ଡ ଭାବେ ଗ୍ରହଣ କରେ ନାହିଁ। ୧୯ ବର୍ଷୀୟା ମେହୁଲି ସର୍ବାଧିକ ୨୫୩.୩ ସ୍କୋର ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ ଏବେକାର ବିଶ୍ୱ ରେକର୍ଡଠାରୁ ୦.୪ ଅଧିକ ସ୍କୋର କରିଛନ୍ତି। ବର୍ତ୍ତମାନ ଅନ୍ୟ ଭାରତୀୟ ଶୁଟର ଅପୂର୍ବୀ ଚଣ୍ଡେଲା(୨୫୨.୯)ଙ୍କ ନାମରେ ବିଶ୍ୱ ରେକର୍ଡ ରହିଛି। ଶ୍ରୀୟଙ୍କା ଷଢ଼ଙ୍ଗି (୨୫୦.୮) ରୌପ୍ୟ ଓ ଶ୍ରେୟା ଅଗ୍ରଓ୍ବାଲ (୨୨୭.୨) ବ୍ରୋଞ୍ଜ ପଦକ ଜିତିଛନ୍ତି। ୧୦ ମି. ଏୟାର ରାଇଫଲ ଦଳଗତ ଇଭେଣ୍ଟରେ ମଧ୍ୟ ଭାରତ ଶୀର୍ଷ ସଫଳତା ପାଇଛି। ଆଥ୍‌ଲେଟିକ୍ସ ପ୍ରଥମ ଦିନ ଅର୍ଚ୍ଚନା ସୁସିନ୍ଦ୍ରାନ (ମହିଳା ୧୦୦ ମି.), ଏମ୍‌. ଜାଶନା (ମହିଳା ହାଇ ଜମ୍ପ) ସରଭେଶ ଅନିଲ କୁଶାରେ (ପୁରୁଷ ହାଇ ଜମ୍ପ), ଅଜୟ କୁମାର ସରୋଜ (ପୁରୁଷ ୧୫୦୦ ମି.), ଯୋଗେଶ ସିଂ (୨୫ ମି. ସେଣ୍ଟର ଫାୟର ପିସ୍ତଲ) ଓ ଚେଇନ ସିଂ (୫୦ ମି. ୩ପି) ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଭଲିବଲରେ ପାକିସ୍ତାନକୁ ୩-୧ (୨୦-୨୫, ୨୫-୧୫, ୨୫-୧୭ ଓ ୨୯-୨୭) ସେଟରେ ଭାରତୀୟ ପୁରୁଷ ଦଳ ଚାମ୍ପିୟନ ହୋଇଛି। ଟେବୁଲ ଟେନିସରେ ଭାରତ ପୁରୁଷ ବିଭାଗରେ ନେପାଳ ଓ ମହିଳା ବିଭାଗରେ ଶ୍ରୀଲଙ୍କାକୁ ହରାଇ ସ୍ବର୍ଣ୍ଣ ପଦକ ଜିତିଛି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri