Categories: ଗଞ୍ଜାମ

ଦକ୍ଷିଣା ଲାଗି ଖଣ୍ଡାରେ ହାଣିବା ଅଭିଯୋଗ ମିଥ୍ୟା

ପୁରୁଷୋତ୍ତମପୁର,୧୫ା୨(ଡି.ଏନ.ଏ.)-ପୁରୁଷୋତ୍ତମପୁର ମା’ ତାରାତାରିଣୀ ପୀଠରେ ମଙ୍ଗଳବାର ଦକ୍ଷିଣା ଲାଗି ଜଣେ ଭକ୍ତଙ୍କୁ ସେବାୟତ ଖଣ୍ଡାରେ ହାଣିଥିଲେ। ପୁରୁଷୋତ୍ତମପୁର ଥାନାରେ କୋଦଳା ଜାପଟା ରାମପଲ୍ଲୀର ସାରସ ବାରିକ ଏନେଇ ଅଭିଯୋଗ କରିଥିଲେ। ପୋଲିସ ୩ ଜଣ ସେବାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ଘଟଣାକୁ ନେଇ ଶୁକ୍ରବାର ମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ପକ୍ଷରୁ ତାରାତାରିଣି ମନ୍ଦିର କାର୍ଯ୍ୟାଳୟ ପରିସରରେ ଏକ ଖବରଦାତା ସମ୍ମିଳନୀ ଡକାଯାଇଥିଲା। ଏଥିରେ ମନ୍ଦିର ନିର୍ବାହୀ ଅଧିକାରୀ ଟି. କେ. ରେଡ୍ଡୀ ଓ ସେବାୟତ ସଂଘ ସଭାପତି ତପନ କୁମାର ରଣା, ବାପୁଜୀ ରଣାଙ୍କ ସମେତ ବହୁ ସେବାୟତ ଯୋଗ ଦେଇଥିଲେ। ଘଟଣାକୁ ନିନ୍ଦା କରାଯାଇଥିଲା। ଦକ୍ଷିଣା ଲାଗି ଯେଉଁ ଅଭିଯୋଗ ହେଉଛି, ତାହା ମିଥ୍ୟା, ଗିରଫ ୩ ସେବାୟତ ସେହିଦିନ ଅଭିଯୋଗକାରି ଭକ୍ତଙ୍କ ଗାଡି କି କୌଣସି ହେଲେ ପୂଜା କରିନାହାନ୍ତି। ପୋଲିସ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ। ନିର୍ବାହୀ ଅଧିକାରୀ ଓ ସେବାୟତ ମାନଙ୍କ ପକ୍ଷରୁ ଯେଉଁ ତଦନ୍ତ କରାଯାଇଛି ସେଥିରେ ଦକ୍ଷିଣା ଲାଗି ଘଟି ନ ଥିବା ଜାଣିବାକୁ ମିଳିଥିବା ଖବରଦାତା ସମ୍ମିଳନୀରେ ପ୍ରକାଶ କରାଯାଇଛି।