ଦକ୍ଷତା ବିକାଶ ଚିନ୍ତା ସିଙ୍ଗାପୁରର ସହାୟତା ନେବ ଓଡ଼ିଶା:ଆଇଟିଆଇ ପରେ ସିଙ୍ଗାପୁରରେ ପ୍ରଶିକ୍ଷଣ ନେବେ ପଲିଟେକ୍‌ନିକ୍‌ ପ୍ରଶିକ୍ଷକ

ଭୁବନେଶ୍ୱର,୪ା୯(ବ୍ୟୁରୋ):ଦକ୍ଷତା ବିକାଶ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବେ ଓଡ଼ିଶା ଏବଂ ସିଙ୍ଗାପୁର। ଧନ୍ଦାମୂଳକ ଶିକ୍ଷା ଏବଂ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଆଉ ପାଦେ ଆଗେଇବାକୁ ସିଙ୍ଗାପୁର ସରକାରଙ୍କ ସାହାଯ୍ୟ ଲୋଡ଼ିବ ଓଡ଼ିଶା। ରାଜ୍ୟରେ ଥିବା ଆଇଟିଆଇ ଏବଂ ପଲିଟେକ୍‌ନିକ୍‌ଗୁଡ଼ିକରେ ଯେପରି ପିଲାମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ସହ ପରିଚିତ ହୋଇ ଦକ୍ଷ ହୋଇପାରିବେ, ସେଥିପାଇଁ ପ୍ରଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ସିଙ୍ଗାପୁର ଗସ୍ତରେ ଯାଇଥିବା ଓଡ଼ିଶା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ସିଙ୍ଗାପୁର ଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିବା ଅବସରରେ ଏନେଇ ନିଷ୍ପତ୍ତି ହୋଇଛି।
ସିଙ୍ଗାପୁରଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ସିଙ୍ଗାପୁର ଶିକ୍ଷା ମନ୍ତ୍ରୀ ଓଙ୍ଗ୍‌ ୟେ କୁଙ୍ଗ୍‌ ଏବଂ ମନ୍ତ୍ରୀ ନାୟକ ଓଡ଼ିଶା ସରକାର ଏବଂ ସିଙ୍ଗାପୁର ସରକାରଙ୍କ ମଧ୍ୟରେ ହୋଇଥିବା ବୁଝାମଣା ବିଷୟରେ ସମୀକ୍ଷା କରିଥିଲେ। ସିଙ୍ଗାପୁରସ୍ଥିତ ଆଇଟିଇଏସ୍‌ ଏବଂ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ମଧ୍ୟରେ ହୋଇଥିବା ଏକାଧିକ ଏମ୍‌ଓୟୁ ଓଡ଼ିଶାର ବୈଷୟିକ ଧନ୍ଦାମୂଳକ ଶିକ୍ଷା ଏବଂ ପ୍ରଶିକ୍ଷଣରେ ବିଶେଷ ଭାବେ ସହାୟ ହୋଇଛି। ଏହି ଅବସରରେ ମନ୍ତ୍ରୀ ନାୟକ ସିଙ୍ଗାପୁର ଶିକ୍ଷା ମନ୍ତ୍ରୀଙ୍କୁ ୨୦୨୦ରେ ଓଡ଼ିଶା ଗସ୍ତ କରିବା ପାଇଁ ଆମନ୍ତ୍ରଣ କରିଥିଲେ। ସିଙ୍ଗାପୁର ଶିକ୍ଷା ମନ୍ତ୍ରୀ କୁଙ୍ଗ୍‌ ଆଗାମୀ ଦିନରେ ଓଡ଼ିଶାରେ ଦକ୍ଷତା ବିକାଶର ଭିତ୍ତିଭୂମି ସୁଦୃଢ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି କହିଥିଲେ।
ଓଡ଼ିଶାରେ ସିଙ୍ଗାପୁରର ୧୦୦ଜଣ ଶିକ୍ଷାର୍ଥୀଙ୍କୁ ବୈଷୟିକ ଧନ୍ଦାମୂଳକ ଶିକ୍ଷା ଓ ପ୍ରଶିକ୍ଷଣ ନିମନ୍ତେ ଇଣ୍ଟର୍ନଶିପ୍‌ ପ୍ରଦାନ କରିବାକୁ ନାୟକ ପ୍ରସ୍ତାବ ଦେଇଥିଲେ। ଆଇଟିଆଇ ପ୍ରଶିକ୍ଷକମାନଙ୍କ ନେତୃତ୍ୱ ବିକାଶ ପ୍ରଶିକ୍ଷଣ ସଫଳଭାବେ କାର୍ଯ୍ୟକାରୀ ହୋଇଥିବାରୁ ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶାର ପଲିଟେକ୍‌ନିକ୍‌ର ପ୍ରଶିକ୍ଷକମାନଙ୍କୁ ମଧ୍ୟ ନେତୃତ୍ୱ ବିକାଶ ପ୍ରଶିକ୍ଷଣ ପାଇଁ ସିଙ୍ଗାପୁର ପଠାଯିବ। ଏନେଇ ଓଡ଼ିଶା ପକ୍ଷରୁ ସିଙ୍ଗାପୁରକୁ ପ୍ରସ୍ତାବ ଦିଆଯାଇଛି। ବୈଠକରେ ଭାରତର ରାଷ୍ଟ୍ରଦୂତ ଜାଭେଦ ଆଶ୍ରଫ୍‌, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ, ଆଇଟିଇଏସ୍‌ ସିଇଓ ବ୍ରୁସ୍‌ ପୋ, ନିର୍ଦ୍ଦେଶକ ବୁନ୍‌ ଯିୟଙ୍ଗ୍‌, ଓଏସ୍‌ଡିଏ ସିଇଓ ରଶ୍ମିତା ପଣ୍ଡା ଏବଂ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରେଘୁ ଜି ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲୋ ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri