ଥାନା ଭିତରେ ଯୁବକଙ୍କୁ ଗୋଇଠା ବିଧା: ପାଟଣା ଆଇଆଇସିଙ୍କ ମାଡ଼ ଭିଡିଓ ଭାଇରାଲ

ପାଟଣା,୧୮।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଆଇଆଇସି ସନ୍ଧ୍ୟାରାଣୀ ଜେନା ଜଣେ ଯୁବକଙ୍କୁ ଥାନା ଭିତରେ ଲାଠି ଓ ଗୋଇଠା ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣାଟି ଏବେ ସମଗ୍ର କେନ୍ଦୁଝର ଜିଲାରେ ଚର୍ଚ୍ଚା ବିଷୟ ପାଲଟିଛି। ଏ ନେଇ ଘଟଗାଁ ଏସଡିପିଓ ରବିନ୍ଦ୍ର ମଲ୍ଲିକ କହିଛନ୍ତି, ଏ ନେଇ ତଦନ୍ତ ଚାଲିଛି। ତଦନ୍ତ ପରେ ପ୍ରକୃତ କଥା ଜଣାପଡିବ।