ଥାନାରେ ନିର୍ଦ୍ଦୋଷ ଅଟୋ ଚାଳକଙ୍କୁ ମାଡ଼

କଟକ ଅଫିସ,୩୧ା୧୦: ରାଜଧାନୀର ନନ୍ଦନକାନନ ଥାନାରେ ଜଣେ ନିର୍ଦ୍ଦୋଷ ଅଟୋ ଚାଳକଙ୍କୁ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଛି। ୧୪ ଘଣ୍ଟାର ଅଟକ ପରେ କୌଣସି ପ୍ରମାଣ ନ ପାଇ ଶେଷରେ ସମ୍ପୃକ୍ତ ଅଟୋ ଚାଳକଙ୍କୁ ଛାଡି ଦେଇଛି। ସେ ହେଲେ ଜଗତ୍‌ସିଂପୁରର ଘନଶ୍ୟାମ ଦାସ(୪୬)। ସେ କଟକରେ ରହି ଅଟୋ ଚଳାନ୍ତି। ଘନଶ୍ୟାମ ନ୍ୟାୟ ପାଇଁ ଡିଜିପିଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି। ନନ୍ଦନକାନନ ଥାନା ଅଧିକାରୀ ପରମାନନ୍ଦ ନାୟକ କୁହନ୍ତି, ମୋ ନିକଟରେ ଏଭଳି କୌଣସି ଅଭିଯୋଗ ହୋଇନାହିଁ। ଘଟଣା ସମୟରେ ମୁଁ ଅନୁପସ୍ଥିତ ଥିଲି। କେଉଁ ପରିସ୍ଥିତିରେ ଏପରି କାର୍ଯ୍ୟ କରାଯାଇଛି ତାହାର ତଦନ୍ତ ହେବ। ଉକ୍ତ ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ଗତ ୨୭ ତାରିଖ ରାତି ୧୧ଟାରେ ଘନଶ୍ୟାମ ଏକ ଭଡ଼ା ନେଇ କଟକ ରେଳଷ୍ଟେଶନ ନିକଟରୁ ପଟିଆ ଅଞ୍ଚଳକୁ ଯାଇଥିଲେ। ସେଠାରୁ ଫେରିବାବେଳେ ରାତି ପ୍ରାୟ ୧ଟାରେ ନନ୍ଦନକାନନ ଥାନା ସମ୍ମୁଖରେ ଘନଶ୍ୟାମଙ୍କ ଅଟୋକୁ ପୋଲିସ ଅଟକାଇଥିଲା। କାଗଜପତ୍ର ଯାଞ୍ଚ କରିବା ବାହାନାରେ ଥାନା ଭିତରକୁ ଡାକିନେଇଥିଲା। ପରେ ଘନଶ୍ୟାମଙ୍କ ମୋବାଇଲ ଓ ଗାଡ଼ି ଚାବି ଛଡ଼ାଇ ନେବା ସହ ବସିବାକୁ କହିଥିଲା। ରାତି ଅଧିକ ହୋଇଯାଇଥିବାବେଳେ ଘରେ ବ୍ୟସ୍ତ ହେଉଥିବେ ବୋଲି ଘନଶ୍ୟାମ କହିଥିଲେ ମଧ୍ୟ ତାଙ୍କୁ ଛଡ଼ାଯାଇ ନ ଥିଲା। ଏପରି କି ଘରକୁ ଫୋନ କରିବାକୁ ଦେଇ ନ ଥିଲେ ଉପସ୍ଥିତ କେତେଜଣ ପୋଲିସ କର୍ମଚାରୀ। ଘନଶ୍ୟାମ ଜଣେ ବରିଷ୍ଠ ଆଇନଜୀବୀଙ୍କ ପରିଚିତ ବ୍ୟକ୍ତି ବୋଲି ପରିଚୟ ଦେବା ପରେ ପୋଲିସ କର୍ମଚାରୀମାନେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ସେମାନେ ତାଙ୍କୁ ଏଟିଏମ୍‌ ଲୁଟ୍‌ ସନ୍ଦେହରେ ପଚରାଉଚରା କରୁଥିଲେ ବୋଲି ଘନଶ୍ୟାମ କହିଛନ୍ତି। ଗତ ୨୮ ତାରିଖ ଅପରାହ୍ନ ୩ଟାରେ ତାଙ୍କୁ ଛାଡ଼ିଥିଲେ। ଏହି ସମୟ ମଧ୍ୟରେ ତାଙ୍କୁ ପାଣି ପିଇବାକୁ ମଧ୍ୟ ଦିଆଯାଇ ନଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri