Posted inଜାତୀୟ

ଥମୁନି ସିଏଏ, ଏନ୍‌ଆର୍‌ସି ତାତି

ନୂଆଦିଲ୍ଲୀ/କୋଲକାତା, ୧୭ା୧୨(ପି.ଟି.): ଦେଶରେ ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିରୋଧୀ ଆନ୍ଦୋଳନ ଥମିବାର ନାଁ ନେଉନି। ଉତ୍ତରପୂର୍ବାଞ୍ଚଳ ପରେ ଏହି ଆନ୍ଦୋଳନ ପଶ୍ଚିମବଙ୍ଗ, ଦିଲ୍ଲୀ ପ୍ରଭୃତିରେ ଉଗ୍ର ରୂପ ନେଇଥିବାବେଳେ ଅନ୍ୟ କେତେକ ରାଜ୍ୟକୁ ମଧ୍ୟ ବ୍ୟାପିଲାଣି। ବଞ୍ଚତ୍ଥିବା ଯାଏ ପଶ୍ଚିମବଙ୍ଗରେ ସିଏଏ ଏବଂ ଏନ୍‌ଆର୍‌ସି ଲାଗୁ କରାଇଦେବେନି ବୋଲି କୋଲକାତାରେ ଆୟୋଜିତ ବିଶାଳ ରାଲିରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିଜ୍ଞା କରିଛନ୍ତି। ସାହସ ଥିଲେ ତାଙ୍କ ସରକାରକୁ ଭାଙ୍ଗିଦେବା ପାଇଁ ମମତା କେନ୍ଦ୍ରକୁ ଆହ୍ବାନ ଦେଇଛନ୍ତି। ଅପରପକ୍ଷରେ ସିଏଏ ବିରୋଧରେ ଆନ୍ଦୋଳନ ଚଳାଇଥିବା ଜାମିଆ ମିଲିଆ ଇସ୍‌ଲାମିଆ ସମେତ ଅନ୍ୟ କେତେକ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ସମର୍ଥନ ଜଣାଇ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନେତୃତ୍ୱରେ ଦଳୀୟ ନେତାମାନେ ସୋମବାର ଇଣ୍ଡିଆ ଗେଟ୍‌ ନିକଟରେ ଧାରଣାରେ ବସିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଅହମଦ ପଟେଲ, ଏ.କେ. ଆଣ୍ଟୋନି, ଗୁଲାମ ନବୀ ଆଜାଦ, ରଣଦୀପ ସୁର୍ଜଓ୍ବୋଲା ପ୍ରମୁଖ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜାମିଆ ବିଶ୍ୱବି୍ୟାଳୟର ଛାତ୍ରୀଛାତ୍ରଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ପ୍ରିୟଙ୍କା ନିନ୍ଦା କରିବା ସହ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ସମାଲୋଚନା କରିଥିଲେ। ଦେଶର ପରିବେଶ ଖରାପ ହୋଇଗଲାଣି। ବିଶ୍ୱବିଦ୍ୟାଳୟ ପରିସରରେ ପୋଲିସ ପଶି ଛାତ୍ରୀଛାତ୍ରଙ୍କୁ ମାଡ଼ ମାରୁଛି। ସରକାର ସମ୍ବିଧାନକୁ ବଦଳାଇବାକୁ ଉଦ୍ୟମ କରୁଛନ୍ତି। କଂଗ୍ରେସ ଏହା ହେବାକୁ ଦେବନି। ଜାମିଆରେ ପୋଲିସ କାର୍ଯ୍ୟାନୁଷ୍ଠାନ ଭାରତର ଆତ୍ମା ଉପରେ ଆକ୍ରମଣ ବୋଲି ପ୍ରିୟଙ୍କା କହିଥିଲେ।
ବିଶ୍ୱବିଦ୍ୟାଳୟ ନିକଟରେ ନାଗରିକତ୍ୱ ସଂଶୋଧନ ଆଇନ ବିରୋଧୀ ଆନ୍ଦୋଳନ ଚାଲିଥିବାବେଳେ ତାହା ହିଂସାତ୍ମକ ରୂପ ନେଇଥିଲା। ଏଥିରେ ଜାମିଆ ପିଲାଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ରବିବାର ପୋଲିସ ଜାମିଆ କ୍ୟାମ୍ପସ୍‌ରେ ପହଞ୍ଚତ୍ ଛାତ୍ରୀଛାତ୍ରଙ୍କୁ ତଡ଼ିବା ପାଇଁ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ଏହାର ତଦନ୍ତ ଦାବିରେ ସାରା ଦେଶରୁ ହଜାର ହଜାର ଛାତ୍ରୀଛାତ୍ର ରାଜରାସ୍ତାକୁ ଓହ୍ଲାଇଛନ୍ତି। ଛାତ୍ରୀଛାତ୍ରଙ୍କ ପ୍ରତି ପୋଲିସର ବର୍ବରତାକୁ କଂଗ୍ରେସ ସମେତ ବିଭିନ୍ନ ଦଳ ପକ୍ଷରୁ ନିନ୍ଦା କରାଯିବା ସହ ଏହାର ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି ହୋଇଛି। କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ପୋଲିସ କିପରି ବିଶ୍ୱବିଦ୍ୟାଳୟରେ ପ୍ରବେଶ କରି ଏଭଳି କାଣ୍ଡ ଭିଆଇଲା ବୋଲି ଆଜାଦ ପ୍ରଶ୍ନ କରିଛନ୍ତି। ଜାମିଆ ଛାତ୍ରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ କଂଗ୍ରେସ ନେତା ଆଜାଦ, କପିଲ ଶିବଲ, ସିପିଏମ୍‌ ନେତା ସୀତାରାମ ୟେଚୁରୀ, ସିପିଆଇର ଡି. ରାଜା, ଆର୍‌ଜେଡି ନେତା ମନୋଜ ଝା, ସମାଜବାଦୀ ପାର୍ଟିର ଜାଭେଦ ଅଲି ଖାନ ଏବଂ ଶରଦ ଯାଦବ ଏକ ଖବରଦାତା ସମ୍ମିଳନୀରେ ନିନ୍ଦା କରିଥିଲେ। ହିଂସା ପଛରେ କଂଗ୍ରେସର ହାତ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଯୋଗ କରିଥିବାବେଳେ ଆଜାଦ ତାହାକୁ ଖଣ୍ଡନ କରିଛନ୍ତି। ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ଦ୍ୱାରା ଘଟଣାର ତଦନ୍ତ ଲାଗି ୟେଚୁରୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧାହେଲେ କୁଖ୍ୟାତ ଗଞ୍ଜେଇ ମାଫିଆ: ବିଦେଶୀ ମଦ ସହ ଗଞ୍ଜେଇ ଜବତ

ପରଜଙ୍ଗ,୯/୪(ନିଗମାନନ୍ଦ ଦଳବେହେରା)ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବାରିହାପୁର ପଇଁନ୍ତିରିଆ ସାହିରେ ଗୁରୁବାର ଭୋର କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଅବକାରୀ ଟିମ। ଗିରଫ ଅଭିଯୁକ୍ତ ହେଲେ…

ଆମେରିକା-ଇସ୍ରାଏଲକୁ ଚେତାବନୀ ଦେଲା ଇରାନ: ହର୍ମୁଜ ପ୍ରଣାଳୀ ପୁଣି ବନ୍ଦ

ଓ୍ବାଶିଂଟନ୍‌,୯।୩: ଯଦିଓ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ସମ୍ପର୍କରେ ଏକ ଚୁକ୍ତି ହୋଇଛି। ତଥାପି ଯୁଦ୍ଧବିରତି ମଧ୍ୟରେ ମଧ୍ୟ ଇସ୍ରାଏଲର ଲେବାନନ ଉପରେ…

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri