ଥଇଥାନ ପରେ ଉଚ୍ଛେଦ କରାଯାଉ

ବାଲେଶ୍ୱର ଅଫିସ,୨୪।୨- ବାଲେଶ୍ୱର ସହର ଫାଣ୍ଡିଛକସ୍ଥିତ ଓଭରବ୍ରିଜ୍‌ ତଳେ ଦୋକାନ କରିଥିବା ବ୍ୟବସାୟୀମାନଙ୍କୁ ୧୫ଦିନ ମଧ୍ୟରେ ଉଚ୍ଛେଦ ପାଇଁ ବ୍ରିଟ୍‌ ପକ୍ଷରୁ ନୋଟିସ୍‌ ଦିଆଯାଇଛି। ଏହାର ପ୍ରତିବାଦରେ ବ୍ୟବସାୟୀ ସଂଘ ପକ୍ଷରୁ ଶନିବାର ସନ୍ଧ୍ୟାରେ ମିଳିତ ବୈଠକ କରି ଥଇଥାନ ପରେ ଉଚ୍ଛେଦ ପାଇଁ ଦାବି କରିଛନ୍ତି। ଦୀର୍ଘ ୩୫ବର୍ଷ ତଳେ ବ୍ରିଟ୍‌ ପକ୍ଷରୁ ୨ଶହରୁ ଅଧିକ ଦୋକାନଗୃହ ନିର୍ମାଣ କରାଯାଇ ଭଡ଼ା ସୂତ୍ରରେ ବିଭିନ୍ନବର୍ଗର ଲୋକମାନଙ୍କୁ ଦିଆଯାଇଥିଲା। ତେବେ ଓଭରବ୍ରିଜ୍‌ର ମରାମତି ନାମରେ ହଠାତ୍‌ ଦୋକାନୀମାନଙ୍କୁ ୧୫ଦିନ ମଧ୍ୟରେ ଦୋକାନ ଖାଲି କରିବା ପାଇଁ ବ୍ରିଟ୍‌ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ସେଠାରେ ଦୋକାନ କରୁଥିବା ବ୍ୟବସାୟୀମାନେ ଦୋକାନ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବାବେଳେ ସେମାନଙ୍କୁ ବ୍ରିଟ୍‌ ପକ୍ଷରୁ କୌଣସି ପ୍ରକାର ଥଇଥାନ କରାଯିବା କୁହା ନ ଯାଇ ରାତାରାତି ଦୋକାନ ଖାଲି କରିବା ପାଇଁ ନୋଟିସ୍‌ ଦେବା ଘଟଣାର ପ୍ରତିବାଦ କରାଯାଇଛି।
ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ରଞ୍ଜନ ବାଗ ଏହି ସଭାରେ ଅଧ୍ୟକ୍ଷତା କରି ସମସ୍ତ ବ୍ୟବସାୟୀମାନଙ୍କୁ ଏକଜୁଟ୍‌ ହେବା ପାଇଁ ଆହ୍ବାନ ଦେଇଥିଲେ। ସ୍ଥାନୀୟ ଜନପ୍ରତିନିଧି ଏବଂ ରାଜନେତାମାନେ ଏହି ଗରିବ ଦୋକାନୀମାନଙ୍କ ଥଇଥାନ ପ୍ରତି ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଥିଲେ। ସଂଘର ସଭାପତି ଅଜୟ କୁମାର ବିଶ୍ୱାଳ କାର୍ଯ୍ୟକ୍ରମରେ ଯୋଗଦେଇ ବ୍ରିଟ୍‌ ତରଫରୁ ଦୋକାନୀମାନଙ୍କ ପ୍ରତି ଦିଆଯାଇଥିବା ନୋଟିସ୍‌କୁ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି କହିଥିଲେ। ବ୍ରିଜ୍‌ ତଳେ ଥିବା ଦୋକାନ ଦ୍ୱାରା ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ହଜାର ହଜାର ଲୋକ ପ୍ରତିପୋଷିତ ହେଉଥିବାବେଳେ ସେମାନଙ୍କ ସ୍ବାର୍ଥକୁ ବ୍ରିଟ୍‌ କର୍ତ୍ତୃପକ୍ଷ ଅଣଦେଖା କରିବା ଚଳିବ ନାହଁି ବୋଲି ସେ କହିବା ସଙ୍ଗେ ସଙ୍ଗେ ବ୍ୟବସାୟୀମାନେ ଐକ୍ୟବଦ୍ଧ ହୋଇ ଏହାର ମୁକାବିଲା କରିବା ଆବଶ୍ୟକ ବୋଲି କହିଥିଲେ। ପ୍ରାକ୍ତନ କାଉନ୍‌ସିଲର ଶମ୍ଭୁ ସିଂ, ବ୍ୟବସାୟୀ ସଂଘର ନେତା ରାଜେନ୍ଦ୍ର ଚାଟାର୍ଜୀ, କିଶୋର ଚନ୍ଦ୍ର ମହାପାତ୍ର, ସୋମନାଥ ପ୍ରସାଦ ଦାସ ଏବଂ ସମାଜସେବୀ ମଧୁସୂଦନ ଷଡ଼ଙ୍ଗୀ ପ୍ରମୁଖ ଉଦ୍‌ବୋଧନ ଦେଇ ଦୋକାନୀମାନଙ୍କ ସହିତ ସେ ଯେକୌଣସି ପରିସ୍ଥିତିରେ ରହିବେ ଏବଂ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସଭାକାର୍ଯ୍ୟ ଶେଷରେ ଦୋକାନୀମାନଙ୍କୁ ନେଇ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା। ବୈଠକରେ ୫ଶହରୁ ଊର୍ଦ୍ଧ୍ୱ ଦୋକାନୀ ଓ ତାଙ୍କ ପରିବାର ଲୋକେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri