Posted inଖେଳ

ତ୍ରିରାଷ୍ଟ୍ରୀୟ ଜୁନିୟର ମହିଳା ହକି ଟୁର୍ନାମେଣ୍ଟ: ଭାରତର ବିଜୟ ଅଭିଯାନ

କାନବେରା, ୫।୧୨(ପି.ଟି.)- ଏଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ହକି ଟୁର୍ନାମେଣ୍ଟରେ ଭାରତୀୟ ମହିଳା ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ବୁଧବାର ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୨-୦ ଗୋଲରେ ପରାସ୍ତ କରିଛି। ୧୫ତମ ମିନିଟ୍‌ରେ ଷ୍ଟ୍ରାଇକର ଲାଲରିଣ୍ଡିକି ଭାରତ ପାଇଁ ପ୍ରଥମ ଗୋଲ ସ୍କୋର କରିଥିଲେ। ସେହିପରି ୬୦ତମ ମିନିଟ୍‌ରେ ମିଡ୍‌ଫିଲ୍ଡର ପ୍ରଭଲିନ କୌର ୬୦ତମ ମିନିଟ୍‌ରେ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ପୂରା ମ୍ୟାଚ୍‌ରେ ଭାରତ ପ୍ରଭାବ ବିସ୍ତାର କରି ଖେଳିଥିଲା।
ମ୍ୟାଚ ଆରମ୍ଭରୁ ଭାରତ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ନ୍ୟୁଜିଲାଣ୍ଡ ତା’ର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୩-୧ ଗୋଲରେ ହରାଇଥିଲେ ମଧ୍ୟ ଭାରତଠାରୁ ହାରିଛି। ପ୍ରଥମ କ୍ୱାର୍ଟରରେ ଭାରତ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ଫଳରେ ତୃତୀୟ ମିନିଟ୍‌ର ପେନାଲ୍ଟି କର୍ନର ହାସଲ କରିଥିଲା। ତେବେ ଏହାକୁ ଗୋଲରେ ପରିଣତ କରିବାରେ ଭାରତ ବିଫଳ ହୋଇଥିଲା। ଏହାପରେ ନ୍ୟୁଜିଲାଣ୍ଡ ଡିଫେନ୍ସର ତ୍ରୁଟିରୁ ଫାଇଦା ଉଠାଇ ଲାଲରିଣ୍ଡିକି ଗୋଲ ଦେବାକୁ ସକ୍ଷମ ହୋଇଥିଲେ ଓ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଦ୍ୱିତୀୟ କ୍ୱାର୍ଟରେ ନ୍ୟୁଜିଲାଣ୍ଡ ଏକ ପେନାଲ୍ଟି ସୁଯୋଗ ପାଇଥିଲା। ତେବେ ଭାରତୀୟ ଗୋଲ କିପର ବିଚୁ ଦେବୀ ଖରିବାମ ନ୍ୟୁଜିଲାଣ୍ଡର ପ୍ରୟାସକୁ ପଣ୍ଡ କରିଥିଲେ। ଏହାପରେ ଉଭୟ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ଗୋଲ ସୁଯୋଗ ସୃଷ୍ଟି କରିବାରେ ବିଫଳ ହୋଇଥିଲେ।
ତୃତୀୟ କ୍ୱାର୍ଟରରେ କିନ୍ତୁ ଦୁଇ ଦଳ ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ। ଆରମ୍ଭରୁ ଭାରତ ଦୁଇଟି ପେନାଲ୍ଟ ସୁଯୋଗ ପାଇଥିଲା। ତେବେ ନ୍ୟୁଜିଲାଣ୍ଡ ଗୋଲ କିପର କେଲି କାରଲାଇନ୍‌ ଭାରତର ପ୍ରୟାସକୁ ବିଫଳ କରିଥିଲେ। ତୃତୀୟ କ୍ୱାର୍ଟର ଶେଷଆଡକୁ ନ୍ୟୁଜିଲାଣ୍ଡ ପେନାଲ୍ଟି ସୁଯୋଗ ପାଇଥିଲେ ମଧ୍ୟ ଭାରତୀୟ ଡିଫେନ୍ସକୁ ଭେଦ କରିପାରି ନ ଥିଲା। ଚତୁର୍ଥ କ୍ୱାର୍ଟରରେ ମଧ୍ୟ ସମାନ ଘଟଣା ଘଟିଥିଲା। ମ୍ୟାଚ୍‌ ଶେଷ ହେବାର ୧୫ ମିନିଟ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଆଉ ଏକ ପେନାଲ୍ଟି ସୁଯୋଗ ମିଳିଥିଲା। ତେବେ ଭାରତୀୟ ଡିଫେନ୍ସ ଦୃଢ଼ ଖେଳ ପ୍ରଦର୍ଶନ କରିଥିଲା ଓ ଅଗ୍ରଣୀ ବଜାୟ ରଖିଥିଲା। ଶେଷ ୩୦ ସେକେଣ୍ଡରେ ଭାରତକୁ ଆଉ ଏକ ପେନାଲ୍ଟି କର୍ନର ମିଳିଥିଲା। ଏଥର କିନ୍ତୁ ପ୍ରଭଲିନ କୌଣସି ତ୍ରୁଟି ନ କରି ଗୋଲ ସ୍କୋର କରିଥିଲେ ଓ ଭାରତ ୨-୦ରେ ମ୍ୟାଚ୍‌ ହାତେଇ ନେଇଥିଲା। ଭାରତ ଦ୍ୱିତୀୟ ମ୍ୟାଚ୍‌ରେ ଗୁରୁବାର ଆୟୋଜକ ଅଷ୍ଟ୍ରେଲିଆକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri