Posted inଖେଳ

ତ୍ରିରାଷ୍ଟ୍ରୀୟ ଜୁନିୟର ମହିଳା ହକି ଟୁର୍ନାମେଣ୍ଟ: ଭାରତର ବିଜୟ ଅଭିଯାନ

କାନବେରା, ୫।୧୨(ପି.ଟି.)- ଏଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ହକି ଟୁର୍ନାମେଣ୍ଟରେ ଭାରତୀୟ ମହିଳା ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ବୁଧବାର ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୨-୦ ଗୋଲରେ ପରାସ୍ତ କରିଛି। ୧୫ତମ ମିନିଟ୍‌ରେ ଷ୍ଟ୍ରାଇକର ଲାଲରିଣ୍ଡିକି ଭାରତ ପାଇଁ ପ୍ରଥମ ଗୋଲ ସ୍କୋର କରିଥିଲେ। ସେହିପରି ୬୦ତମ ମିନିଟ୍‌ରେ ମିଡ୍‌ଫିଲ୍ଡର ପ୍ରଭଲିନ କୌର ୬୦ତମ ମିନିଟ୍‌ରେ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ପୂରା ମ୍ୟାଚ୍‌ରେ ଭାରତ ପ୍ରଭାବ ବିସ୍ତାର କରି ଖେଳିଥିଲା।
ମ୍ୟାଚ ଆରମ୍ଭରୁ ଭାରତ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ନ୍ୟୁଜିଲାଣ୍ଡ ତା’ର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୩-୧ ଗୋଲରେ ହରାଇଥିଲେ ମଧ୍ୟ ଭାରତଠାରୁ ହାରିଛି। ପ୍ରଥମ କ୍ୱାର୍ଟରରେ ଭାରତ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ଫଳରେ ତୃତୀୟ ମିନିଟ୍‌ର ପେନାଲ୍ଟି କର୍ନର ହାସଲ କରିଥିଲା। ତେବେ ଏହାକୁ ଗୋଲରେ ପରିଣତ କରିବାରେ ଭାରତ ବିଫଳ ହୋଇଥିଲା। ଏହାପରେ ନ୍ୟୁଜିଲାଣ୍ଡ ଡିଫେନ୍ସର ତ୍ରୁଟିରୁ ଫାଇଦା ଉଠାଇ ଲାଲରିଣ୍ଡିକି ଗୋଲ ଦେବାକୁ ସକ୍ଷମ ହୋଇଥିଲେ ଓ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଦ୍ୱିତୀୟ କ୍ୱାର୍ଟରେ ନ୍ୟୁଜିଲାଣ୍ଡ ଏକ ପେନାଲ୍ଟି ସୁଯୋଗ ପାଇଥିଲା। ତେବେ ଭାରତୀୟ ଗୋଲ କିପର ବିଚୁ ଦେବୀ ଖରିବାମ ନ୍ୟୁଜିଲାଣ୍ଡର ପ୍ରୟାସକୁ ପଣ୍ଡ କରିଥିଲେ। ଏହାପରେ ଉଭୟ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ଗୋଲ ସୁଯୋଗ ସୃଷ୍ଟି କରିବାରେ ବିଫଳ ହୋଇଥିଲେ।
ତୃତୀୟ କ୍ୱାର୍ଟରରେ କିନ୍ତୁ ଦୁଇ ଦଳ ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ। ଆରମ୍ଭରୁ ଭାରତ ଦୁଇଟି ପେନାଲ୍ଟ ସୁଯୋଗ ପାଇଥିଲା। ତେବେ ନ୍ୟୁଜିଲାଣ୍ଡ ଗୋଲ କିପର କେଲି କାରଲାଇନ୍‌ ଭାରତର ପ୍ରୟାସକୁ ବିଫଳ କରିଥିଲେ। ତୃତୀୟ କ୍ୱାର୍ଟର ଶେଷଆଡକୁ ନ୍ୟୁଜିଲାଣ୍ଡ ପେନାଲ୍ଟି ସୁଯୋଗ ପାଇଥିଲେ ମଧ୍ୟ ଭାରତୀୟ ଡିଫେନ୍ସକୁ ଭେଦ କରିପାରି ନ ଥିଲା। ଚତୁର୍ଥ କ୍ୱାର୍ଟରରେ ମଧ୍ୟ ସମାନ ଘଟଣା ଘଟିଥିଲା। ମ୍ୟାଚ୍‌ ଶେଷ ହେବାର ୧୫ ମିନିଟ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଆଉ ଏକ ପେନାଲ୍ଟି ସୁଯୋଗ ମିଳିଥିଲା। ତେବେ ଭାରତୀୟ ଡିଫେନ୍ସ ଦୃଢ଼ ଖେଳ ପ୍ରଦର୍ଶନ କରିଥିଲା ଓ ଅଗ୍ରଣୀ ବଜାୟ ରଖିଥିଲା। ଶେଷ ୩୦ ସେକେଣ୍ଡରେ ଭାରତକୁ ଆଉ ଏକ ପେନାଲ୍ଟି କର୍ନର ମିଳିଥିଲା। ଏଥର କିନ୍ତୁ ପ୍ରଭଲିନ କୌଣସି ତ୍ରୁଟି ନ କରି ଗୋଲ ସ୍କୋର କରିଥିଲେ ଓ ଭାରତ ୨-୦ରେ ମ୍ୟାଚ୍‌ ହାତେଇ ନେଇଥିଲା। ଭାରତ ଦ୍ୱିତୀୟ ମ୍ୟାଚ୍‌ରେ ଗୁରୁବାର ଆୟୋଜକ ଅଷ୍ଟ୍ରେଲିଆକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri