Posted inଖେଳ

ତ୍ରିରାଷ୍ଟ୍ରୀୟ ଜୁନିୟର ମହିଳା ହକି: ଭାରତୀୟ ଦଳରେ ଓଡ଼ିଶା ମାରିଆନା, ଆଜମିନା

ନୂଆଦିଲ୍ଲୀ, ୧୬।୧୧(ପି.ଟି.)-
ଅଷ୍ଟ୍ରେଲିଆର କାନ୍‌ବେରାଠାରେ ତ୍ରିରାଷ୍ଟ୍ରୀୟ ଜୁନିୟର ମହିଳା ହକି ଟୁର୍ନାମେଣ୍ଟ ଡିସେମ୍ବର ୩ରୁ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ଶୁକ୍ରବାର ଘୋଷିତ ୧୮ ଜଣିଆ ଭାରତୀୟ ଦଳରେ ଓଡ଼ିଶାର ୨ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ମାରିଆନା କୁଜୁର ଓ ଆଜମିନା କୁଜୁର। ଆଗାମୀ ଟୁର୍ନାମେଣ୍ଟରେ ଭାରତ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଅଂଶଗ୍ରହଣ କରିବେ। ଏଥିରେ ଭାରତ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ୨ଟି ଲେଖାଏ ଏହିପରି ୪ଟି ମ୍ୟାଚ ଖେଳିବ। ପ୍ରତିଯୋଗିତାର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମୁକାବିଲା ହେବାକୁ ଥିବାବେଳେ ଭାରତ ଏହାର ପ୍ରଥମ ମ୍ୟାଚ ଡିସେମ୍ବର ୪ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ।
ଆଗାମୀ ତ୍ରିରାଷ୍ଟ୍ରୀୟ ପାଇଁ ସୁମନ ଦେବୀ ଥୌଡାମଙ୍କୁ ଭାରତୀୟ ଦଳର ଅଧିନାୟିକା ଓ ଈଶିକା ଚୌଧାରୀଙ୍କୁ ଉପଅଧିନାୟିକା ମନୋନୀତ କରାଯାଇଛି। ”ଚଳିତବର୍ଷ ପ୍ରାରମ୍ଭରେ ଆମେ ଆୟର୍ଲାଣ୍ଡ ଓ ବେଲାରୁଷ ବିପକ୍ଷରେ ମ୍ୟାଚ ଖେଳି ଅଭିଜ୍ଞତା ହାସଲ କରିଥିଲୁ। ଏଥର ଆମେ ଅଷ୍ଟ୍ରେଲିଆରେ ମଧ୍ୟ ଭଲ ପ୍ରଦର୍ଶନ ନେଇ ଆଶାବାଦୀ। ମନୋନୀତ ଖେଳାଳିଙ୍କୁ ଦେଖିଲେ ଉଭୟ ଡିଫେନ୍ସ ଓ ଫରଓ୍ବାର୍ଡ ବିଭାଗରେ ଆମ ପାଇଁ ପର୍ଯ୍ୟାପ୍ତ ବିକଳ୍ପ ରହିଛି। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଲେ ଆମ ଖେଳାଳିଙ୍କ ପ୍ରଦର୍ଶନ ନିଶ୍ଚିତ ଶାଣିତ ହେବ“ ବୋଲି କୋଚ୍‌ ବଲଜିତ ସିଂ ପ୍ରକାଶ କରିଛନ୍ତି।
ଭାରତୀୟ ଦଳ: ବିଚୁ ଦେବୀ କାରିବାମ୍‌, ରଶନପ୍ରୀତ କୌର, ସୁମନ ଦେବୀ ଥୌଡାମ (ଅଧିନାୟିକା), ଈଶିକା ଚୌଧାରୀ(ଉପଅଧିନାୟିକା), ପ୍ରିୟଙ୍କା, ମହିମା ଚୌଧାରୀ, ମାରିନା ଲାଲରାମଙ୍ଗାକି, ଗଗନଦୀପ କୌର, ପ୍ରଭଲିନ କୌର, ମାରିଆନା କୁଜୁର, ଚେତନା, ରୀତ, ବଲଜିତ କୌର, ଆଜମିନା କୁଜୁର, ବିଉଟି ଡୁଙ୍ଗଡୁଙ୍ଗ୍‌, ଶର୍ମିଳା ଦେବୀ, ଦୀପିକା, ଲାଲରିଣ୍ଡିକି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri