ତୋଟାପଡ଼ାରେ ଗୋଷ୍ଠୀ ସଂଘର୍ଷ: ଟେକାପଥର ମାଡ଼କୁ ନେଇ ୯ ଅଟକ; ୧୪୪ ଧାରା ଜାରି

ଖୋର୍ଦ୍ଧା ଅଫିସ,୭ା୪ : ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ତୋଟପଡାରେ ମଙ୍ଗଳବାର ଅପରାହ୍ନରେ ଗୋଷ୍ଠି ସଂଘର୍ଷ ଘଟିଛି। କୌଣସି କାରଣକୁ ନେଇ ଦୁଇ ଗୋଷ୍ଠି ମୁହାଁମୁହିଁ ହୋଇଥିଲେ। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଟେକାପଥର ମାଡ ହୋଇଥିଲା। ଖବରପାଇ ଉପଜିଲାପାଳ ଶାନ୍ତନୁ ମହାନ୍ତି, ତହସିଲଦାର ଶୁଭେନ୍ଦୁ କୁମାର ସାମଲ, ଆରକ୍ଷୀ ଅଧିକ୍ଷକ ଅଜୟ ପ୍ରତାପ ସ୍ବାଇଁ, ଅତିରିକ୍ତ ଏସ୍‌ପି କୃତିବାସ ଜେନା ଏସ୍‌ଡିପିଓ ସୁଶିଲ କୁମାର ମିଶ୍ର, ଥାନାଧିକାରୀ ଉମାଶଙ୍କର ସିଂ ପ୍ରମୁଖ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଉପଜିଲାପାଳ ସେଠାରେ ୧୪୪ ଧାରା ଜାରି କରିଛନ୍ତି। ପୋଲିସ ଉଭୟ ପକ୍ଷରୁ ୯ଜଣଙ୍କୁ ଥାନାରେ ଅଟକ ରଖିଛି। ଘଟଣାସ୍ଥଳରେ ୨ପ୍ଲାଟୁନ୍‌ ଫୋର୍ସ ମୁତୟନ ରହିଛନ୍ତି।