Categories: ବାଣିଜ୍ୟ

ତୈଳ ବିପଣନ କମ୍ପାନୀଗୁଡିକ ପକ୍ଷରୁ ରୁକୋ କାର୍ଯ୍ୟକ୍ରମ

ଭୁବନେଶ୍ୱର,୪-୧୦: ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ତୈଳ ବିପଣନ କମ୍ପାନୀଗୁଡ଼ିକ ପକ୍ଷରୁ ୧୦୦ ସହରରେ ରନ୍ଧନ ତୈଳର ପୁନଃବ୍ୟବହାର ଲାଗି ସଚେତନତା କାର୍ଯ୍ୟକ୍ରମ ରୁକୋ ଶୁଭାରମ୍ଭ ହୋଇଛି। ୧୦୦୦ଟି ଭ୍ୟାନ ମାଧ୍ୟମରେ ଏହାକୁ ଆରମ୍ଭ କରାଯାଇଛି। ତୈଳ ଶିଳ୍ପର ରାଜ୍ୟ ସଂଯୋଜକ ତଥା ଇଣ୍ଡିଆନ ଅଏଲ ଓଡିଶା କାର୍ଯ୍ୟାଳୟର ସିଜିଏମ୍‌ ଶୁଭଜିତ ଘୋଷ ସ୍ଥାନୀୟ ଚନ୍ଦ୍ରଶେଖରପୁର ଇଣ୍ଡିଆନ ଅଏଲ ଭବନଠାରେ ଏଲ୍‌ଜିପି ଡେଲିଭରି ଯାନଗୁଡିକୁ ଶୁଭାରମ୍ଭ କରିଥିଲେ। ଉତ୍ତର ସ୍ବାସ୍ଥ୍ୟ ଏବଂ ସ୍ବଚ୍ଛ ପରିବେଶ ଦିଗରେ କମ୍ପାନୀ କାର୍ଯ୍ୟକ୍ରମ ହାତକୁ ନେଇଛି। ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ଯାନଗୁଡିକୁ ପୁରୀ ଏବଂ କଟକଠାରେ ଆରମ୍ଭ କରାଯାଇଛି। ଜୈବିକ ଇନ୍ଧନ ଲାଗି ହୋଇଥିବା ଜାତୀୟ ନୀତି ଆଧାରରେ ରନ୍ଧନ ତେଲରୁ ଜୈବ ଇନ୍ଧନ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସିଜିଏମ୍‌ ଘୋଷ କହିଛନ୍ତି।

Share