ତେନ୍ଦୁଲକରଙ୍କୁ ପଛରେ ପକାଇଲେ ରୋହିତ

ଲଣ୍ଡନ,୯ା୬: ଭାରତୀୟ ଦଳର ଓପନର ରୋହିତ ଶର୍ମା ନିର୍ଦ୍ଦିଷ୍ଟ ଦଳ ବିପକ୍ଷରେ ଦୁଇ ହଜାର ରନ୍‌ କରିବାରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି। ରୋହିତ ଏଠାରେ ଖେଳାଯାଇଥିବା ମ୍ୟାଚ୍‌ରେ ୫୭ ରନ୍‌ କରିବା ସହ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇହଜାର ଦିନିକିଆ ରନ୍‌ ପୂରଣ କରିଛନ୍ତି। ସେ ମାତ୍ର ୩୭ଟି ଇନିଂସରେ ଏହି ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି। କିନ୍ତୁ ସଚିନଙ୍କୁ ଦୁଇହଜାର ରନ୍‌ ପୂରଣ କରିବା ପାଇଁ ୪୦ ଇନିଂସ ଖେଳିବାକୁ ପଡ଼ିଥିଲା। ଏହି ତାଲିକାରେ ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନୀ ମଧ୍ୟ ରହିଛନ୍ତି। ଦୁଇ ବ୍ୟାଟ୍ସମ୍ୟାନଙ୍କୁ ଶ୍ରୀଲଙ୍କା ବିପକ୍ଷରେ ଦୁଇହଜାର ରନ୍‌ ପୂରଣ କରିବା ପାଇଁ ଯଥାକ୍ରମେ ୪୪ ଓ ୪୫ ଇନିଂସ ଲାଗିଥିଲା।

Share