ତେନ୍ତୁଲିଡିହୀ ପଞ୍ଚାୟତ ଉପନିର୍ବାଚନ: ପ୍ରତାପ ବିଶ୍ୱାଳ ବିଜୟୀ

ଚାନ୍ଦବାଲି,୨୮।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ତେନ୍ତୁଲିଡିହୀ ପଞ୍ଚାୟତ ଉପନିର୍ବାଚନରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ପ୍ରତାପ କୁମାର ବିଶ୍ୱାଳ ୪୨୪ ଭୋଟରେ ନିଜର ପ୍ରତଦ୍ୱନ୍ଦୀ ତପସ୍ବିନୀ ରାୟଙ୍କଠାରୁ ବିଜୟୀ ହୋଇଥିବା ସୂଚନା ମିଳିଛି। ବୁଧବାର ଏହି ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଠାରେ ମୋଟ ଭୋଟର ୪୧୩୩ଜଣ ଥିବା ବେଳେ ୨୯୩୯ଟି ଭୋଟ ପଡ଼ିଥିଲା। ସେଥିମଧ୍ୟରୁ ୨୫ଟି ଭୋଟ ନାକଚ ହୋଇଯାଇଥିଲା। ଏହି ବିଜୟ ପରେ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ଦଳ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ କରି ବିଧାୟକ ବ୍ୟୋମକେଶ ରାୟ ପଞ୍ଚାୟତବାସୀଙ୍କୁ ଶ୍ରେୟ ଓ ଧନ୍ୟବାଦ ଜଣାଇଛନ୍ତି।