Posted inଜାତୀୟ

ତେଜୁଛି ସିଏଏ ବିରୋଧୀ ଆନ୍ଦୋଳନ

ନୂଆଦିଲ୍ଲୀ/କୋଲକାତା/ ଓ୍ବାଶିଂଟନ,୨୮ା୧: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଆନ୍ଦୋଳନ ଥମିବାର ନାଁ ନେଉନାହିଁ। ଗୋଟିଏ ପରେ ଗୋଟିଏ ରାଜ୍ୟ ବିଧାନସଭାରେ ସିଏଏ ବିରୋଧୀ ସଂକଳ୍ପନାମା ଗୃହୀତ ହେବାରେ ଲାଗିଛି। କେରଳ, ପଞ୍ଜାବ, ରାଜସ୍ଥାନ ପରେ ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ ସଂକଳ୍ପନାମା ଗୃହୀତ ହୋଇଛି। ସିଏଏ ସହିତ ଏନ୍‌ପିଆର୍‌ ଏବଂ ପ୍ରସ୍ତାବିତ ଏନ୍‌ଆର୍‌ସି ଜଡ଼ିତ ରହିଥିବାରୁ ତାହାର ପ୍ରତ୍ୟାହାର ପାଇଁ ଦାବି ହୋଇଛି। ସିଏଏ ଦେଶର ସମ୍ବିଧାନ ଓ ମାନବିକତା ବିରୋଧୀ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିବା ସହ ସରକାର ଏହାକୁ ରଦ୍ଦ କରନ୍ତୁ ବୋଲି ଦାବି କରିଛନ୍ତି। ରାଜ୍ୟ ବିଧାନସଭାରେ ସରକାରଙ୍କ ତରଫରୁ ଅଣାଯାଇଥିବା ସଂକଳ୍ପନାମାକୁ ବିରୋଧୀ ଦଳ କଂଗ୍ରେସ ଏବଂ ସିପିଏମ୍‌ ନେତୃତ୍ୱାଧୀନ ବାମ ସାମ୍ମୁଖ୍ୟ ସମର୍ଥନ ଜଣାଇଛି। ଗତବର୍ଷ ସେପ୍ଟେମ୍ବରରେ ପଶ୍ଚିମବଙ୍ଗ ବିଧାନସଭା ଏନ୍‌ଆର୍‌ସି ବିରୋଧରେ ସଂକଳ୍ପନାମା ଗୃହୀତ କରାଇଥିଲା।
ସିଏଏକୁ କେବଳ ବିରୋଧୀ ରାଜନୈତିକ ଦଳଗୁଡ଼ିକ ବିରୋଧ କରୁନାହାନ୍ତି, ବିଭିନ୍ନ ସଂଗଠନ ଏହାର ପ୍ରତିବାଦ କରୁଛନ୍ତି। ମାସେରୁ ଊର୍ଦ୍ଧ୍ୱ ସମୟ ଧରି ଏହି ବିକ୍ଷୋଭ ଲାଗି ରହିଥିବାବେଳେ ବିଭିନ୍ନ ସ୍ଥାନରେ ହିଂସାତ୍ମକ ରୂପ ନେଇଥିଲା। ଏବେ ଏହି ପ୍ରସଙ୍ଗ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚତ୍ଲାଣି। ୟୁରୋପୀୟ ପାର୍ଲାମେଣ୍ଟରେ ସିଏଏ ଏବଂ କଶ୍ମୀର ପ୍ରସଙ୍ଗକୁ ନେଇ ୬ଟି ପ୍ରସ୍ତାବ ଅଣାଯାଇଛି। ୟୁରୋପୀୟ ସଂଘ (ଇୟୁ) ପାର୍ଲାମେଣ୍ଟର ମୋଟ ୭୫୧ ସଦସ୍ୟଙ୍କ ମଧ୍ୟରୁ ୬୨୬ ଜଣ ସିଏଏ ଏବଂ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ବିରୋଧରେ ୬ଟି ସଂକଳ୍ପନାମା ଆଣିଛନ୍ତି। କେତେକ ପ୍ରସ୍ତାବରେ ଆସାମରେ ଲାଗୁ ହୋଇଥିବା ଏନ୍‌ଆର୍‌ସିକୁ ମଧ୍ୟ ବିରୋଧ କରାଯାଇଛି। ଇୟୁ ପାର୍ଲାମେଣ୍ଟରେ ୨୯ରେ ଏହା ଉପରେ ଆଲୋଚନା ହୋଇ ୩୦ରେ ଭୋଟ ନିଆଯିବ। ମାର୍ଚ୍ଚରେ ଭାରତ-ଇୟୁ ସମିଟ୍‌ରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରସେଲ୍ସ ଗସ୍ତରେ ଯିବାକୁ ଥିବାବେଳେ ଏହା ପୂର୍ବରୁ ଇୟୁ ପାର୍ଲାମେଣ୍ଟରେ ପ୍ରସ୍ତାବ ଅଣାଯିବା ଭାରତ ପାଇଁ ବଡ଼ କୂଟନୈତିକ ଝଟ୍‌କା ହୋଇଛି। ଏହା ଉପରେ ପ୍ରତିକ୍ରିୟା ଦେଇ କେନ୍ଦ୍ର ସରକାର କହିଛନ୍ତି, ସିଏଏ ଭାରତର ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ବ୍ୟାପାର। ପାର୍ଲାମେଣ୍ଟର ଉଭୟ ଗୃହରେ ପର୍ଯ୍ୟାପ୍ତ ଆଲୋଚନା ପରେ ଗଣତାନ୍ତ୍ରିକ ଉପାୟରେ ଓ ଉପଯୁକ୍ତ ପ୍ରକ୍ରିୟାରେ ଏହା ଗୃହୀତ ହୋଇଛି। ଇୟୁ ଏହାକୁ ବିରୋଧ କରିବା ଅନୁଚିତ ବୋଲି ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା କହିଛନ୍ତି।
ଆମେରିକାରେ ଭାରତର ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ ସହିତ ସିଏଏ ବିରୋଧରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଶୋଭାଯାତ୍ରା ଆୟୋଜନ ହୋଇଯାଇଛି। ଆମେରିକାର ବିଭିନ୍ନ ସହରରୁ ବହୁସଂଖ୍ୟାରେ ଭାରତୀୟ-ଆମେରିକୀୟମାନେ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ତେବେ ସେଠାରେ ଅନ୍ୟ କେତେଜଣ ଭାରତୀୟ-ଆମେରିକୀୟ ସିଏଏକୁ ସମର୍ଥନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri