Categories: ଜାତୀୟ

ତୃତୀୟ ମହଲାରେ ନିଦରେ ଶୋଇଥିଲେ ଲୋକେ: ନିଆଁ ତ ଲିଭିଲା; ଭାଙ୍ଗିଲାନି ମହାନିଦ୍ରା

ନୂଆଦିଲ୍ଲୀ,୮।୧୨: ଉପହାର ସିନେମା ହଲ୍‌ରେ ୨୨ ବର୍ଷ ତଳେ ଘଟିଥିବା ଅଗ୍ନିକାଣ୍ଡ ଘଟଣାକୁ ପୁଣି ଥରେ ଦିଲ୍ଲୀବାସୀଙ୍କୁ ମନେ ପକାଇ ଦେଇଛି ରବିବାରର ଘଟଣା। ରାଣୀ ଝାନ୍ସୀ ରୋଡ୍‌ ନିକଟରେ ଥିବା ଖାଦ୍ୟଶସ୍ୟ ମଣ୍ଡିର ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟି ୪୩ ଲୋକଙ୍କ ମୃତ୍ୟୁ ଘଟିଛି। ଏଠାରେ ଏକ ସ୍କୁଲ ବ୍ୟାଗ୍‌ ତିଆରି କାରଖାନା ଥିଲା। କାରଖାନାରେ ୧୫୦ ଜଣ ପାଖାପାଖି କାର୍ଯ୍ୟ କରୁଥିବା କୁହାଯାଉଛି। ଭୋର୍‌ ସମୟରେ ନିଆଁ ଲାଗିଥିଲା। ଏହି ସମୟରେ ତୃତୀୟ ମହଲାରେ ସମସ୍ତ ଲୋକ ନିଦରେ ଶୋଇଥିଲେ। ସେମାନଙ୍କର ନିଦ୍ରା ଶେଷରେ ମହାନିଦ୍ରା ପାଲଟି ଯାଇଥିଲା। ନିଆଁ ଯୋଗୁ ସୃଷ୍ଟି ହୋଇଥିବା ଧୂଆଁ ଯୋଗୁ କେତେକ ଲୋକଙ୍କ ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି। ଖବର ପାଇ ଦମକଳ ଗାଡ଼ି ପହଞ୍ଚି ବହୁ ଲୋକଙ୍କୁ ଉଦ୍ଧାର କରିଥିଲେ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Share