ତୃତୀୟ ପର୍ଯ୍ୟାୟରେ କୋହଳ

ନୂଆଦିଲ୍ଲୀ,୩।୫(ପି.ଟି.): ଦୀର୍ଘ ୪୦ ଦିନ ଧରି ଦେଶରେ ଲକ୍‌ଡାଉନ ଜାରି ରହିବା ସତ୍ତ୍ୱେ କରୋନା ସଂକ୍ରମଣ କମିନାହିଁ। ଲକ୍‌ଡାଉନ ଉଠାଇଦେଲେ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ ବୋଲି ବିଭିନ୍ନ ରାଜ୍ୟ ସରକାର ଓ ବିଶେଷଜ୍ଞମାନେ ମତ ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଅବଧିକୁ ଆଉ ଦୁଇ ସପ୍ତାହ ବଢ଼ାଇଛନ୍ତି। ଫଳରେ ମେ’ ୩ରେ ଶେଷ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ ଅବଧି ୧୭ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏହି ସମୟରେ ବିମାନ, ଟ୍ରେନ ଏବଂ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ ରହିବ। ସଂକ୍ରମଣ ଆଧାରରେ ଦେଶର ଜିଲାଗୁଡ଼ିକୁ ରେଡ୍‌, ଅରେଞ୍ଜ ଓ ଗ୍ରୀନ୍‌ ଏଭଳି ତିନୋଟି ଜୋନ୍‌ରେ ବିଭକ୍ତ କରାଯାଇଛି। ସେହି ଅନୁଯାୟୀ ବିଭିନ୍ନ ଜୋନ୍‌ରେ ଥିବା ଜିଲାଗୁଡ଼ିକୁ କେତେକ ଅର୍ଥନୈତିକ କାର୍ଯ୍ୟ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ତେବେ ଲକ୍‌ଡାଉନ୍‌ ସମୟରେ ସବୁ ଜୋନ୍‌ରେ ସମସ୍ତ
ଶିକ୍ଷାନୁଷ୍ଠାନ, ସାମାଜିକ, ରାଜନୈତିକ, ସାଂସ୍କୃତିକ ତଥା ଅନ୍ୟାନ୍ୟ ସମାବେଶ ବନ୍ଦ ରହିବ। ସେହିପରି ଆତିଥେୟତା ସେବା, ଧର୍ମସ୍ଥାନ ତଥା ଉପାସନା ପୀଠଗୁଡ଼ିକ ସର୍ବସାଧାରଣଙ୍କ ଲାଗି ବନ୍ଦ ରଖାଯିବ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅନୁମତିକ୍ରମେ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ଲୋକଙ୍କ ଯାତାୟାତ ପାଇଁ ବିମାନ, ଟ୍ରେନ୍‌ ଓ ବସ୍‌ ସେବା ଉପଲବ୍ଧ ହେବ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ଗ୍ରୀନ୍‌ ଓ ଅରେଞ୍ଜ ଜୋନ୍‌ରେ ୬ ଫୁଟ୍‌ ସାମାଜିକ ଦୂରତ୍ୱ ବଜାୟ ରଖି ମଦ, ପାନ ଓ ଗୁଟ୍‌ଖା ଦୋକାନ ଖୋଲିବାକୁ ଅନୁମତି ମିଳିଥିଲାବେଳେ ସର୍ବସାଧାରଣ ସ୍ଥାନରେ ପାନ, ଗୁଟ୍‌ଖା ସେବନକୁ ବାରଣ କରାଯାଇଛି।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ, ୧୩୦ ଜିଲାକୁ ରେଡ୍‌ ଜୋନ୍‌ ଘୋଷଣା କରାଯାଇଛି। ଅରେଞ୍ଜ ଜୋନ୍‌ ରେ ୨୮୪ ଜିଲା ରହିଥିବାବେଳେ ଗ୍ରୀନ୍‌ ଜୋନ୍‌ରେ ୩୧୯ ଜିଲା ରହିଛି। ଜାତୀୟ ରାଜଧାନୀ ଅଞ୍ଚଳର ସମସ୍ତ ଜିଲାକୁ ରେଡ୍‌ ଜୋନ୍‌ରେ ରଖାଯାଇଛି। ଯେଉଁ ଜିଲାରେ କରୋନା ସଂକ୍ରମଣ ଆଦୌ ହୋଇନାହିଁ କିମ୍ବା ଗତ ୨୧ ଦିନ ମଧ୍ୟରେ କୌଣସି ମାମଲା ସାମ୍‌ନାକୁ ଆସିନାହିଁ, ତାହାକୁ ଗ୍ରୀନ୍‌ ଜୋନ୍‌ ବିବେଚନା କରାଯାଉଛି। ସେହିପରି ରେଡ୍‌ ଜୋନ୍‌ରେ ଥିବା ଜିଲାରେ ଯଦି ୨୧ ଦିନ ମଧ୍ୟରେ ନୂଆ ମାମଲା ସାମ୍‌ନାକୁ ଆସି ନ ଥାଏ, ତେବେ ତାହାକୁ ଅରେଞ୍ଜ୍‌ ଜୋନ୍‌ରେ ସାମିଲ କରାଯିବ। ଅରେଞ୍ଜ ଜୋନ୍‌ରେ ଥିବା ଜିଲାରେ ୨୧ ଦିନ ମଧ୍ୟରେ ନୂଆ ସଂକ୍ରମଣ ହୋଇ ନ ଥିଲେ ତାହା ଗ୍ରୀନ୍‌ ଜୋନ୍‌ରେ ଅନ୍ତର୍ଭୁକ୍ତ ହୋଇପାରିବ। ଲକ୍‌ଡାଉନ କଟକଣା, କୋଭିଡ୍‌-୧୯ ପରିଚାଳନାର ଜାତୀୟ ନିର୍ଦ୍ଦେଶାବଳୀର ଉଲ୍ଲଂଘନ କଲେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ, ୨୦୦୫ର ଧାରା ୫୧ରୁ ୬୦, ଆଇପିସିର ଧାରା ୧୮୮ ଓ ଅନ୍ୟାନ୍ୟ ଆଇନଗତ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଲକ୍‌ଡାଉନ ବେଳେ କ’ଣ ବନ୍ଦ ରହିବ
ଲକ୍‌ଡାଉନ ଅବଧି ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବଢ଼ିଥିବାବେଳେ ଏହି ସମୟରେ ସମସ୍ତ ଜୋନ୍‌ରେ ମେଡିକାଲ ସେବା ଓ ଏୟାର ଆମ୍ବୁଲାନ୍ସ ବ୍ୟତୀତ ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ଯାତ୍ରୀ ବିମାନ ସେବା ବନ୍ଦ ରହିବ। ସୁରକ୍ଷା ଉଦ୍ଦେଶ୍ୟରେ କିମ୍ବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅନୁମତିରେ ବିମାନ କିମ୍ବା ଟ୍ରେନ୍‌ ଚାଲିପାରିବ। ଏହାବ୍ୟତୀତ ଅନ୍ୟ ସମସ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ ରହିବ। ସେହିପରି ଆନ୍ତଃରାଜ୍ୟ ବସ୍‌ ସେବା ବନ୍ଦ ରଖାଯାଇଛି। ମେଟ୍ରୋ ରେଳ ସେବା ବନ୍ଦ ରହିବ। ମେଡିକାଲ କାରଣ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିଙ୍କ ଆନ୍ତଃରାଜ୍ୟ ଯାତ୍ରାକୁ ବାରଣ କରାଯାଇଛି।
ସମସ୍ତ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ, ପ୍ରଶିକ୍ଷଣ କେନ୍ଦ୍ର, କୋଚିଂ ସେଣ୍ଟର ବନ୍ଦ ରହୁଥିବାବେଳେ ଅନ୍‌ଲାଇନ ଓ ଦୂରନିରନ୍ତର ଶିକ୍ଷା ପାଇଁ ଅନୁମତି ମିଳିଛି। ସେହିପରି କ୍ୱାରାଣ୍ଟାଇନ ସେଣ୍ଟର, ଅଟକିଥିବା ଶ୍ରମିକ, ପର୍ଯ୍ୟଟକ, ସ୍ବାସ୍ଥ୍ୟକର୍ମୀ, ପୋଲିସ, ସରକାରୀ କର୍ମଚାରୀଙ୍କ ବ୍ୟତୀତ ଅନ୍ୟମାନଙ୍କ ପାଇଁ ହସ୍ପିଟାଲିଟି ସେବା ଉପଲବ୍ଧ ହେବନାହିଁ। ସେହିପରି ସମସ୍ତ ସିନେମା ହଲ, ଶପିଂ ମଲ୍‌, ଜିମ୍‌ନାସିୟମ, ସ୍ପୋର୍ଟସ କମ୍ପ୍ଲେକ୍ସ, ସୁଇମିଂ ପୁଲ୍‌, ପାର୍କ, ଥିଏଟର, ବାର୍‌, ଅଡିଟୋରିୟମ, ଆସେମ୍ବ୍ଲି ହଲ୍‌ ଆଦି ବନ୍ଦ ରହିବ। ସମସ୍ତ ସାମାଜିକ, ରାଜନୈତିକ, କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ, ଧର୍ମୀୟ କାର୍ଯ୍ୟ ତଥା ଅନ୍ୟାନ୍ୟ ସମାବେଶ ବନ୍ଦ ରହିବ। ସମସ୍ତ ଧର୍ମସ୍ଥଳ, ଉପାସନା ପୀଠ ଜନସାଧାରଣଙ୍କ ଲାଗି ବନ୍ଦ ରହିବ।
ରାତି ୭ରୁ ସକାଳ ୭ ମଧ୍ୟରେ ଯାତାୟାତ, ସମସ୍ତ ଅଣଅତ୍ୟାବଶ୍ୟକ କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏଥିପାଇଁ ସ୍ଥାନୀୟ ପ୍ରଶାସନ ଧାରା ୧୪୪ ଅନୁଯାୟୀ ନିଷିଦ୍ଧାଦେଶ ଜାରି କରିବେ। ସେହିପରି ସବୁ ଜୋନ୍‌ରେ ୬୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି, ଅନ୍ୟାନ୍ୟ ରୋଗ ଥିବା ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଘରେ ରହିବାକୁ କୁହାଯାଇଛି। ନିଷିଦ୍ଧାଞ୍ଚଳରେ ହସ୍ପିଟାଲର ବହିର୍ବିଭାଗ ଓ ମେଡିକାଲ କ୍ଲିନିକ୍‌ ଚାଲିପାରିବ ନାହିଁ। ରେଡ୍‌, ଅରେଞ୍ଜ ଓ ଗ୍ରୀନ୍‌ ଜୋନ୍‌ରେ ହସ୍ପିଟାଲ ବହିର୍ବିଭାଗ ଓ ମେଡିକାଲ କ୍ଲିନିକ୍‌ ଖୋଲିବାକୁ ଅନୁମତି ମିଳିଛି। ରେଡ୍‌ ଜୋନ୍‌ରେ ରିକ୍ସା, ଅଟୋରିକ୍ସା, ଟ୍ୟାକ୍ସି ଚାଲିପାରିବ ନାହିଁ। ଆନ୍ତଃଜିଲା କିମ୍ବା ଜିଲା ବାହାରକୁ ବସ୍‌ ଚାଲିବ ନାହିଁ। ସେଲୁନ୍‌, ସ୍ପା ଓ ବାରିକ ଦୋକାନ ବନ୍ଦ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦେ ଭାରତ ସ୍ଲିପର ଟ୍ରେନର ଟପ୍‌ ସ୍ପିଡ ଦେବ ରାଜନତିକ ଲାଭ! ଭାଜପାକୁ ୧୮୦ ଆସନରେ ମିଳିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନରେ, ମୋଦି ସରକାର ଏକ ବଡ଼ ଘୋଷଣା କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି ଯେ ଦେଶର ପ୍ରଥମ...

ପାକ୍‌ ସଂସଦର ସ୍ପିକରଙ୍କ ସହ ହାତ ମିଳାଇଲେ ଜୟଶଙ୍କର, ନିଜ ପିଠି ଥାପୁଡାଇଲା ପାକିସ୍ତାନ, ଭାରତ ଦେଖାଇଦେଲା…

ନୂଆଦିଲ୍ଲୀ/ଇସଲାମାବାଦ,୧।୧: ବାଂଲାଦେଶର ରାଜଧାନୀ ଢାକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାର ସମୟରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ ସାକ୍ଷାତ ଭାରତ ଏବଂ ପାକିସ୍ତାନ ମଧ୍ୟରେ...

ଏମିତି ଗାଁ: ଯେଉଁଠି ଲୋକେ ନାଁ ଧରି ନୁହେଁ, ସିଟି ବଜାଇ ପରସ୍ପରକୁ ଡାକନ୍ତି , କାରଣ ବି ଖୁବ୍‌ ଅଜବ…

ସାରା ବିଶ୍ୱରେ ଅନେକ ଗାଁ ଅନନ୍ୟ କାରଣ ପାଇଁ ଜଣାଶୁଣା। ଭାରତରେ ଏପରି ଏକ ଗାଁ ଅଛି, ଯାହା ଏହାର ଅନନ୍ୟ ଶୈଳୀ ପାଇଁ ବେଶ୍‌...

ନୂଆବର୍ଷରେ ଦେଶକୁ ବଡ଼ ଉପହାର, ଏହି ରୁଟରେ ଦୌଡ଼ିବ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ, ଜାଣନ୍ତୁ କେତେ ରହିବ ଭଡା

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ (ଜାନୁଆରୀ ୧) କେନ୍ଦ୍ରର ମୋଦି ସରକାର ଦେଶକୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ପ୍ରଦାନ କରିଛନ୍ତି। ରେଳ ମନ୍ତ୍ରଣାଳୟ ପ୍ରଥମ...

ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ କଂଗ୍ରେସ ନେତା, ଭାଜପା କହିଲା…

ନୂଆଦିଲ୍ଲୀ,୧।୧: ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ ଏକ ବୟାନ ଦେଇ ରାଜନୈତିକ ହଇଚଇ ସୃଷ୍ଟି କରିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ...

ଚାଇନାରେ ‘ଗୋଟିଏ ସନ୍ତାନ ନୀତି’କୁ ପୂରଣ ହେଲା ୧୦ ବର୍ଷ, ବଢିଲା ନାହିଁ ଜନ୍ମହାର, ଏବେ ଭୟ…

ବେଜିଂ,୧।୧: ଚାଇନା ବର୍ତ୍ତମାନ ଏହାର ଯୁବପିଢ଼ିଙ୍କୁ ଯଥାସମ୍ଭବ ଅଧିକ ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରୁଛି ଯାହା ଦ୍ୱାରା ଦେଶର ଜନସଂଖ୍ୟା ଉପରେ ବିଶେଷ ପ୍ରଭାବ...

ବଦଳିଲା CBSE ବୋର୍ଡ ପରୀକ୍ଷା ତାରିଖ, ଜାଣନ୍ତୁ କେବେ ହେବ…

ନୂଆଦିଲ୍ଲୀ,୧।୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ  ୨୦୨୬ ପାଇଁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ସଂଶୋଧିତ ସମୟସାରଣୀ ପ୍ରକାଶ କରିଛି। ପ୍ରଶାସନିକ...

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…

ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri