ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି ଅବସରରେ ବ୍ରାହ୍ମଣୀଗାଁ ରେ ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ତୁଳସୀ ଗଛ କୁ ମିଳିତ ପୂଜାର୍ଚନା କରିବା ସହ କଳସରେ ତୁଳସୀ ଗଛ ନେଇ ଗାଁ ପରିକ୍ରମା କରିଥିଲେ। ତୁଳସୀ ଗଛ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହ ହିନ୍ଦୁ ଧର୍ମଲମ୍ବୀମାନେ ଏହାକୁ ଘର ଅଗଣାରେ ପୂଜା କରିଥାନ୍ତି ନିୟମିତ ତୁଳସୀ ଗଛରେ ପାଣି ଦିଆଯିବା ସହ ତୁଳସୀଙ୍କୁ ପବିତ୍ର ଦେବି ଭାବେ ପୂଜାର୍ଚନା କରାଯାଇଥାଏ ବୋଲି କୁହାଯାଏ। ଏହା ଦ୍ୱାରା ଘରର ପରିବେଶ ସଛ ରହିବା ସହ ସକାରାତ୍ମକ ପରିବେଶ ସୃଷ୍ଟି କରିଥାଏ ବୋଲି ବିଶ୍ୱାସ ଓ ଲୋକକଥା ରହିଛି।
ସେହିପରି ତୁଳସୀର ଅନ୍ୟ ଏକ ମାହାତ୍ମ୍ୟ ରହିଛି,ଯାହାକୁ ସବୁ ବର୍ଗ ପକ୍ଷରୁ ଔଷଧ ଭାବେ ବ୍ୟବହାର କରିଥାନ୍ତି ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ଭରପୁର ରହିଥିବା ସହ ଏକାଧିକ ଗୁଣରେ ଭରପୁର ରୁହେ ତୁଳସୀ ବହୁ ପ୍ରକାର ରହିଥିବା ବେଳେ ବଣ ତୁଳସୀ ସମେତ ଶ୍ୟାମ ତୁଳସୀ, ନିମ୍ବୁ ତୁଳସୀ, ରାମ ଓ ବିଷ୍ଣୁ ତୁଳସୀ ଆଦି ତୁଳସୀ ରହିଛିବୋଲି ଉପସ୍ଥିତଲୋକଙ୍କୁ କୁହାଯାଇଥିଲା। ଯାହାକି ଶରୀର ରେ ଭିଟାମିନ, ମିନେରାଲସ ଚାପ ଏବଂ ଚିନ୍ତାର ପରିଚାଳନାରେ ସାହାଯ୍ୟ କରେ ବୋଲି କୁହାଯାଏ ସେହିପରି ତୁଳସୀ ପତ୍ର ହୃଦୟ ପାଇଁ ଏକ ଟନିକ ଭାବରେ ମଧ୍ୟ କାର୍ଯ୍ୟ କରେ। ତୁଳସୀ ଗଛ ଅନେକ ସଂକ୍ରମଣରୁ ରକ୍ଷା କରୁଥିବା କୁହାଯାଇଥାଏ ଏଥିସହ ଚାପମୁକ୍ତ କରିବା ସହ ଏଥିରେ କ୍ୟାରୋଟିନ, ପୋଟାସିୟମ, ଆଇରନ, ତମ୍ବା, ମାଙ୍ଗାନିଜ ଏବଂ ମ୍ୟାଗ୍ନେସିୟମ ଭଳି ଖଣିଜ ପଦାର୍ଥ ରହିଛିବୋଲି କୁହାଯାଏ।
ତେଣୁ ଏହାକୁ ଗତ ୨୦୧୪ରୁ ତୁଳସୀ ପୂଜନ ଦିବସ ଭାବେ ପାଳନ କରି ଏହାର ବ୍ୟାପକ ପ୍ରଚାର ଓ ସଚେତନ କରାଯାଉଥିବା ଏହି ଦିବସର ମୁଖ୍ୟ ବୋଲି ଆୟୋଜନ କମିଟି ତଥା ପ୍ରୟୋଗରାଜରୁ ଆସିଥିବା ସନ୍ଥ ଧର୍ମେସ କୁମାର କହିଛନ୍ତି। ନିୟମିତ ତୁଳସୀ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଉଥିବା କୁହାଯାଇଥିଲା। କାର୍ଯ୍ୟକ୍ରମକୁ ବ୍ରାହ୍ମଣୀଗାଁ ଭାଜପା ମଣ୍ଡଳର ସଭାପତି ଗଣେଶ ଡାକୁଆଙ୍କ ସମେତ ଶ୍ୟାମ ମାହାଙ୍କୁଡ ଓ ଅନ୍ୟ ମାନେ ପରିଚାଳନା କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ପରିତ୍ୟକ୍ତ ଅବସ୍ଥାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଅର୍ଥ ମଞ୍ଜୁର ହୋଇଥିଲେ ବି…

କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri