ତୁଟୁନି ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବିବାଦ : ସମାଧାନ ପରିବର୍ତ୍ତେ ବ୍ୟକ୍ତିଗତ ସ୍ବାର୍ଥକୁ ଗୁରୁତ୍ୱ, ବନ୍ଦ ହେବାକୁ ବସିଛି କଳିଙ୍ଗନଗର କାରଖାନା

ଯାଜପୁର ଅଫିସ/ସୁକିନ୍ଦା(ଡି.ଏନ.ଏ.),୨ା୯: ଦୁର୍ନୀତିର ଚେର ଓପାଡି ସ୍ବଚ୍ଛ ଓ ପାରଦର୍ଶୀ ପ୍ରଶାସନ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତାରେ ହେଉଥିବା ଅନିୟମିତତା ଓ ଦୁର୍ନୀତିର ତଦନ୍ତ ତଥା କାର୍ଯ୍ୟାନୁଷ୍ଠାନ ପାଇଁ ୫-ଟି ଆଇନ କାର୍ଯ୍ୟକାରୀ ହେଉଛି। ହେଲେ କାଳିଆପାଣି ଖଣି ଅଞ୍ଚଳରେ ହାଇକୋର୍ଟଙ୍କ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନ ପାରିବା ଜିଲା ପ୍ରଶାସନର ପାରିବାପଣିଆ ଓ ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖଣି ଖାଦାନରେ ଟ୍ରକ୍‌ ଓ ଶ୍ରମିକ ନିୟୋଜନରେ ମାସକୁ ପ୍ରାୟ ୮କୋଟି ଟଙ୍କା ବେଆଇନ ଭାବେ ଚାନ୍ଦା ଆଦାୟ କରୁଥିବା କିଛି ବ୍ୟକ୍ତି ଓ ରାଜନେତାଙ୍କ ସ୍ବାର୍ଥ ପାଇଁ ପ୍ରଶାସନିକ ପଦକ୍ଷେପ ପ୍ରଭାବୀ ହୋଇପାରୁ ନାହିଁ। ଫଳରେ ଗତ ୨ସପ୍ତାହ ହେଲା କ୍ରୋମ ଉତ୍ତୋଳନ ବନ୍ଦ ରହିଥିବାରୁ କଳିଙ୍ଗନଗର ଶିଳ୍ପାଞ୍ଚଳର ଗୋଟିଏ ପରେ ଗୋଟିଏ କାରଖାନା କଞ୍ଚାମାଲ ଅଭାବରୁ ବନ୍ଦ ହେବାକୁ ଯାଉଛି। ଶାସକ ଦଳ ନେତାଙ୍କ ନୀରବତା ଓ ନିଆଁରେ ଘିଅ ଢାଳିବା ଭଳି କାର୍ଯ୍ୟ ସେମାନଙ୍କ ଅସଲ ମୁଖାକୁ ପଦାରେ ପକାଇଛି। ବ୍ୟକ୍ତିଗତ ସ୍ବାର୍ଥ ପାଇଁ ସାମୁହିକ ସମସ୍ୟାର ସମାଧାନ କରିବାକୁ ରାଜନୈତିକ ନେତାମାନେ ପଛଘୁଞ୍ଚା ଦେଉଥିବା ଦେଖିବାକୁ ମିଳୁଛି।
ଯାଜପୁର ଜିଲା ସୁକିନ୍ଦା ଖଣି ଉପତ୍ୟକାରେ ଥିବା ସମସ୍ତ ଖଣିରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡ ଆଇନ ଯୋଗୁ ଅଚଳାବସ୍ଥା ଲାଗି ରହିଛି। ଶନିବାର କାଳିଆପାଣି ଗେଷ୍ଟହାଉସରେ ଟ୍ରକ ମାଲିକ ସଂଘ ଓ ପ୍ରଶାସନ ମଧ୍ୟରେ ଅନୁଷ୍ଠିତ ସମାଧାନ ବୈଠକ ମଧ୍ୟ ବିଫଳ ହୋଇଛି। ଏଥିଯୋଗୁ ଖଣି ଉପରେ ନିର୍ଭର କରୁଥିବା ଟ୍ରକ ମାଲିକ, ଶ୍ରମିକ, ବ୍ୟବସାୟୀ, ଶିଳ୍ପପତିଙ୍କ ମଧ୍ୟରେ ଗଭୀର ପ୍ରଭାବ ଦେଥିବାକୁ ମିଳିଛି। ବିଶେଷ କରି ଗରିବ ବ୍ୟବସାୟୀ ଓ ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି। କୁହିକା ଟ୍ରକ ମାଲିକ ସଂଘ ଏବଂ ମିନେରାଲସ୍‌ ଟ୍ରକ ମାଲିକ ସଂଘ ମଧ୍ୟରେ ଉପୁଜିଥିବା ରାଜନୈତିକ ବିବାଦ ଯୋଗୁ କ୍ରୋମ ପରିବହନ ଠପ୍‌ ହୋଇପଡିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ସହଯୋଗ କରିବା ବଦଳରେ କେଉଁ ପରିସ୍ଥିତିରେ ଜନୈକ ବିଧାୟକ ତାକୁ ବିରୋଧ କରୁଛନ୍ତି ତାହା ବୁଦ୍ଧିଜୀବୀଙ୍କୁ ବିସ୍ମିତ କରିଛି। ଏହି ଜଟିଳ ସମସ୍ୟାର ସମାଧାନ ପାଇଁ ଆସନ୍ତା ୪ ତାରିଖରେ ପୁଣି ଏକ ବୈଠକ କରିବାକୁ ଖଣି ବିଭାଗ ନିଷ୍ପତ୍ତି ନେଇଛି। ଅଞ୍ଚଳର ସାମୂହିକ ବିକାଶ ସମେତ ଶ୍ରମିକ, ବ୍ୟବସାୟୀ ପ୍ରମୁଖଙ୍କ ସ୍ବାର୍ଥକୁ ଆଥି ଆଗରେ ରଥି ଆଇନ ଅନୁସାରେ ପଦକ୍ଷେପ ନେଲେ ଏହି ଜଟିଳ ସମସ୍ୟାର ସମଧାନ ରହିଛି ବୋଲି ମତପ୍ରକାଶ ପାଉଛି। ଖଣି ଅଞ୍ଚଳରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡ ବିବାଦ ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିବା ପରିବର୍ତ୍ତେ କୋଟି କୋଟି ଟଙ୍କା ଆଦାୟ, ବ୍ୟକ୍ତିଗତ ବିଳାସ ଓ ଆରାମ ପ୍ରତି ରାଜନେତା ତଥା ପ୍ରଭାବଶାଳୀ ବ୍ୟକ୍ତି ଧ୍ୟାନ ଦେବା ଶିଳ୍ପାୟନ ପ୍ରତି ପ୍ରତିକୂଳ ମତର ମୁଖ୍ୟ କାରଣ ହୋଇଛି। ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାରଙ୍କ ଦାବି ରାଜନୈତିକ ବିବାଦରୁ ଫସର ଫାଟୁଛି। ଏ ସଂକ୍ରାନ୍ତରେ ଜିଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି, କଞ୍ଚାମାଲ ଅଭାବରୁ କଳିଙ୍ଗନଗରର ଅଧିକାଂଶ କାରଖାନା ତାଲା ପଡିବା ଅପେକ୍ଷାରେ ରହିଛି। ଏଥିଯୋଗୁ ପ୍ରଶାସନ ପକ୍ଷରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ସବୁପ୍ରକାର ପ୍ରଚେଷ୍ଟା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri